ETV Bharat / politics

ଶାସକ ଦଳ ଏଜେଣ୍ଟ ସାଜିଛନ୍ତି ବିଡିଓ ! ସିଇଓଙ୍କୁ ଭେଟିଲା କଂଗ୍ରେସ - Congress delegation meets CEO

author img

By ETV Bharat Odisha Team

Published : May 22, 2024, 10:02 AM IST

Congress delegation meets CEO: ଶାସକ ଦଳ ବିଜେଡି ପାଇଁ ହାଟଡିହି ବିଡିଓ କାମ କରୁଥିବା ଅଭିଯୋଗ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା କଂଗ୍ରେସ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ସିଇଓଙ୍କୁ ଭେଟିଲା କଂଗ୍ରେସ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଲୋକସଭା ଓ ବିଧାନସଭା ନିର୍ବାଚନ । ତେବେ ଏହି ନିର୍ବାଚନ ସମୟରେ ସରକାରୀ ଅଧିକାରୀମାନେ ଆଚରଣ ବିଧି ଉଲ୍ଲଂଘନ କରି ଶାସକ ଦଳ ବିଜେଡି ପାଇଁ କାମ କରୁଥିବାର ଅନେକ ଆଡୁ ଅଭିଯୋଗ ଆସିଛି । ଏବେ କେନ୍ଦୁଝର ଜିଲ୍ଲା ହାଟଡିହି ବିଡିଓଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଛି କଂଗ୍ରେସ । ମଙ୍ଗଳବାର କଂଗ୍ରେସ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ହାଟଡିହି ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।

କଂଗ୍ରେସ ଅଭିଯୋଗ କରିଛି ଯେ, ବିଡିଓ ସୌମ୍ୟାଶ୍ରୀ ପାଣିଗ୍ରାହୀ ଜଣେ ସରକାରୀ ଅଧିକାରୀ ହୋଇଥିବା ବେଳେ ତାଙ୍କୁ ବିଜୁ ଜନତା ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି । ଏମିତିକି ବିଜେଡିର ପ୍ରଚାର କାର୍ଯ୍ୟକ୍ରମରେ ଜଡିତ ରହିବା ସହିତ ପ୍ରାର୍ଥୀଙ୍କ ସାଙ୍ଗରେ ମଧ୍ୟ ଅନେକ ସମୟରେ ନଜର ଆସୁଛନ୍ତି । ଯାହାକି ନିର୍ବାଚନ ଆଇନ ପରିସରଭୁକ୍ତ ନୁହେଁ । ଏନେଇ ସେମାନେ ସିଇଓଙ୍କୁ ଭେଟି ଆଚରଣ ବିଧି ଅନୁସାରେ ବିଡିଓଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । କଂଗ୍ରେସର ଏହି ପ୍ରତିନିଧି ମଣ୍ଡଳୀରେ ବରିଷ୍ଠ ନେତା ସିବାନନ୍ଦ ରାୟ, ତରୁଣ ମିଶ୍ର , ମନୋରଞ୍ଜନ ଦାଶ, ବାଙ୍କନିଧି ବେହେରା ସାମିଲ ଥିଲେ ।

ଏହା ମଧ୍ୟ ପଢନ୍ତୁ: ‘ହିଂସା ଭିଆଉଛି ବିଜେପି, କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସିଇଓ’ - BJD Delegation Meet CEO

ଏହା ମଧ୍ୟ ପଢନ୍ତୁ: ଭୋଟ ବିକଳରେ ଟଙ୍କା ବାଣ୍ଟୁଛି ବିଜେଡି: ବିଜେପି - BJP MEET CEO

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଭାରତୀୟ ଜନତା ପାର୍ଟି ମଧ୍ୟରେ ଏହି ସରକାରୀ ଅଧିକାରୀଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲା । ଏବେ କଂଗ୍ରେସ ମଧ୍ୟ ବିଡିଓ ସରକାରୀ ଦଳ ପାଇଁ କାମ କରୁଥିବା ଅଭିଯୋଗରେ ସିଇଓଙ୍କ ଦ୍ବାରସ୍ଥ ହୋଇଛି ।

ପ୍ରକାଶଥାଉ କି, ଓଡିଶାରେ ଚାରୋଟି ପର୍ଯ୍ୟାୟରେ ଏକାସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ବର୍ତ୍ତମାନ ଦୁଇଟି ପର୍ଯ୍ୟାୟ ସରିଥିବାବେଳେ ଆସନ୍ତା ୨୫ ଏବଂ ଜୁନ ୧ ତାରିଖରେ ଆଉ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ଏନେଇ ପ୍ରମୁଖ ରାଜନୈତିକ ଦଳଗୁଡିକ ଜୋରଦାର ପ୍ରଚାର ଅଭିଯାନ ଚଳାଇଥିବା ବେଳେ ବିଭିନ୍ନ ସ୍ଥାନରେ ସରକାରୀ ଅଧିକାରୀମାନେ ଶାସକ ବିଜୁ ଜନତା ଦଳ ପାଇଁ କାମ କରୁଥିବାର ଅନେକ ଅଭିଯୋଗ ସାମ୍ନାକୁ ଆସୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.