ETV Bharat / state

Puri Jagannath: ଏଣିକି ୬ ଦିନ ଜଗନ୍ନାଥ ଦର୍ଶନ, ବିଶେଷ ଦିନରେ ଭକ୍ତଙ୍କୁ ମନ୍ଦିର ମନା

author img

By

Published : Sep 8, 2021, 1:51 PM IST

Updated : Sep 8, 2021, 2:01 PM IST

ସୋମବାରରୁ ଶନିବାର ଜଗା ଦର୍ଶନକୁ ଅନୁମତି
ସୋମବାରରୁ ଶନିବାର ଜଗା ଦର୍ଶନକୁ ଅନୁମତି

ବଦଳିଲା ଶ୍ରୀମନ୍ଦିର ଦର୍ଶନ ନିୟମ । ଏଣିକି ରବିବାରରୁ ବାଦେ ଦେଇ ସବୁ ବାର ଦର୍ଶନ କରିପାରିବେ । ଅଧିକ ପଢନ୍ତୁ...

ପୁରୀ: ବଦଳିଲା ଶ୍ରୀମନ୍ଦିର ଦର୍ଶନ ନିୟମ । ଏଣିକି ସୋମବାରରୁ ଶନିବାର ଦର୍ଶନ ଅନୁମତି । ଏଥିସହ ରାତି ୯ ପର୍ଯ୍ୟନ୍ତ ମଧ୍ୟ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଅନୁମତି ।

ଏଣିକି ୬ ଦିନ ଜଗନ୍ନାଥ ଦର୍ଶନ, ବିଶେଷ ଦିନରେ ଭକ୍ତଙ୍କୁ ମନ୍ଦିର ମନା

ମହାପ୍ରଭୁଙ୍କ ଦର୍ଶନ କଟକଣା କୋହଳ ହେଲା । ସୋମବାରରୁ-ଶନିବାର ପର୍ଯ୍ୟନ୍ତ ଜଗା ଦର୍ଶନ କରିପାରିବେ ଭକ୍ତ । ପୂର୍ବରୁ ସୋମବାରରୁ ଶୁକ୍ରବାର ଥିବାବେଳେ ଆଉ ଗୋଟିଏ ଦିନ ଦର୍ଶନ ବୃଦ୍ଧି କରାଯାଇଛି । ସେହିପରି ପୂର୍ବରୁ ସନ୍ଧ୍ୟା ୭ ରୁ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ଯାହା ଏବେ କୋହଳ ହୋଇଛି । ପ୍ରତିଦିନ ରାତି ୯ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଲା । ତେବେ ପ୍ରତି ରବିବାର ଶ୍ରୀମନ୍ଦିର ସାନିଟାଇଜ୍ ହେବ । ତେଣୁ ରବିବାର ଦର୍ଶନ କଟକଣା ବଳବତ୍ତର ରହିଛି ।

ପୂଜାପର୍ବାଣୀ ଗଣେଶ ପୂଜା, ବିଶ୍ବକର୍ମା ପୂଜା, ବାମନ ଜନ୍ମ, ଦଶହରା, ପ୍ରଭୃତି ଦିନରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଦର୍ଶନ ବନ୍ଦ ରହିବ । ସେହିପରି ପୂର୍ବ ଭଳି ଭକ୍ତମାନେ ଡବଲ ଡୋଜ ଟିକା ସାର୍ଟିଫିକେଟ ଅଥବା 96 ଘଣ୍ଟାର RTPCR କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭରଚୁଆଲ ମିଟିଂରେ ଏହି ନିଷ୍ପତ୍ତି ହୋଇଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୁମାର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଛତିସା ନିଯୋଗ ସଦସ୍ୟ, ପୁରୀ ଜିଲ୍ଲାପାଳ, ଏସପି ଉପସ୍ଥିତ ଥିଲେ । ତେବେ ଆନନ୍ଦ ବଜାରରେ ମହା ପ୍ରସାଦ ସେବନ ଉପରେ କୌଣସି ନିଷ୍ପତ୍ତି ହୋଇନାହିଁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated :Sep 8, 2021, 2:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.