ETV Bharat / state

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ ଗେଟ୍; ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ

author img

By

Published : Jul 25, 2023, 11:11 AM IST

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪
ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ l ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ । ଅଧିକ ପଢନ୍ତୁ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ଆଉ 4ଟି ଗେଟ୍ । ଏବେ ମୋଟ 12ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ପ୍ରଥମେ ଗତ 23 ତାରିଖ (ରବିବାର) ଦିନ 5ଟି ଗେଟ୍ ଖୋଲିଥିବା ବେଳେ ଗତକାଲି(ସୋମବାର) 3ଟି ଗେଟ୍ ଖୋଲା ଯାଇଥିଲା । ଆଜି ଆହୁରି 4ଟି ଗେଟ୍ ଖୋଲିଛି । ବର୍ତ୍ତମାନ ସୁଦ୍ଧା ହୀରାକୁଦର ଜଳସ୍ତର 614.04 ଫୁଟ ରହିଛି । ଉପରମୁଣ୍ଡରୁ ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି 1 ଲକ୍ଷ 50 ହଜାର 799 କ୍ୟୁସେକ୍‌ ଜଳ ପ୍ରବେଶ କରୁଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ରବିବାର ଦିନ ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ 5ଟି ଗେଟ୍‌ ଖୋଲା ଯାଇଥିଲା । ସୋମବାର ସୁଦ୍ଧା ହୀରାକୁଦ ଡ୍ୟାମର ବାମ ପାର୍ଶ୍ବରୁ 6ଟି ଗେଟ ଓ ଡାହାଣ ପାର୍ଶ୍ବରୁ 2ଟି ଗେଟ ଖୋଲାଯାଇ 8 ଟି ଗେଟ୍‌ ଜରିଆରେ ବନ୍ୟା ଜଳ ନିଷ୍କାସନ ହେଉଥିଲା । ଏବେ ଆହୁରି 4ଟି ଗେଟ୍ ଖୋଲାଯାଇଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଭଣ୍ଡାର କ୍ଷମତା 630 ଫୁଟ ରହିଛି । ବର୍ତ୍ତମାନ ଏହାର ଜଳସ୍ତର 614.45 ଫୁଟ ଅଛି l ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 1ଲକ୍ଷ 8 ହଜାର 799 କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ତଳ ମୁଣ୍ଡ ମହାନଦୀ କୁ 1ଲକ୍ଷ 16 ହଜାର 731 ଘନଫୁଟ ଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ହୀରାକୁଦର ଜଳସ୍ତର ବଢୁଥିବାରୁ ଏହିଭଳି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ଖୋଲିଲା ଆଉ 3ଟି ଗେଟ୍‌

ସୂଚନାଯୋଗ୍ୟ ଯେ, ହୀରାକୁଦର ଗୋଟିଏ ଗେଟ୍ ଖୋଲିବାକୁ 23 ମିନିଟ୍‌ ଲାଗୁଥିବା ବେଳେ ଏଥିପାଇଁ କ୍ରେନ ବ୍ୟବହାର ହୋଇଥାଏ । ଜୁଲାଇ ଶେଷ ସୁଦ୍ଧା ହୀରାକୁଦର ଜଳସ୍ତର 605 ଫୁଟରେ ରଖି ଆହୁରି 25 ଫୁଟ ଜଳ ଖାଲି ରଖାଯାଇଥାଏ । ଏହି 25 ଫୁଟରେ ବନ୍ୟା ପରିଚାଳନା କରାଯାଏ । ଅନ୍ୟପଟେ ଅତ୍ୟାଧୁନିକ ଜ୍ଞାନ କୌଶଳ, ପାଣିପାଗ ବିଭାଗର ସୂଚନା, ଗଜ ଡିସ୍ଚାର୍ଜ ସେଣ୍ଟର ଗୁଡିକରୁ ସୂଚନା ସଂଗ୍ରହ କରି ଡ୍ୟାମ୍‌ ବନ୍ୟା ଜଳ ପରିଚାଳନା କରାଯାଉଛି । ଆଜି ପୁନଃ 4ଟି ଗେଟ୍‌ ଖୋଲାଯିବା ପୂର୍ବରୁ ତଳ ମୁଣ୍ଡର ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଦିଆଯାଇଥିବା ସୂଚନା ରହିଛି ।


ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.