ETV Bharat / state

ଝାଡଖଣ୍ଡ ଯାଉଥିଲା ୪୨ ଲକ୍ଷ ମୂଲ୍ୟର ଗଞ୍ଜେଇ, 5 ଜଣଙ୍କୁ ମାଡିବସିଲା ପୋଲିସ

author img

By

Published : Aug 24, 2021, 7:22 AM IST

୪୨୦ କେଜି ଗଞ୍ଜେଇ ଜବତ ସହ 5 ଜଣଙ୍କୁ ଗିରଫ କଲା ପୋଲିସ
୪୨୦ କେଜି ଗଞ୍ଜେଇ ଜବତ ସହ 5 ଜଣଙ୍କୁ ଗିରଫ କଲା ପୋଲିସ

ପଦ୍ମପୁର ଏବଂ କେନ୍ଦୁଗୁଡା ପୋଲିସର ମିଳିତ ଚଢ଼ାଉରେ ୪୨୦ କେଜି ଗଞ୍ଜେଇ ସହ 5 ଜଣ ଗିରଫ । ଅଧିକ ପଢନ୍ତୁ...

ରାୟଗଡ଼ା: ପଦ୍ମପୁର ଓ କେନ୍ଦୁଗୁଡା ପୋଲିସକୁ ସଫଳତା । ୪୨୦ କେଜି ଗଞ୍ଜେଇ ଜବତ ସହ ୫ ଜଣଙ୍କୁ ଗିରଫ କଲା ପୋଲିସ । କେନ୍ଦୁଗୁଡା ଠାରୁ ଝାଡଖଣ୍ଡକୁ ଗଞ୍ଜେଇ ଚାଲାଣ ସମୟରେ ଗୋଟିଏ ଟ୍ରକ ଓ କାରକୁ ପୋଲିସ ସନ୍ଦେହ କରି ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଗାଡିରୁ ବ୍ୟାପକ ପରିମାଣର ଗଞ୍ଜେଇ ଜବତ କରି ଗାଡିରେ ଥିବା ସମସ୍ତଙ୍କୁ ଥାନାକୁ ନେଇ ଅଧିକ ପଚରା ଉଚୁରା କରିଥିଲା । ସେମାନଙ୍କ ଠାରୁ ୪୨୦ କେଜି ଗଞ୍ଜେଇ ସହ ୬ ଟି ମୋବାଇଲ ଓ ନଗଦ ୧ ଲକ୍ଷ ୧ ହଜାର ୩୦୦ ଶହ ଟଙ୍କା ମଧ୍ୟ ଜବତ କରିଥିଲା ପୋଲିସ । ଏଥିସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଉଛନ୍ତି ଝାଡଖଣ୍ଡ ରାଜ୍ୟର ।

୪୨୦ କେଜି ଗଞ୍ଜେଇ ଜବତ ସହ 5 ଜଣଙ୍କୁ ଗିରଫ କଲା ପୋଲିସ

ତେବେ ଓଡିଶାରୁ ପଡୋଶୀ ରାଜ୍ୟ ଝାରଖଣ୍ଡ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ଦେଇଛନ୍ତି ପଦ୍ମପୁର ଥାନା ଅଧିକାରୀ ବିଶ୍ୱ ରଂଜନ ଦାସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୨ ଲକ୍ଷ ଟଙ୍କା । ଗିରଫ ବ୍ୟକ୍ତିକୁ କୋର୍ଟ ଚାଲାଣ କରାଯାଥିବା ପଦ୍ମପୁର ପୋଲିସ ସୂଚନା ଦେଇଛନ୍ତି।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.