ETV Bharat / state

ଡିସେମ୍ବର ୧୫ରୁ କୋଣାର୍କରେ ଇକୋ ରିଟ୍ରିଟ୍, ଗତଥର ଅପେକ୍ଷା ଏଥର ହେବ ଅଧିକ ଆକର୍ଷଣୀୟ

author img

By ETV Bharat Odisha Team

Published : Oct 20, 2023, 9:24 AM IST

ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି କୋଣାର୍କରେ ଇକୋ ରିଟ୍ରିଟ୍ । ଇକୋ ରିଟ୍ରିଟ ଆୟୋଜନ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ । ଅଧିକ ପଢନ୍ତୁ..

ଡିସେମ୍ବର ୧୫ରୁ କୋଣାର୍କରେ ଇକୋ ରିଟ୍ରିଟ୍, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ
ଡିସେମ୍ବର ୧୫ରୁ କୋଣାର୍କରେ ଇକୋ ରିଟ୍ରିଟ୍, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ

ପୁରୀ: ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି କୋଣାର୍କରେ ଇକୋ ରିଟ୍ରିଟ୍ । ଏନେଇ ପ୍ରସ୍ତୁତି ପ୍ରକ୍ରିୟାକୁ ଜୋରଦାର କରିବାକୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ବର୍ଷର ଅଭିଜ୍ଞତା ଓ ଅନୁଭବକୁ ଆଧାର କରି ଚଳିତ ବର୍ଷର ଇକୋ ରିଟ୍ରିଟ୍କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚେଷ୍ଟା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଚଳିତ ବର୍ଷ ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି ପୁରୀ ଜିଲ୍ଲା କୋଣାର୍କ ମେରାଇନ ଡ୍ରାଇଭଠାରେ ଇକୋ ରିଟ୍ରିଟ୍ । ଏନେଇ ଗୁରୁବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସର୍ମଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଇକୋ ରିଟ୍ରିଟ କିଭଳି ଅଧିକ ଆକର୍ଷଣୀୟ ହେବ ସେନେଇ ଆଲୋଚନା ହୋଇଥିଲା । ପୂର୍ବ ବର୍ଷର ଅଭିଜ୍ଞତା ଓ ଅନୁଭବକୁ ଆଧାର କରି ଚଳିତ ବର୍ଷର ଇକୋ ରିଟ୍ରିଟ୍କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚେଷ୍ଟା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଯେଉଁ ବିଭାଗର ଯାହା ଦାୟିତ୍ୱ ତାହାକୁ ନିଷ୍ଠାପର ଓ ଧାର୍ଯ୍ୟ ସମୟ ପୂର୍ବରୁ ସାରିବାକୁ ସେ ପରାମର୍ଶ ଦେଇଥିଲେ । ବିଭାଗ ବିଭାଗ ସହ ସମନ୍ବୟ ରଖି କାମ କରିବାକୁ ଜିଲ୍ଲାପାଳ କହିଥିଲେ । ଏଥିସହ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଏହାମଧ୍ୟ ପଢନ୍ତୁ..ହୀରାକୁଦ ଇକୋ ରିଟ୍ରିଟ ଆରମ୍ଭ, ୱାଟର ସ୍ପୋର୍ଟ୍ସର ମଜା ଉଠାଇବେ ପର୍ଯ୍ୟଟକ

ପର୍ଯ୍ୟଟନ ବିଭାଗ ଜିଲ୍ଲା ପ୍ରଶାସନ ଓ ଇ ଫାକ୍ଟର ଏଜେନ୍ସିର ମିଳିତ ସହଯୋଗରେ ଇକୋ ରିଟ୍ରିଟ୍ ଚଳିତ ବର୍ଷ ଡିସେମ୍ବର ୧୫ ରୁ ୨୦୨୪ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ବ୍ୟବସ୍ଥା କରାଯାଇଛି । ଏଥିରେ ଲକଜରି ଟେଣ୍ଟ୍‌ ବ୍ୟବସ୍ଥା କରାଯିବ ଯେଉଁଥିରେ ତାରକା ହୋଟେଲ ଅନୁରୂପ ସୁବିଧା ଯୋଗାଇ ଦିଆଯିବ । ଇକୋ ରିଟ୍ରିଟ୍ ସମୟରେ ଜଳକ୍ରୀଡ଼ା, ବିଚ୍‌ ସ୍ପୋର୍ଟସ୍‌, ଇଣ୍ଡୋର ଗେମ୍‌ ଇତ୍ୟାଦି ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ । ନିରବଛିନ୍ନ ବିଦ୍ୟୁତ, ପାଣି, ମୋବାଇଲ ନେଟୱାର୍କ ସହ ସ୍ୱାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ୨୪ ଘଣ୍ଟିଆ ଲାଇଫ୍‌ ଗାର୍ଡ ବ୍ୟବସ୍ଥା କରାଯିବ । ପର୍ଯ୍ୟଟକମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବାକୁ ସ୍ଥିର ହୋଇଛି ।

ହାମଧ୍ୟ ପଢନ୍ତୁ..Senior Officers Conference: କୋଣାର୍କ ଇକୋ ରିଟ୍ରିଟରେ ଚାଲିଛି ଆଇଏଏସ ସମ୍ମିଳନୀ

ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଆସୁଥିବା ପର୍ଯ୍ୟଟକମାନେ ଯେପରି ଏକ ସୁଖଦ ଅନୁଭବ ନେଇ ଫେରିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ଓ ଅନ୍ୟାନ୍ୟ ବିଭାଗ ଯେପରିକି ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ ଇକୋ ରିଟ୍ରିଟ୍ର ଆୟୋଜନ କରୁଥିବା ଇ ଫାକ୍ଟରର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.