ETV Bharat / state

ମାଡୁଛି ସଂକ୍ରମଣ, ସାବାଡ ହେଉ ନାହାଁନ୍ତି ଅମାନିଆ

author img

By

Published : May 9, 2021, 7:19 AM IST

covid cases are increasing day by day in rayagada
ମାଡୁଛି ସଂକ୍ରମଣ, ସାବାଡ ହେଉ ନାହାଁନ୍ତି ଅମାନିଆ

ରାୟଗଡାରେ ବଢୁଛି କୋରୋନା ସଂକ୍ରମଣ । ସଂକ୍ରମିତଙ୍କ ସଂଖ୍ଯା ହ୍ରାସ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ନିଆଯାଉଛି ପଦକ୍ଷେପ । ଅଧିକ ପଢନ୍ତୁ...

ରାୟଗଡା: ସଂକ୍ରମଣରେ ଲାଗୁନି ବ୍ରେକ। ସଂକ୍ରମଣ ହ୍ରାସ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରୟାସ ଜାରି ରହିଛି । ହେଲେ ସଂକ୍ରମଣ କମିବାର ନାଁ ନେଉନାହିଁ । ବର୍ତ୍ତମାନ କୋରୋନାର ଦ୍ବିତୀୟ ଲହରରେ ସ୍ଥିତି ଧିରେ ଧିରେ ଗମ୍ଭୀର ହେବାରେ ଲାଗିଛି । ଯାହାକୁ ନେଇ ଜିଲ୍ଲାବାସୀ ଏବେ ଭୟଭୀତ ଅବସ୍ଥାରେ ରହୁଛନ୍ତି ।

ମାଡୁଛି ସଂକ୍ରମଣ, ସାବାଡ ହେଉ ନାହାଁନ୍ତି ଅମାନିଆ

ଜିଲ୍ଲାପ୍ରଶାସନ ପକ୍ଷରୁ ଦୁଇ ଦିନିଆ ସପ୍ତାହନ୍ତ ଲକଡାଉନକୁ କଡାକଡି କରାଯାଉଛି । ଅନ୍ୟପଟେ ରାୟଗଡା ଜିଲ୍ଲାର ସହରାଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢୁଥିବାକୁ ଉଭୟ ପ୍ରଶାସନ ଓ ଜିଲ୍ଲାବାସୀଙ୍କ ଚିନ୍ତା ବଢିଯାଇଛି । ତେବେ ରୋଗର ଭୟାବହତାକୁ ନେଇ ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ବାରମ୍ବାର ସଚେତନ କରାଯାଉଛି । ହେଲେ ଅମାନିଆଙ୍କ ଯୋଗୁଁ ଜିଲ୍ଲାରେ ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.