ETV Bharat / state

ନାକ ମାନ୍ୟତା ପାଇଁ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ପ୍ରସ୍ତୁତି

author img

By

Published : Jul 2, 2023, 9:28 AM IST

ନାକ ମାନ୍ୟତା ପାଇଁ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ପ୍ରସ୍ତୁତି
ନାକ ମାନ୍ୟତା ପାଇଁ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ପ୍ରସ୍ତୁତି

ନାକ ମାନ୍ୟତା ପାଇଁ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ପ୍ରସ୍ତୁତି । ପଦ ପଦବୀ ସମ୍ପର୍କିତ ଉଚ୍ଚଶିକ୍ଷା ବିଭାଗର ଚିଠି ଉପରେ ପ୍ରତିକ୍ରିୟା ଦେଲେ ବିଶ୍ବବିଦ୍ୟାଳୟର କୁଳପତି । ଅଧିକ ପଢନ୍ତୁ

ସମ୍ବଲପୁର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟକୁ ଏହାର ଅଧ୍ୟାପକ ଓ ଅଣ ଅଧ୍ୟାପକ ପଦ ପଦବୀ ନେଇ ତୁରନ୍ତ ତଥ୍ୟ ପ୍ରଦାନ କରିବାକୁ ଚିଠି ହୋଇଛି । ଏହାକୁ ନେଇ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଏନ ନାଗାରଜୁ ପ୍ରତିକ୍ରିୟା ରଖିଛନ୍ତି l ସେ କହିଛନ୍ତି ଯେ, ପୂର୍ବରୁ ଜିଏମ ବିଶ୍ବବିଦ୍ୟାଳୟ ଏହି ସମସ୍ୟା ନେଇ ଗତି କରୁଥିବା ବେଳେ ଏହାର ସମାଧାନ ପାଇଁ ସେ ଉଚ୍ଚଶିକ୍ଷା ବିଭାଗକୁ ଏକ ଚିଠି ଲେଖିଥିଲେ । ଆଗକୁ ନାକ ଟିମ ପରିଦର୍ଶନ କରିବାକୁ ଥିବାବେଳେ ନାକ୍ ମାନ୍ୟତା ପାଇଁ ବିଶ୍ବବିଦ୍ୟାଳୟ ଚେଷ୍ଟିତ ଅଛି l ଏହିଭଳି ପରିସ୍ଥିତିରେ ବିଶ୍ବବିଦ୍ୟାଳୟରେ ଖାଲି ଥିବା ପଦବୀ ନେଇ ନାକ ଟିମକୁ ପ୍ରଦର୍ଶନ କରିହେବ ନାହିଁ l

ଏହାର ସକରାତ୍ମକ ପଦକ୍ଷେପ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଜିଏମୟୁକୁ ଗେଷ୍ଟ ଫେକଲଟି ନିଯୁକ୍ତି ପାଇଁ ପାଣ୍ଠି ମଧ୍ୟ ପ୍ରଦାନ କରିଥିଲେ l ତେବେ ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗ ପୁଣି ଖାଲି ଥିବା ପଦବୀ ନେଇ ତଥ୍ୟ ମାଗିଛନ୍ତି ଓ ସବୁ ତଥ୍ୟ ପଠାଯାଇଛି ବୋଲି କୁଳପତି ସୂଚନା ଦେଇଛନ୍ତି l ବର୍ତ୍ତମାନ ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟରେ 144ଟି ଅଧ୍ୟାପକ ପଦବୀ ଥିବାବେଳେ ଏଥରୁ 73ଟି ପଦବୀ ଖାଲି ଅଛି l ଅନ୍ୟପଟେ 120ଟି ଅଣ ଅଧ୍ୟାପକ ପଦବୀ ଥିବାବେଳେ 53ଟି ପଦବୀ ଖାଲି ପଡିଛି । ବର୍ତ୍ତମାନ ଜିଏମୟୁର ଅପଗ୍ରେଡସନ ହୋଇଥିବାରୁ UG ଓ PG ମିଶିକି ଇଣ୍ଡିଗ୍ରେଟେଡ଼ କୋର୍ସ ଆରମ୍ଭ କରାଯାଇଛି l ତେଣୁ UGCର 11ଟି ନୂତନ ପଦବୀ ପାଇଁ ଆବେଦନ କରାଯାଇଥିବା କୂଳପତି ସୂଚନା ଦେଇଛନ୍ତି । ଏଥିପ୍ରତି ରାଜ୍ୟ ସରକାର ସକରାତ୍ମକ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି l

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ରାଜ୍ୟର ଆଉ ୩ଟି ବିଶ୍ବବିଦ୍ୟାଳୟ ପରିଦର୍ଶନରେ ଆସିବେ ନାକ୍ ଟିମ । ଏନେଇ ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ୩ ଦିନ ମଧ୍ୟରେ ଖାଲିଥିବା ଅଧ୍ୟାପକଙ୍କ ପଦ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି l ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପଞ୍ଜୀକୃତ ହୋଇଥିବା ମୋଟ 517 ମହାବିଦ୍ୟାଳୟ ମଧ୍ୟରୁ 188 ମହାବିଦ୍ୟାଳୟ ନାକ୍ ମାନ୍ୟତା ପାଇଛନ୍ତି । ବାକି ମହାବିଦ୍ୟାଳୟଗୁଡ଼ିକ କିଭଳି ନାକ୍ ପାଇବେ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଗୁଡ଼ିଏ ପଦକ୍ଷେପ ନିଆଯାଉଛି ।

ଅନ୍ୟପଟେ ରାଜ୍ୟରେ ଥିବା ମୋଟ 16ଟି ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟରୁ 7ଟି ବିଶ୍ବବିଦ୍ୟାଳୟ ନାକ ମାନ୍ୟତା ହାସଲ କରିଛି । ବିଶ୍ବବିଦ୍ୟାଳୟ ତଥ୍ୟ ଦେଖିଲେ କଳାହାଣ୍ଡି ବିଶ୍ବବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ, ବିକ୍ରମଦେବ ବିଶ୍ବବିଦ୍ୟାଳୟ, ଧରଣୀଧର ବିଶ୍ବବିଦ୍ୟାଳୟ ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ନାକ ମାପଦଣ୍ଡକୁ ପୂର୍ଣ୍ଣ ମାତ୍ରାରେ ପୂରଣ କରିପାରିନାହାନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.