ETV Bharat / state

Cyclone Asani: ବାତ୍ୟା ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

author img

By

Published : May 10, 2022, 6:15 PM IST

Cyclone Asani: ବାତ୍ୟା ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ
Cyclone Asani: ବାତ୍ୟା ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ବାତ୍ୟା ପ୍ରଭାବରୁ ଆଜି(ମଙ୍ଗଳବାର)ଠାରୁ ୧୨ ତାରିଖ ଯାଏଁ ପୁରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଜିଲ୍ଲାପାଳ ସମୀକ୍ଷା ବୈଠକ କରିଛନ୍ତି । ଅଧିକ ପଢନ୍ତୁ

ପୁରୀ: ବାତ୍ୟା ଅସାନିCyclone Asani) ପ୍ରଭାବ ଆଜି ରାତିରୁ ଆସନ୍ତା 12 ତାରିଖ ଯାଏଁ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । SRC ଅଫିସରୁ ଏ ନେଇ ପୁରୀ ଜିଲ୍ଲାପାଳଙ୍କୁ ଅବଗତ କରାଯିବା ପରେ ପୁରୀ ଜିଲ୍ଲା ପ୍ରଶାସନ(Preparedness of Puri District Administration) ସମ୍ପୂର୍ଣ୍ଣ ହାଇ ଆଲର୍ଟରେ ରହିଛି । ପୁରୀରେ ଅନେକ ପର୍ଯ୍ୟଟକ ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଅଧିକ ଗୁରୁତ୍ବ ଦେଇଛି । ଆସନ୍ତା 12 ତାରିଖ ଯାଏଁ ସମୁଦ୍ର ସ୍ନାନ କରିବା ନେଇ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି ।

ବାତ୍ୟା ନେଇ ପ୍ରସ୍ତୁତ ଅଗ୍ନିଶମ ବିଭାଗ
ବାତ୍ୟା ନେଇ ପ୍ରସ୍ତୁତ ଅଗ୍ନିଶମ ବିଭାଗ

ସମୁଦ୍ର କୂଳରେ ବର୍ଷା ପବନ ସମୟରେ ନ ବସିବା ପାଇଁ ଆଜି ପୁରୀ ପୋଲିସ ପକ୍ଷରୁ ବେଳାଭୂମି ପର୍ଯ୍ୟଟକଙ୍କୁ ସଚେତନ କରାଯାଇଛି । ପୁରୀ ଜିଲ୍ଲାର ସମସ୍ତ ବ୍ଳକରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ବିଡିଓମାନେ ବାତ୍ୟା ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି ତଦାରଖ କରୁଛନ୍ତି । ପୁରୀ ଜିଲ୍ଲାପାଳ ମଧ୍ୟ ଜିଲ୍ଲାର ବରିଷ୍ଠ ଅଧିକାରୀ, ବିଡିଓ, ତହସିଲଦାରଙ୍କ ସହ ଭିଡିଓ କନଫରେନ୍ସ ଘନ ଘନ ବୈଠକ କରି ବାତ୍ୟା ପ୍ରସ୍ତୁତିର ତଦାରଖ କରୁଛନ୍ତି । ସେପଟେ ତଳିଆ ଅଞ୍ଚଳ ଲୋକଙ୍କୁ ଅତ୍ୟଧିକ ବର୍ଷା କିମ୍ବା ପବନ ହେଲେ ବାତ୍ୟା ଆଶ୍ରୟ ସ୍ଥଳୀକୁ ନେବା ପାଇଁ ବ୍ୟବସ୍ଥା ହୋଇଛି ।

Cyclone Asani: ବାତ୍ୟା ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକ ପାନୀୟ ଜଳ, ବିଦ୍ୟୁତ ବ୍ୟବସ୍ଥା, ଔଷଧ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମହଜୁଦ ରଖାଯାଇଛି । ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଯେଭଳି ଖାଉଟି ପାଇବାରେ ସମସ୍ୟା ନ ଭୋଗନ୍ତି ସେ ନେଇ ସମସ୍ତ ବ୍ୟବସ୍ଥା ହୋଇଛି । ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ, ବ୍ରହ୍ମଗିରି, ଅସ୍ତରଙ୍ଗ ଓ ପୁରୀ ହେଡକ୍ବାର୍ଟରରେ 4ଟି ଓଡ୍ରାଫ ଟିମ ମୁତୟନ କରାଯାଇଛି । ଅଗ୍ନିଶମ ବାହିନୀ ମଧ୍ୟ ପବନ ଯୋଗୁଁ ରାସ୍ତାଘାଟ ଅବରୋଧ ହେଲେ ତାହା ସଫା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ସମୁଦ୍ରକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀ ଫେରି ଆସିଥିବାବେଳେ ତାଙ୍କ ଡଙ୍ଗା, ଜାଲ ସୁରକ୍ଷିତ ସ୍ଥାନରେ ରଖିଛନ୍ତି ।

ଅତ୍ୟଧିକ ବର୍ଷାକୁ ଦୃଷ୍ଟିରେ ରଖି ପୁରୀ ସହରର ତଳିଆ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ପାଣି ପମ୍ପ ରଖାଯାଇଛି । ପୁରୀ ବେଳାଭୂମିରେ ଏହି ୩ ଦିନ ପର୍ଯ୍ୟଟକମାନେ ବୁଲାବୁଲି ନ କରିବା ଓ ସମୁଦ୍ରରେ ସ୍ନାନ ନ କରିବା ପାଇଁ ବେଳାଭୂମିରେ ସଚେତନ କରାଯାଇଛି । ସମୁଦ୍ରରେ କୌଣସି ଅଘଟଣକୁ ରୋକିବାକୁ ଲାଇଫ ଗାର୍ଡ ମୁତୟନ କରାଯାଇଛି । ବାତ୍ୟା ଅସାନି ଯୋଗୁଁ ପୁରୀ ଜିଲ୍ଲାରେ 40 ରୁ 50 କିମି ବେଗରେ ପବନ ବହିବାରେ ଅନୁମାନ କରାଯାଉଛି । ଏଣୁ ଅତ୍ୟଧିକ ବର୍ଷା ଓ ପବନ ଦୃଷ୍ଟିରେ ରଖାଯାଇ ଲୋକଙ୍କ ସୁରକ୍ଷା ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟ ଥିବା ପୁରୀ ଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.