ETV Bharat / state

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ସମ୍ବଲପୁରରେ ଉତ୍ତେଜନା, ଓକିଲ-ପୋଲିସ୍ ଧସ୍ତାଧସ୍ତି

author img

By

Published : Nov 30, 2022, 11:33 AM IST

Updated : Nov 30, 2022, 1:19 PM IST

ସମ୍ବଲପୁରରେ ପୋଲିସ-ଓକିଲ ଧସ୍ତାଧସ୍ତି
ସମ୍ବଲପୁରରେ ପୋଲିସ-ଓକିଲ ଧସ୍ତାଧସ୍ତି

ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ ଉତ୍ତେଜନା । ଓକିଲଙ୍କ ଟେଣ୍ଟ ଉପାଡି ଫୋପାଡିଲା ପୋଲିସ । ଅଧିକ ପଢନ୍ତୁ

ସମ୍ବଲପୁର: ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ ପ୍ରବଳ ଉତ୍ତେଜନା ଦେଖାଦେଇଛି(Lawyers clash with police while staging protest) । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ବଲପୁର କଚେରି ଛକରେ ଓକିଲ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନରତ ଓକିଲଙ୍କ ଟେଣ୍ଟ ଉପାଡି ଫିଙ୍ଗିଦେଇଛି ପୋଲିସ । ଯାହାକୁ ନେଇ ଘଟଣାସ୍ଥଳରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି ।

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ସମ୍ବଲପୁରରେ ଉତ୍ତେଜନା, ଓକିଲ-ପୋଲିସ୍ ଧସ୍ତାଧସ୍ତି
ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ସମ୍ବଲପୁରରେ ଉତ୍ତେଜନା, ଓକିଲ-ପୋଲିସ୍ ଧସ୍ତାଧସ୍ତି
ସମ୍ବଲପୁରରେ ଉତ୍ତେଜନା

ସୁପ୍ରିମକୋର୍ଟଙ୍କ ତାଗିଦ୍ ସତ୍ତ୍ବେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ସବୁ ବୁଧବାର ଭଳି ଆଜି ସକାଳେ ଓକିଲ ସଂଘ ଆନ୍ଦୋଳନ କରୁଥିଲେ । ଏହି ସମୟରେ ବିଚାରପତିମାନେ କୋର୍ଟକୁ ଯିବା ପାଇଁ କଚେରି ଛକରେ ପହଞ୍ଚିବା ବେଳେ ଆନ୍ଦୋଳନକାରୀମାନେ ସେମାନଙ୍କୁ ଅଟକାଇଥିଲେ । ପୋଲିସର କଡା ସୁରକ୍ଷା ବଳୟରେ ମଧ୍ୟ ବିଚାରପତିମାନେ କୋର୍ଟକୁ ଯାଇପାରି ନଥିଲେ । ଏହାକୁ କେନ୍ଦ୍ରକରି ପୋଲିସ ଓ ଓକିଲଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ସମ୍ବଲପୁରରେ ଉତ୍ତେଜନା, ଓକିଲ-ପୋଲିସ୍ ଧସ୍ତାଧସ୍ତି
ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ସମ୍ବଲପୁରରେ ଉତ୍ତେଜନା, ଓକିଲ-ପୋଲିସ୍ ଧସ୍ତାଧସ୍ତି

ହାଇକୋର୍ଟ ବେଞ୍ଚ ପାଇଁ ଦୀର୍ଘ ଦିନ ଧରି ଆନ୍ଦୋଳନ ଜାରି ରହିଛି । ଯାହାକୁ ନେଇ କିଛି ଦିନ ପୂର୍ବେ ସୁପ୍ରିମକୋର୍ଟ ବାର କାଉନସିଲ୍ ଉପରେ ବର୍ଷିଥିଲେ । ଆନ୍ଦୋଳନ ପ୍ରତ୍ୟାହର ନ ହେଲେ ବାର୍ କାଉନସିଲ ଅଫ୍ ଇଣ୍ଡିଆରୁ ସମ୍ପୃକ୍ତ ଓକିଲଙ୍କ ଲାଇସେନ୍ସ ବାତିଲ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା । ଏହାସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା ଯେ ବିଚାରପତିମାନଙ୍କୁ ସୁରକ୍ଷା ଦିଆଯାଉ । ବିଚାରପତିମାନେ କୋର୍ଟକୁ ଯିବା ସମୟରେ କେହି ଅବରୋଧ କଲେ ଗିରଫ କରାଯାଉ ବୋଲି ନିର୍ଦ୍ଦେଶ ରହିଥିଲା । ତେବେ ଆଜି ଓକିଲମାନେ ସୁପ୍ରିମକୋର୍ଟର ତାଗିଦକୁ ବେଖାତିର କରି ସମ୍ବଲପୁରରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ କୋର୍ଟ କଚେରି ବନ୍ଦ ଡାକରା ଦେଇଥିଲେ । ଆଜି କଚେରୀ ଛକରେ ଆଇନଜୀବୀମାନେ ଧାରଣାରେ ବସିଥିବା ବେଳେ ବିଚାରପତିମାନେ କୋର୍ଟକୁ ଯିବା ପାଇଁ ଆସିଥିଲେ । ତେବେ ଓକିଲମାନେ ବିଚାରପତିମାନଙ୍କୁ କୋର୍ଟକୁ ଯିବାକୁ ଦେଇନଥିଲେ ।

ପୋଲିସ ସୁରକ୍ଷା ସତ୍ତ୍ୱେ ବିଚାରପତିମାନେ ଯାଇ ପାରିନଥିଲେ। ପୋଲିସ ଓକିଲମାନଙ୍କୁ ବୁଝାସୁଝା କଲେ ମଧ୍ୟ ଓକିଲ ବୁଝି ନଥିଲେ । ଫଳରେ ବିଚାରପତି 2 ଘଣ୍ଟା ଘଣ୍ଟା ଧରି ଛକରେ ଅଟକି ରହିଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା ଓ ଶେଷରେ ବିଚାରପତି ଫେରିଯାଇଥିଲେ। । ଏହାପରେ ପୋଲିସ ଓ ଓକିଲମାନେ ମୁହାଁମୁହିଁ ହୋଇଥିଲେ । ତେବେ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଓକିଲ ସଂଘ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

Last Updated :Nov 30, 2022, 1:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.