ETV Bharat / state

ସହିପାରିଲେନି ଟାହିଟାପରା, ବିବାହିତ ପ୍ରେମିକ ସହ ଝୁଲିପଡିଲା ପ୍ରେମିକା

author img

By

Published : Apr 2, 2022, 12:10 PM IST

Updated : Apr 2, 2022, 12:20 PM IST

lovers committed suicide in boringpadar
ବେକରେ ଶାଢ଼ୀ ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ଅମ୍ବାଦଳା ଥାନା ଅନ୍ତର୍ଗତ ବୋରିଙ୍ଗପଦର ଗ୍ରାମରେ ଅଭାବନୀୟ ଘଟଣା। ଗାଁ ନିକଟ ଜଙ୍ଗଲର ଏକ ମହୁଲ ଗଛରେ ବେକରେ ଶାଢ଼ୀ ଲଗାଇ ଦୁଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ରାୟଗଡ଼ା: ଅମ୍ବାଦଳା ଥାନା ଅନ୍ତର୍ଗତ ବୋରିଙ୍ଗପଦର ଗାଁରେ ଅଭାବନୀୟ ଘଟଣା। ଗାଁ ନିକଟ ଜଙ୍ଗଲର ଏକ ମହୁଲ ଗଛରେ ବେକରେ ଶାଢ଼ୀ ଲଗାଇ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି।

ସହିପାରିଲେନି ଟାହିଟାପରା, ବିବାହିତ ପ୍ରେମିକ ସହ ଝୁଲିପଡିଲା ପ୍ରେମିକା

ମୃତକ ଯୁବକ ବେଡା ମାଝୀ 3 ବର୍ଷ ତଳେ ବିବାହ କରିଥିବା ସତ୍ବେ ପ୍ରାୟ ଏକ ବର୍ଷ ହେବ ଅନ୍ୟ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ତେବେ ହଠାତ ଆଜି ଗାଁ ନିକଟ ଜଙ୍ଗଲରେ ଦୁଇ ଜଣ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଗାଁର କିଛି ଲୋକ ମହୁଲ ଗୋଟାଇବାକୁ ଯାଇଥିବା ବେଳେ ଗଛରେ ଦୁଇ ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated :Apr 2, 2022, 12:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.