ETV Bharat / state

ହତ୍ୟା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

author img

By

Published : Feb 11, 2021, 8:49 AM IST

ହତ୍ୟା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ
ହତ୍ୟା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ରୁମ୍ବାତି ଗାଁ ନିକଟ ଜଙ୍ଗଲରେ ଏକ ହତ୍ୟାକାଣ୍ଡ ଘଟଣାର ଶୁଣାଣି ହୋଇଛି । ଏହାର ଶୁଣାଣି କରି ଗୁଣୁପୁର ଅତିରିକ୍ତ ଦୌରାଜଜ ଅଭିଯୁକ୍ତ କାଇନ ରଇତଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି। ଅଧିକ ପଢନ୍ତୁ...

ରାୟଗଡ଼ା: ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ରୁମ୍ବାତି ଗାଁ ନିକଟ ଜଙ୍ଗଲରେ ଏକ ହତ୍ୟାକାଣ୍ଡ ଘଟଣାର ଶୁଣାଣି ହୋଇଛି । ଅଭିଯୁକ୍ତ କାଇନ ରଇତଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି ଗୁଣୁପୁର ଅତିରିକ୍ତ ଦୌରାଜଜ ।

ହତ୍ୟା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ମାମଲାରୁ ଜଣାଯାଏ କି ୨୦ ମାର୍ଚ୍ଚ ୨୦୧୭ ମସିହାରେ ଏଷ୍ଟୋ ଶବର ଓ ତାଙ୍କ ପତ୍ନୀ ଏଶୋବନ୍ତି ଶବର ଦୁହେଁ ରୁମ୍ବାତି ଜଙ୍ଗଲକୁ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇଥିଲେ। ସେହି ସମୟରେ ଅଭିଯୁକ୍ତ କଇନ ଏଷ୍ଟୋ ଶବରକୁ ଡାକି ଟାଙ୍ଗିଆରେ ହାଣି ଦେଇଥିଲେ। ଘଟଣାସ୍ଥଳରେ ଏଷ୍ଟୋଙ୍କର ମୃତ୍ୟୁ ଘଟିଥିଲା ।

ସେହି ସମୟରେ ପୁଟାସିଂ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା। ବର୍ତ୍ତମାନ ଉକ୍ତ ଘଟଣାର ବିଚାରଣା କରି ଗୁଣୁପୁର ଜିଲ୍ଲା ଦୌରାଜର୍ଜ ରାୟ ଆଜି ପ୍ରକାଶ କରିଛନ୍ତି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.