ETV Bharat / state

Senior Officers Conference: କୋଣାର୍କ ଇକୋ ରିଟ୍ରିଟରେ ଚାଲିଛି ଆଇଏଏସ ସମ୍ମିଳନୀ

author img

By

Published : Feb 15, 2023, 1:02 PM IST

Updated : Feb 15, 2023, 8:59 PM IST

କୋଣାର୍କ ଇକୋ ରିଟ୍ରିଟରେ ଚାଲିଛି ଆଇଏଏସ ସମ୍ମିଳନୀ । ଜିଲ୍ଲାପାଳମାନଙ୍କ ସହ ବିଭିନ୍ନ ବିଭାଗର ସଚିବମାନେ ଏଥିରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

କୋଣାର୍କ ଇକୋ ରିଟ୍ରିଟରେ ଆଇଏଏସ ସମ୍ମିଳନୀ
କୋଣାର୍କ ଇକୋ ରିଟ୍ରିଟରେ ଆଇଏଏସ ସମ୍ମିଳନୀ

କୋଣାର୍କ ଇକୋ ରିଟ୍ରିଟରେ ଆଇଏଏସ ସମ୍ମିଳନୀ

ପୁରୀ: କୋଣାର୍କ ଇକୋ ରିଟ୍ରିଟରେ ଆରମ୍ଭ ହୋଇଛି ଆଇଏଏସ ସମ୍ମିଳନୀ । ରାଜ୍ୟରେ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ କିଭଳି ହୋଇପାରିବ ସେନେଇ ଆଇଏଏସ ଅଧିକାରୀଙ୍କର ଏହି ବୈଠକରେ ଆଲୋଚନା ପର୍ଯ୍ୟାଲୋଚନା ହେଉଛି । ଏଥିରେ ଜିଲ୍ଲାପାଳମାନଙ୍କ ସହ ବିଭିନ୍ନ ବିଭାଗର ସଚିବମାନେ ଯୋଗ ଦେଇଛନ୍ତି । ବରିଷ୍ଠ ଆଇଏଏସ ମାନେ ନବାଗତ ଆଇଏଏସ ଅଧିକାରୀଙ୍କୁ ତାଙ୍କର ଅଭିଜ୍ଞତା ପ୍ରଦାନ କରିବେ । ଯାହାଫଳରେ ନବାଗତ ଆଇଏଏସ ଅଫିସର୍ ଏହାକୁ ନିଜର କାର୍ଯ୍ୟରେ ଲଗାଇ ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇ ପାରିବେ ।

କାଳିଆ ଯୋଜନା, ମମତା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ମିଲେଟ ମିଶନ, ମିଶନ ଶକ୍ତି, ପର୍ଯ୍ୟଟନ, କ୍ରୀଡା, ଟେକ୍ନୋଲଜି ଇତ୍ୟାଦି ରାଜ୍ୟ ସରକାରଙ୍କ ଯୋଜନାକୁ କିଭଳି ଅଧିକ ସଫଳ ରୂପାୟନ କରିହେବ ସେନେଇ ଏହି ବୈଠକରେ ଆଲୋଚନା ହେବା ସହ ଭବିଷ୍ୟତ ପାଇଁ ରୋଡ ମ୍ୟାପ, ଭିଜନ ପ୍ରସ୍ତୁତ ହେବ। ବିଶେଷକରି 5T ମାଧ୍ୟମରେ କିପରି ଜନସାଧାରଣଙ୍କୁ ଶୀଘ୍ର ସବୁ ଯୋଜନାର ସୁଫଳ ମିଳିବ ତାହା ଉପରେ ଚର୍ଚ୍ଚା କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଜନସେବାରେ ବ୍ରତୀ ହୋଇ ଅଧିକାରୀମାନେ କାର୍ଯ୍ଯ କରିବାକୁ ବୈଠକରେ ପରାମର୍ଶ ଦିଆଯିବ ।

ପ୍ରକାଶଥାଉ କି, ଗତକାଲି(ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନିଆ ଆଇଏଏସ ସମ୍ମିଳନୀକୁ ଉଦଘାଟନ କରିଥିଲେ । ଦୁଇ ବର୍ଷର ବ୍ୟବଧାନରେ ଆୟୋଜିତ ହେଉଥିବା ବରିଷ୍ଠ ଅଧିକାରୀଙ୍କ ଏହି ସମ୍ମିଳନୀ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି । ଗତକାଲି ଲୋକସେବା ଭବନ ସମ୍ମିଳନୀ କକ୍ଷ ପରେ ଆଜି କୋଣାର୍କ ଇକୋ ରିଟ୍ରିଟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସମ୍ମିଳନୀରେ ସରକାରୀ ବ୍ୟବସ୍ଥାରେ ଅଣାଯାଉଥିବା ରୂପାନ୍ତରୀକରଣ, ସହରାଞ୍ଚଳରେ ସେବା ଯୋଗାଣ, ଗୁଣାତ୍ମକ ସ୍ବାସ୍ଥ୍ୟସେବା, ମିଶନ ଶକ୍ତି ଓ କ୍ଷୁଦ୍ର ଶିଳ୍ପ, ସରକାରୀ ବ୍ୟବସ୍ଥାରେ ବୈଷୟିକ ଜ୍ଞାନର ପ୍ରୟୋଗ ଏବଂ ଦକ୍ଷତା ବିକାଶ ଭଳି ବହୁ ପ୍ରସଙ୍ଗରେ ଆଲୋଚନା ହେଉଛି ।

ଏହାମଧ୍ୟ ପଢନ୍ତୁ: ସ୍କୁଲ ଶିକ୍ଷାକୁ ଫୋକସ, କାଲିଠୁ ଦୁଇଦିନିଆ STARS ସମୀକ୍ଷା

ସମ୍ମିଳନୀକୁ ଉଦଘାଟନୀ କରି ମୁଖ୍ୟମନ୍ତ୍ରୀ ନୂତନ ଓଡି଼ଶା ଗଠନ ଦିଗରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ । ସମସ୍ତ ବିକାଶମୂଳକ ପ୍ରକଳ୍ପଗୁଡିକ ଖୁବ କମ୍ ସମୟ ମଧ୍ୟରେ କାର୍ଯ୍ୟକାରୀ ହୋଇଛି । କଲ୍ୟାଣମୂଳକ ପଦକ୍ଷେପ ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ । ଲକ୍ଷ୍ୟ ହାସଲ ପାଇଁ ଜିଲ୍ଲାପାଳମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଇଟିଭି ଭାରତ, ପୁରୀ

Last Updated : Feb 15, 2023, 8:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.