ETV Bharat / state

ଚଳିବନି ସରକାରଙ୍କ ମନମାନି, ବେଦାନ୍ତ ଅଧିଗ୍ରହଣ କରିଥିବା ଚାଷ ଜମି ଫେରାଇବାକୁ ଦାବି

author img

By

Published : Apr 24, 2023, 6:51 AM IST

Federation demanded Chief Minister
Federation demanded Chief Minister

ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ପୁରୀରେ ବେଆଇନ ଭାବେ ଅଧିଗ୍ରହଣ ହୋଇଛି ଜମି । ଚାଷ ଜମି ଫେରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କଲା ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି । ଅଧିକ ପଢ଼ନ୍ତୁ

ଚଳିବନି ସରକାରଙ୍କ ମନମାନି

ପୁରୀ: ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୁଦ୍ଧରେ ତୀବ୍ର ହେବାରେ ଲାଗିଛି ସ୍ବର । ବିଶ୍ବବିଦ୍ୟାଳୟ ନାଁରେ ବେଆଇନ ଚାଷ ଜମି ଅଧିଗ୍ରହଣକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି । ପୁରୀ ବାଲିଘାଇ ଛକ ଠାରେ ଥିବା ଛଇତନା ମୌଜାର ଚାଷ ଜମିରେ ହଳ କରାଯାଇ ଅଖିମୁଠି ଅନୁକୂଳ କରାଯାଇଥିଲା । ତେବେ ଏହି ଅବସରରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ସରକାର ଅଧିଗ୍ରହଣ କରିଥିବା ସମସ୍ତ ଜମି ବେଆଇନ ଓ ଜମି ଅଧିଗ୍ରହଣ ଆଇନ ସମ୍ପୂର୍ଣ୍ଣ ଉଲ୍ଲଘଂନ କରାଯାଇଛି ବୋଲି ସଂଘ ଦାବି କରିଛି ।

ସୁପ୍ରିମକୋର୍ଟ ସରକାରଙ୍କୁ ଜମି ଫେରାଇବା ନିର୍ଦ୍ଦେଶ ଦେଇଥିବାରୁ ଚାଷୀମାନେ ନିଜ ଚାଷ ଜମିରେ ଅଖିମୁଠି ଅନୁକୂଳ କରିଥଲେ । ଦୀର୍ଘ ୧୫ବର୍ଷ ଧରି ଚାଷୀମାନେ ସେମାନଙ୍କର ଚାଷ ଜମିରେ ଫସଲ ଉତ୍ପାଦନ କରିପାରୁ ନଥିଲେ । ଏପରିକି ମଣ୍ଡିରେ ଧାନ ମଧ୍ୟ ବିକ୍ରି କରିପାରୁ ନଥିଲେ । ସବୁଠାରୁ ଦୁଃଖର ବିଷୟ ସେମାନଙ୍କ ଜମିର ମାଲିକାନା ଅନିଲ ଅଗ୍ରୱାଲ ଫାଉଣ୍ଡେସନକୁ ଚାଲିଯାଇଥିଲା ।

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ପବିତ୍ର ଅକ୍ଷୟ ତୃତୀୟାରେ ବେଆଇନ ଅଧିଗୃହୀତ ଜମିରେ ବେଦାନ୍ତ ବିରୋଧି ସଙ୍ଘର୍ଷ ସମିତିର ଆବାହକ ଉମା ବଲ୍ଲଭ ରଥ ଓ ସଭାପତି ଦାମଦର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଚାଷୀ ହଳ ଆରମ୍ଭ କରିଥିଲେ । ଏହା ପୂର୍ବରୁ ଜମିରେ ନଡ଼ିଆ ଭାଙ୍ଗି ପୂଜା ଅର୍ଚ୍ଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରେ ବେଲଦଳ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା ।

ଏହି ଚାଷୀ ସମାବେଶକୁ ବିରୋଧି ସଙ୍ଘର୍ଷ ସମିତିର ଆବାହକ ଉମା ବଲ୍ଲଭ ରଥ ଉଦବୋଧନ ଦେଇ କହିଥିଲେ ଯେଭଳି ଭାବରେ ରାଜ୍ୟ ସରକାର ଅନିଲ ଅଗ୍ରୱାଲ ସହିତ ମିଶି ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ମୂଲ୍ୟବାନ ଅମୃତ ମଣୋହି ଜମି ଓ ଗରିବ ଖଟିଖିଆ ଦିନମଜୁରିଆଙ୍କ ଜମିକୁ ଯେଭଳି ଭାବରେ ଶାଗ ମାଛ ଦରରେ ବେଦାନ୍ତ ବିଶ୍ଵବିଦ୍ୟାଳୟକୁ ଟେକି ଦେଇଥିଲେ ଏଭଳି ବେଆଇନ, ବେନିୟମ ଭାବରେ ଜମି ଟେକିଦେବା ଭାରତ ଇତିହାସରେ କେବେ କୌଣସି ଜାଗାରେ ଦେଖାଯାଏ ନାହିଁ ।

ଏଥିରେ ବିରୋଧି ସଙ୍ଘର୍ଷ ସମିତିର ଆବାହକ ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ,ସଭାପତି ଦାମୋଦର ପ୍ରଧାନ, ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ଶେଷଦେବ ନନ୍ଦ, ଉମା ଚରଣ ପ୍ରଧାନ, ବିଷ୍ଣୁ ପ୍ରସାଦ ମିଶ୍ର, ପର୍ଶୁରାମ ପ୍ରଧାନ, ହର ପ୍ରସାଦ ଜେନା, ମଧୁସୂଦନ ରାଉତରାୟ ପ୍ରମୁଖ ଏହି ଆଲୋଚନାରେ ଯୋଗ ଦେଇଥିଲେ । ଆଗାମୀ ଦିନରେ ସରକାର ଚାଷୀମାନଙ୍କ ମାଲିକାନା ଫେରାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପାଖକୁ ଚାଷୀମାନଙ୍କ ଏକ ଦାବି ପତ୍ର ପଠାଇବେ ବୋଲି ସୂଚନା ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.