ETV Bharat / state

ଲାଞ୍ଚ ନେଇ ବନ୍ଧା ହେଲେ ନିମାପଡା ସବ ରେଜିଷ୍ଟ୍ରର କାର୍ଯ୍ୟାଳୟର 2 କର୍ମଚାରୀ

author img

By

Published : Aug 7, 2021, 8:41 AM IST

Two employees of the Nimapada sub-registrar's office were arrested by vigilance
ଲାଞ୍ଚ ନେବା ପଡିଲା ମହଙ୍ଗା: ବନ୍ଧା ହେଲେ ନିମାପଡା ସବ ରେଜିଷ୍ଟ୍ରର କାର୍ଯ୍ୟାଳୟର 2 କର୍ମଚାରୀ

ଭିଜିଲାନ୍ସ ଜାଲରେ ନିମାପଡା ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ମୁଖ୍ୟ କିରାଣୀ । ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ବାନ୍ଧିଛି ଭୁବନେଶ୍ୱର ଭିଜିଲାନ୍ସ ଟିମ । ଏହାସହ ଜଣେ ରାତ୍ରୀ ଜଗୁଆଳୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ପୁରୀ: ଭିଜିଲାନ୍ସ ଜାଲରେ ନିମାପଡା ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ମୁଖ୍ୟ କିରାଣୀ । ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ବାନ୍ଧିଛି ଭୁବନେଶ୍ୱର ଭିଜିଲାନ୍ସ ଟିମ । ଏହାସହ ଜଣେ ରାତ୍ରୀ ଜଗୁଆଳୀଙ୍କୁ ମଧ୍ୟ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ ନିମାପଡ଼ା ଅଞ୍ଚଳର ଏକ ଜମି ବିକ୍ରି ପାଇଁ ଜୈନିକ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ କିରାଣୀ ପ୍ରକାଶ କୁମାର ଦାସ । ଫଳରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଏନେଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ସେହି ବ୍ୟକ୍ତି ଜଣକ କିରାଣୀଙ୍କୁ ୨୦ ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଏହି ଘଟଣାରେ କାର୍ଯ୍ୟାଳୟର ରାତ୍ରୀ ଜଗୁଆଳୀ ହରିହର ଦାସଙ୍କ ସମ୍ପୃକ୍ତି ନେଇ ତାଙ୍କୁ ମଧ୍ଯ ଉଠାଇ ନେଇଥିଲା ଭିଜିଲାନ୍ସ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.