ETV Bharat / state

Russian Tourists Death: ପଞ୍ଚମ ଦିନରେ ଜାରି ରହିଛି ତଦନ୍ତ, ରାୟଗଡା ଆସୁଛି ଆଉ ଏକ କ୍ରାଇମବ୍ରାଞ୍ଚ ଟିମ

author img

By

Published : Jan 3, 2023, 5:27 PM IST

ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାରେ ପଞ୍ଚମ ଦିନରେ ତଦନ୍ତ ଜାରି
ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାରେ ପଞ୍ଚମ ଦିନରେ ତଦନ୍ତ ଜାରି

ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାରେ ରାୟଗଡ଼ାରେ ପଞ୍ଚମ ଦିନରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ଟିମ । କ୍ରାଇମବ୍ରାଞ୍ଚ ଡିଏସପି ତପନ ଦାସଙ୍କ ନେତୃତ୍ବରେ ଅନ୍ୟ ଏକ ଟିମ ତଦନ୍ତରେ ସହଯୋଗ ପାଇଁ ଆଜି ରାୟଗଡ଼ା ଆସିବେ ବୋଲି ଜଣାପଡ଼ିଛି ।

ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାରେ ପଞ୍ଚମ ଦିନରେ ତଦନ୍ତ ଜାରି

ରାୟଗଡ଼ା: ଦୁଇଜଣ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ନେଇ ରାୟଗଡ଼ାରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ପଞ୍ଚମ ଦିନରେ ରାୟଗଡା ଆସୁଛି କ୍ରାଇମବ୍ରାଞ୍ଚ ଡିଏସପି ତପନ ଦାସଙ୍କ ନେତୃତ୍ଵରେ ଆଉ ଏକ ଟିମ । ଘଟଣାର ଅଧିକ ଅନୁସନ୍ଧାନ ପାଇଁ କ୍ରାଇମବ୍ରାଞ୍ଚ ତରଫରୁ ଏହି ଦ୍ବିତୀୟ ଟିମ୍ ରାୟଗଡ଼ା ଆସି ପ୍ରଥମ ଟିମକୁ ତଦନ୍ତରେ ସହାୟତା କରିବେ ।

ଋଷୀୟ ପର୍ଯ୍ୟଟକ ଭ୍ଲାଦିମିର ବିଦାନଭ ଓ ପାବେଲ ଆଣ୍ଟୋଭଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ ପାଇଁ ଆସିଥିବା କ୍ରାଇମବ୍ରାଞ୍ଚ ଟିମର ତଦନ୍ତ ଆଜି ପଞ୍ଚମ ଦିନରେ ପହଞ୍ଚି । ମଙ୍ଗଳବାର କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତୋଙ୍କ ନେତୃତ୍ବରେ ଆସିଥିବା ୧୧ ଜଣିଆ ଟିମ୍ ଦୁଇ ଭାଗରେ ବିଭକ୍ତ ହୋଇ ସହରର ବିଭିନ୍ନ ଅଞ୍ଚଳରେ ତଦନ୍ତ କରିଛନ୍ତି । ଡିଏସପି ସରୋଜକାନ୍ତ ମହାନ୍ତୋଙ୍କ ନେତୃତ୍ବରେ ୪ ଜଣିଆ ଟିମ ରାୟଗଡା ଥାନାରେ ପହଞ୍ଚି କିଛି ପୋଲିସ କର୍ମଚାରୀ ଏବଂ ଆମ୍ବୁଲାନ୍ସ କର୍ମଚାରୀଙ୍କ ବୟାନ ରେକର୍ଡ କରିଛନ୍ତି ।

ଏହାପରେ ଜିଲ୍ଲା ଚିକିତ୍ସାଳୟକୁ ଯାଇ ତଦନ୍ତ କରିଛି ଏହି କ୍ରାଇମବ୍ରାଞ୍ଚ ଟିମ । ପରେ ଅପରାହ୍ନରେ ହୋଟେଲ ଯାଇ ପୁଣି ବାକିଥିବା କର୍ମଚାରୀଙ୍କ ବୟାନ ରେକର୍ଡ କରିଛନ୍ତି । ତେବେ ଆଜି ଏହି ମାମଲାର ତଦନ୍ତ ଅଧିକାରୀ କ୍ରାଇମବ୍ରାଞ୍ଚ ଡିଏସପି ତପନ ଦାସଙ୍କ ନେତୃତ୍ଵରେ ଆଉ ଏକ ଟିମ ରାୟଗଡା ଆସୁଥିବା ଜଣାପଡିଛି । ଏଠାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତୋଙ୍କ ନେତୃତ୍ବାଧିନ ଟିମକୁ ଏହି ଦ୍ବିତୀୟ ଟିମ ତଦନ୍ତରେ ସହଯୋଗ କରିବ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.