ETV Bharat / state

ଜଜଙ୍କ ଚ୍ୟାମ୍ବରରେ ପଶି ଭଙ୍ଗାରୁଜା ଘଟଣା, ୨ମାସ ପରେ ଜେଲରୁ ବାହାରିଲେ ଗିରଫ ଓକିଲ

author img

By

Published : Feb 11, 2023, 9:59 PM IST

Sambalpur lawyer strike
Sambalpur lawyer strike

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନା ଦାବିରେ ଆନ୍ଦୋଳନ ହୋଇଥିଲା । ଜଜଙ୍କ ଚ୍ୟାମ୍ବରରେ ପଶି ଭଙ୍ଗାରୁଜା ଘଟଣାରେ ଗିରଫ ହୋଇଥିବା ଓକିଲମାନେ ଦୀର୍ଘ ୨ମାସ ପରେ ଶନିବାର ଜେଲରୁ ବାହାରିଛନ୍ତି । ଅଧିକ ପଢନ୍ତୁ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନା ଦାବି ଆନ୍ଦୋଳନ ସମୟରେ ଜଜଙ୍କ ଚ୍ୟାମ୍ବରରେ ପଶି ଭଙ୍ଗାରୁଜା ଘଟଣା । ଗତ ଡିସେମ୍ବର ୧୨ ତାରିଖରୁ ଜେଲରେ ଥିବା ଓକିଲମାନେ ଆଜି (ଶନିବାର) ସନ୍ଧ୍ୟାରେ ସମ୍ବଲପୁର ମଣ୍ଡଳ କାରାଗାରରୁ ବାହରିଛନ୍ତି । ଗତକାଲି ହାଇକୋର୍ଟରେ ୨୯ଜଣ ଓକିଲଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିବା ବେଳେ ଆବଶ୍ୟକୀୟ କାଗଜପତ୍ର ସମ୍ବଲପୁର ଆସିନଥିବାରୁ ଗତକାଲି କେହି ଜେଲରୁ ବାହାରି ପାରିନଥିଲେ ।

ଆଜି ଆବଶ୍ୟକୀୟ କାଗଜ ପତ୍ର ଦାଖଲ ପରେ ପ୍ରାୟ ୨ ମାସ ଜେଲରେ ରହିଥିବା ଓକିଲମାନେ ଜେଲରୁ ବାହରିଛନ୍ତି l ଗତ ଡିସେମ୍ବର ୧୨ ତାରିଖରେ ହାଇକୋର୍ଟ ବେଞ୍ଚ ପାଇଁ ଆନ୍ଦୋଳନ ଜାରି ରହିଥିବା ସମୟରେ ସମ୍ବଲପୁର ଜିଲ୍ଲା ଜଜ୍ କୋର୍ଟ ରୁମରେ ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ଗିରଫ ଜିଲ୍ଲା ଓକିଲ ସଂଘର ସମସ୍ତ ୨୯ଜଣ ଆଇନଜୀବୀ ଜେଲରୁ ସର୍ତ୍ତମୂଳକ ଜାମିନରେ ଶନିବାର ବାହାରିଛନ୍ତି । ଶୁକ୍ରବାର ଓଡ଼ିଶା ହାଇକୋର୍ଟ ସମସ୍ତ ଆଇନଜିବୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଯାଇଥିଲା । ମାତ୍ର ଆଜି ସମ୍ବଲପୁର SDJM କୋର୍ଟରେ ଜାମିନ ସମ୍ପର୍କିତ ଆବଶ୍ୟକୀୟ କାଗଜପତ୍ର ଦାଖଲ କରାଯାଇଥିଲା ।

ଏହା ବି ପଢନ୍ତୁ-ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଘଟଣା: ୨୪କୁ ବୃଦ୍ଧି ପାଇଲା ଓକିଲଙ୍କ ଗିରଫଦାରୀ ସଂଖ୍ୟା

ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ସୁରେଶ୍ଵର ମିଶ୍ର, କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ପ୍ରଦୀପ ବହିଦାରଙ୍କ ସମେତ ୨୯ଜଣ ଆଇନଜିବୀ ଗତ ଡିସେମ୍ବର ୧୨ ତାରିଖରୁ ସମ୍ବଲପୁର ମଣ୍ଡଳ କାରାଗାରରେ ରହିଥିଲେ । ଜିଲ୍ଲା ଜଜ କୋର୍ଟ ରୁମରେ ଭଙ୍ଗାରୁଜା ଘଟଣାରେ ପୋଲିସ ୨୯ ଜଣ ଓକିଲ, ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟର ଜଣେ ପିଅନ ଓ ୮ଜଣ କିନ୍ନରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେଵେ ହାଇକୋର୍ଟଙ୍କ ଦ୍ବାରା ନିର୍ଦ୍ଧାରିତ ସର୍ତ୍ତ ଯୋଗୁଁ କୌଣସି ଆଇନଜିବୀ ପ୍ରତିକ୍ରିୟା ରଖିନାହାନ୍ତି ।

ଏହା ବି ପଢନ୍ତୁ- ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ସମ୍ବଲପୁରରେ ଉତ୍ତେଜନା, ଓକିଲ-ପୋଲିସ୍ ଧସ୍ତାଧସ୍ତି

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜେଲରୁ ବାହାରି ଥିବା ଓକିଲମାନେ କୌଣସି ଆନ୍ଦୋଳନ, ଧାରଣା ଦେଇ ପାରିବେ ନାହିଁ, ସାମାଜିକ ଗଣମାଧ୍ୟମ, ବୈଦ୍ୟୁତିକ ଅଥବା ଛାପା ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇପାରିବେ ନାହିଁ । ଏଭଳି ସ୍ଥିତିରେ ବର୍ତ୍ତମାନ ହାଇକୋର୍ଟ ଆନ୍ଦୋଳନର ରୂପ ରେଖ ବାଟବଣା ହୋଇ ଯାଇଛି । ଓକିଲମାନେ ଗିରଫ ହେବା ପରେ ଏବେ ସାଧାରଣ ଜନତାର ଭୂମିକା ଓ ମାନସିକତାରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ସୂଚନା ଥାଉ କି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଦୀର୍ଘ ଦିନରୁ ହୋଇଆସୁଛି । ଏହି ଆନ୍ଦୋଳନ ବେଳେ ଓକିଲମାନେ ସପ୍ତାହର ପ୍ରତ୍ୟେକ ବୁଧବାର ଦିନ କୋର୍ଟ କଚେରି ସହ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ କରୁଥିଲେ । ଓକିଲ ସଂଘର ଏହି ଦାବିକୁ ସମର୍ଥନ ଜଣାଉଥିଲେ ଜିଲ୍ଲାର ପ୍ରାୟ ସମସ୍ତ ସଂଘ । ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.