ETV Bharat / state

Hirakud Dam: 65 ବର୍ଷର ସଂଘର୍ଷ, ଆଜି ବି ଥଇଥାନ-କ୍ଷତିପୂରଣ ଅପେକ୍ଷାରେ ବିସ୍ଥାପିତ

author img

By

Published : Nov 26, 2021, 4:06 PM IST

Updated : Nov 30, 2021, 3:25 PM IST

Hirakud Dam: 65 ବର୍ଷର ସଂଘର୍ଷ, ଆଜି ବି ଥଇଥାନ-କ୍ଷତିପୂରଣ ଅପେକ୍ଷାରେ ବିସ୍ଥାପିତ
Hirakud Dam: ବିସ୍ଥାପନର 65 ବର୍ଷ ପରେ ମଧ୍ୟ ଥଇଥାନ ଓ କ୍ଷତିପୂରଣ ରୁ ବଞ୍ଚିତ ହୀରାକୁଦ ବିସ୍ଥାପିତ

ହୀରାକୁଦ ବିସ୍ଥାପିତ (Hirakud Dam )ଙ୍କୁ ଦିର୍ଘ 65 ବର୍ଷ ପରେ ମଧ୍ୟ ଥଇଥାନ ଓ କ୍ଷତିପୂରଣ ମିଳିପାରିନାହିଁ । ଫଳରେ ନିଜର ହକ ପାଇଁ ଆଜିବି ଆନ୍ଦୋଳନ କରୁଛନ୍ତି ବିସ୍ଥାପିତ । ହୀରାକୁଦ ନଦୀବନ୍ଧ ଯୋଜନା ପାଇଁ ମୋଟ 26,501 ପରିବାର ବିସ୍ଥାପିତ ହୋଇଥିବା ବେଳେ 13,470 ଟି ପରିବାର ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ପାଇନାହାନ୍ତି । ଅଧିକ ପଢନ୍ତୁ

ସମ୍ବଲପୁର: ପ୍ରସିଦ୍ଧ ହୀରାକୁଦ ନଦୀବନ୍ଧ ଯୋଜନା । ଏହା ତିଆରି ହେବା ସମୟରେ ତତ୍କାଳୀନ ଅବିଭକ୍ତ ସମ୍ବଲପୁର ଜିଲ୍ଲାର 7 ଟି ଥାନାର 26,501 ପରିବାର ବିସ୍ଥାପିତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 13,470 ଟି ପରିବାର ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ପାଇନାହାନ୍ତି। ଏହା ସହ ଏମାନଙ୍କ ଥଇଥାନ ( Rehebilitation of Hirakud Displaced ) ମଧ୍ୟ ସଠିକ ଭାବେ ହୋଇନାହିଁ ବୋଲି ଅଭିଯୋଗ ହୋଇ ଆସୁଛି ।

Hirakud Dam: 65 ବର୍ଷର ସଂଘର୍ଷ, ଆଜି ବି ଥଇଥାନ-କ୍ଷତିପୂରଣ ଅପେକ୍ଷାରେ ବିସ୍ଥାପିତ

ଏଥିପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ ମଧ୍ୟ ହୋଇ ଆସୁଛି । ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି ଅନୁସାରେ 2002 ରେ ହୀରାକୁଦ ବିସ୍ଥାପିତ ପରିବାର (Hirakud Displaced family) ଲୋକଙ୍କୁ ଚିହ୍ନଟ କରି 10 ଡିସିମିଲ ଲେଖାଏଁ ଘରଡିହ ଜମି ପଟ୍ଟା ପଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନୀତିଗତ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ସମ୍ବଲପୁର, ଝାରସୁଗୁଡା, ବରଗଡ଼,ସୁନ୍ଦରଗଡ ର 16, 934 ବିସ୍ଥାପିତ ପରିବାରଙ୍କ ଦରଖାସ୍ତ ବିଭିନ୍ନ ତହସିଲରେ ପକାଇଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଗୁଡ଼ିକ ର ଉଦାସିନତା ଯୋଗୁ ଆଜି ପର୍ଯ୍ୟନ୍ତ ହଜାର ହଜାର ପରିବାର ଘରଡିହ ଜମିପଟ୍ଟା ପାଇବାରୁ ବଞ୍ଚିତ ଅଛନ୍ତି।

ଗତ ନଭେମ୍ବର 15 ତାରିଖରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡା ଗସ୍ତ ସମୟରେ ଝାରସୁଗୁଡା ଜିଲ୍ଲାର 2000 ବିସ୍ଥାପିତ ପରିବାରଙ୍କୁ 10 ଡିସିମିଲ ଲେଖାଏଁ ଘରଡିହ ପଟ୍ଟା ଦେବେ ବୋଲି ଘୋଷଣା କରିଥିଲେ । ତେବେ ଏହା ପରେବି ଅବିଭକ୍ତ ସମ୍ବଲପୁର ଜିଲ୍ଲାର 14,934 ବିସ୍ଥାପିତ ପରିବାର ଜମିପଟ୍ଟା ପାଇବାରୁ ବଞ୍ଚିତ ଅଛନ୍ତି ବୋଲି ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି ଦାବି କରିଛି । ଏଥିପାଇଁ ଏହି ବଞ୍ଚିତ ପରିବାର ଗୁଡିକୁ ମଧ୍ୟ ଜମିପଟା ଦିଆଯାଇ ଥଇଥାନ କରାଯାଉ ବୋଲି ଦାବି ହୋଇଛି।



ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରର କଡ଼ରେ ଥିବା 34 ଟି ଗାଁରେ ଏବେ ମଧ୍ୟ 4000 ବିସ୍ଥାପିତ ପରିବାର ରହୁଥିବା ବେଳେ ଏହି ଗାଁ ଗୁଡିକ ବର୍ତ୍ତମାନ ସୁଦ୍ଧା ଜଳ ସମ୍ପଦ ବିଭାଗ ଦଖେରେ ଥିବାରୁ ଏଗୁଡିକ ରାଜସ୍ବ ମାନ୍ୟତା ପାଇ ପାରୁନାହାଁନ୍ତି । ଫଳରେ ସ୍ଥାନୀୟ ବିସ୍ଥାପିତ ଲୋକେ ଜମିଜମା ସଂକ୍ରାନ୍ତୀୟ କାଗଜପତ୍ର, ଜାତିଗତ ପ୍ରମାଣପତ୍ର, ଧାନ ବିକ୍ରି ତଥା ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରୁନଥିବା ସମସ୍ୟାରେ ପଡୁଛନ୍ତି । ଏହି ଗାଁ ଗୁଡିକରେ ସର୍ଭେ ଓ ସେଟେଲମେଣ୍ଟ କରାଯାଇ ଏଗୁଡ଼ିକୁ ରାଜସ୍ୱ ମାନ୍ୟତା ଦେବା ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଛି । ତେବେ ତାହା ମଧ୍ୟ ହୋଇ ପାରିନି।ତେଣୁ ବିସ୍ଥାପିତ ଙ୍କୁ ଚିହ୍ନଟ କରିବାକୁ ଗ୍ରାମ ସଭାର ସହାୟତା ନିଆଯାଇ ଯଥାଶୀଘ୍ର ବିସ୍ଥାପିତ ଙ୍କୁ ନ୍ୟାୟ ଦିଆଯାଉ ବୋଲି ଦାବି ହେଉଛି।

ତେବେ ହୀରାକୁଦ ବିସ୍ଥାପିତଙ୍କ ଏହି ସମସ୍ୟା ପାଇଁ ସ୍ଥାନୀୟ ନେତୃ ମଣ୍ଡଳୀଙ୍କ ଅପାରଗତାକୁ ହିଁ ଦାୟୀ କରନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ଅନ୍ୟପଟେ ବର୍ତ୍ତମାନ ର ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ଼ ସୁରେଶ ଚନ୍ଦ୍ର ଦଳେଇ ଯଥାଶୀଘ୍ର ସରକାରୀ ରେକର୍ଡ ସଂଗ୍ରହ କରାଯାଇ ଏହି ବିସ୍ଥାପିତ ପରିବାରଙ୍କୁ କ୍ଷତିପୂରଣ ଦିଆଯିବା ସହ ଥଇଥାନ କରାଯିବ ବୋଲି କହିଛନ୍ତି। ତେବେ ନିକଟରେ ଝାରସୁଗୁଡ଼ାରେ ବିସ୍ଥାପିତ ୨ ହଜାର ପରିବାରକୁ ଘରଡିହ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଦୀର୍ଘଦିନ ଧରି ଏହି ପରିବାର ଘରଡିହ ପାଇଁ ସଂଗ୍ରାମ କରି ଆସୁଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ଏହି ବିସ୍ଥାପିତଙ୍କର ଦୀର୍ଘ ଦିନର ସମସ୍ୟା ଦୂର ହେବ ।

୬୦ ବର୍ଷ ହେଲା ଏହି ଦାବି ପୂରଣ କରିବାକୁ ଗୁହାରି କରି ଆସୁଥିଲେ ବିସ୍ଥାପିତ । ହୀରାକୁଦ ଡ୍ୟାମ ନିର୍ମାଣ ବେଳେ ଝାରସୁଗୁଡ଼ାରେ ମୋଟ ୭୩ ହଜାର ୯୨୩ ହେକ୍ଟର ଅଧିଗ୍ରହଣ ହୋଇଥିଲା । ସେଥିମଧ୍ୟରେ କେବେଳ ଚାଷ ଜମି ୪୯ ହଜାର ୯୨୦ ହେକ୍ଟର ସାମିଲ ଥିଲା । ତାସହ ୨୪ ହଜାର ୩ ହେକ୍ଟର ସରକାରୀ ଜମି ରହିଥିଲା ।ଏହି ଜମି ଅଧିଗ୍ରହଣ ଯୋଗୁଁ ୧୧୧ଟି ଗାଁ ଏବହେ ହୀରାକୁଦ ଆଁ ଭିତରେ ରହିଛି । ସେଥି ମଧ୍ୟରେ ଓଡିଶାର ୧୦୮ ଗାଁ ସାମିଲ ଥିଲା । ତା ଛଡ଼ା ହୀରାକୁଦ ଡ୍ୟାମ ନିର୍ମାଣ ବେଳେ ୧୭୪ଟି ଗାଁ ଆଶିଂକ ଭାବରେ ପ୍ରଭାବିତ ହୋଇଥିଲା । ସେଥିମଧ୍ୟରେ ୧୪୧ଟି ଓଡ଼ିଶା ଗାଁ ସାମିଲ ଥିବା ବେଳେ ଛତିଶଗଡ଼ର ୩୩ଟି ଗାଁ ସାମିଲ ରହିଥିଲା ।

୧୯୫୨-୫୩ରେ ଏହି ଡ୍ୟାମ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ସୁବର୍ଣ୍ଣପୁରର ୧୮ ହଜାର ପରିବାର ନିଜ ଭିଟାମାଟି ଛାଡି଼ବାକୁ ବାଧ୍ୟ ହୋଇଥିଲେ । ତେବେ ଆଜି କେବଳ ଝାରସୁଗୁଡ଼ା ବିସ୍ଥାପିତଙ୍କ ପାଇଁ ଘରଡିହ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାକି ଜିଲ୍ଲାରେ ଏବେବି ବିସ୍ଥାପିତ କ୍ଷତି ପୂରଣ ପାଇଁ ଆନ୍ଦୋଳନ କରୁଛନ୍ତି ।


ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated :Nov 30, 2021, 3:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.