ETV Bharat / state

ଅପହଞ୍ଚ ରାମନାଗୁଡାରେ ଜିଲ୍ଲାପାଳ, ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

author img

By

Published : Jul 31, 2021, 9:17 AM IST

ରାମନାଗୁଡା ଗସ୍ତ କଲେ ଜିଲ୍ଲାପାଳ: ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା
ରାମନାଗୁଡା ଗସ୍ତ କଲେ ଜିଲ୍ଲାପାଳ: ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

ଅପହଞ୍ଚ ଇଲାକାରେ ଆଗେଇ ଚାଲିଛି ଉନ୍ନୟନ ମୂଳକ କାର୍ଯ୍ୟ । ରାମନାଗୁଡା ଗସ୍ତ କଲେ ଜିଲ୍ଲାପାଳ । ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା । ଅଧିକ ପଢନ୍ତୁ...

ରାୟଗଡା: ଅପହଞ୍ଚ ଇଲାକାରେ ଆଗେଇ ଚାଲିଛି ଉନ୍ନୟନ ମୂଳକ କାର୍ଯ୍ୟ । ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ପିଡିଡିଆରଡିଏ ଓ ଉପଜିଲ୍ଲାପାଳ ପ୍ରମୁଖ ରାମନାଗୁଡା ଗସ୍ତ କରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି । ଶୁଣ୍ଢିଧାମୁଣି ଗାଁ ଗସ୍ତ କରି ସେଠାରେ ନବ ନିର୍ମିତ ମିଶନ ଶକ୍ତି ଗୃହକୁ ପରିଦର୍ଶନ କରିଥିଲେ । ସେଠାରେ ଉପସ୍ଥିତ ଥିବା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସହିତ ଜିଲ୍ଲାପାଳ ସେମାନଙ୍କ ଜୀବକା ସମ୍ବନ୍ଧୀୟ କାର୍ଯ୍ୟକଳାପ ନେଇ ଆଲୋଚନା କରିଥିଲେ । ସଭ୍ୟାମାନଙ୍କୁ ଦଳଗତ ଭାବେ ହଳଦୀ ଉତ୍ପାଦନ ଏବଂ ପକ୍ରିୟାକରଣ କରି ବ୍ୟବସାୟ କରି ଲାଭବାନ ହେବାକୁ ପରାମର୍ଶ ଦେଇଥିଲେ ।

ରାମନାଗୁଡା ଗସ୍ତ କଲେ ଜିଲ୍ଲାପାଳ: ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

ଉପସ୍ଥିତ ଥିବା ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର, ଜୀବିକା ମିଶନ ରାମନାଗୁଡାଙ୍କୁ ଏକ ହଳଦୀ ଉତ୍ପାଦନ ଗୋଷ୍ଠୀ ଗଠନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ବାଟପୁଲିସି ଗାଁର ମହିଳା ସଦସ୍ୟାମାନେ ଜିଲ୍ଲାପାଙ୍କ ନିଜର ଗ୍ରାମର ପାନୀୟ ଜଳ ସମସ୍ୟା ବିଷୟରେ ଅବଗତ କରାଇଥିଲେ । ସେଠାରେ ଉପସ୍ଥିତ ଥିବା ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀଙ୍କୁ ୭ଦିନ ଭିତରେ ଗାଁକୁ ଏବଂ ଅଙ୍ଗନୱାଡି କେନ୍ଦ୍ର ଜଳ ଯୋଗାଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ସୌରଚାଳିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଅତି ଶୀଘ୍ର ମରାମତି କରି କାର୍ଯ୍ୟାକାରୀ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମବାସୀଙ୍କୁ ଅଙ୍ଗନୱାଡି କେନ୍ଦ୍ରର କାର୍ଯ୍ୟକାରୀତା ନେଇ ପଚାରି ବୁଝିଥିଲ ।

ଏହାପରେ ରାମନାଗୁଡା ସରକାରୀ ଉଚ୍ଚବିଦ୍ୟାଳୟକୁ ଗସ୍ତ କରି ସେଠାରେ ନିର୍ମାଣ ହେଉଥିବା ସ୍ମାର୍ଟ ଶ୍ରେଣୀ ଗୃହର ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ଏବଂ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନିମନ୍ତେ ସେଠାରେ ଉପସ୍ଥିତ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମନାଗୁଡା, ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହି ବିଦ୍ୟାଳୟରେ ଥିବା ଦଶମ ଶ୍ରେଣୀ ଗୃହକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ପାଠ୍ୟକ୍ରମ ବିଷୟରେ ବାର୍ତ୍ତାଳାପ କରି କୋଭିଡ ନିମୟର ସୁଚାରୁ ରୂପେ ପାଳନ କରି ଶିକ୍ଷା ନେବା ନିମନ୍ତେ ପରାମର୍ଶ ଦେଇଥିଲେ ।

ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ଅକ୍ଟୋବର ୨ ଠାରୁ ସ୍ମାର୍ଟ ଶ୍ରେଣୀ ଗୃହରେ ପାଠ ପଢିବାର ସୁଯୋଗ ପାଇବେ ବୋଲି ସୂଚନା ଦେଇଥିଲେ । ସେଠାରେ ଉପସ୍ଥିତ ଥିବା ପୁରାତନ ଛାତ୍ର ମାନଙ୍କ ସହ ସ୍ମାର୍ଟ ବିଦ୍ୟାଳୟ ନେଇ ଆଲୋଚନା କରିଥିଲେ । ସେମାନଙ୍କୁ ମୋ ସ୍କୁଲ କାର୍ଯ୍ୟକ୍ରମରେ ନିଜନିଜର ସାଧ୍ୟ ମତେ ଆର୍ଥିକ ସହାୟତା କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.