ETV Bharat / state

ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ସମ୍ପ୍ରସାରଣ ନିଷ୍ପତ୍ତିକୁ ବିରୋଧ, ହାତ ମାରିଲେ ଆନ୍ଦୋଳନ ଚେତାବନୀ

author img

By ETV Bharat Odisha Team

Published : Nov 17, 2023, 6:24 PM IST

ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ସମ୍ପ୍ରସାରଣ ନିଷ୍ପତିକୁ ବିରୋଧ, ହାତ ମାରିଲେ ଆନ୍ଦୋଳନ ଚେତାବନୀ
ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ସମ୍ପ୍ରସାରଣ ନିଷ୍ପତିକୁ ବିରୋଧ, ହାତ ମାରିଲେ ଆନ୍ଦୋଳନ ଚେତାବନୀ

ନାକଚଣା ଦ୍ବାରର ସମ୍ପ୍ରସାରଣ କାର୍ଯ୍ୟ ନିଷ୍ପତ୍ତିକୁ ବିରୋଧ କରି ଜଗନ୍ନାଥ ଭକ୍ତ ଦିଲ୍ଲୀପ ବରାଳ କହିଛନ୍ତି ନାକଚଣା ଦ୍ଵାର ଶ୍ରୀମନ୍ଦିର ପ୍ରଶାସନ କରିନାହିଁ । ଏହା ଶହଶହ ବର୍ଷ ପୂର୍ବରୁ ରାଜା ମହାରାଜା ମାନେ ନିର୍ମାଣ କରିଛନ୍ତି । ସେହିପରି ମହାପ୍ରଭୁଙ୍କ ପହଣ୍ଡି ଆଜି କି କାଲି ଆରମ୍ଭ ହୋଇନାହିଁ । ଏହାର ଭଙ୍ଗାରୁଜା କଲେ ଆନ୍ଦୋଳନ ହେବ । ଅଧିକ ପଢନ୍ତୁ

ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ସମ୍ପ୍ରସାରଣ ନିଷ୍ପତିକୁ ବିରୋଧ, ହାତ ମାରିଲେ ଆନ୍ଦୋଳନ ଚେତାବନୀ

ପୁରୀ: ଗୁଣ୍ଡିଚା ମନ୍ଦିରର ନାକ ଚଣା ଦ୍ବାରର ହେବ ସମ୍ପ୍ରସାରଣ କାର୍ଯ୍ୟ । ମହାପ୍ରଭୁଙ୍କ ପହଣ୍ଡି ବେଳେ ଆଗାମୀ ଦିନରେ ଯେଭଳି କୌଣସି ସମସ୍ୟା ନ ଉପୁଜେ ସେଥିପାଇଁ ନାକଚଣା ଦ୍ଵାର ହେବ ସମ୍ପ୍ରସାରଣ । ଏହି ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ନେବା ପରେ ଏହାକୁ ବିଭିନ୍ନ ମହଲରେ ବିରୋଧ ଆରମ୍ଭ ହୋଇଛି । ଗୁଣ୍ଡିଚା ମନ୍ଦିର ଭଳି ଏକ ଐତିହ୍ୟକୁ ସୁରକ୍ଷା ଦେବା ବଦଳରେ ନାକ ଚଣା ଦ୍ବାର ସମ୍ପ୍ରସାରଣ ଆଳରେ କୌଣସି ଭଙ୍ଗାରୁଜା କାର୍ଯ୍ୟ ହେଲେ ଦୃଢ ବିରୋଧ ହେବ ବୋଲି ଜଗନ୍ନାଥ ଭକ୍ତ ଓ ବିଭିନ୍ନ ବର୍ଗର ଲୋକେ ଚେତାବନୀ ଦେଇଛନ୍ତି ।

ନାକଚଣା ଦ୍ବାରର ସମ୍ପ୍ରସାରଣ କାର୍ଯ୍ୟ ନିଷ୍ପତ୍ତିକୁ ବିରୋଧ କରି ଜଗନ୍ନାଥ ଭକ୍ତ ଦିଲ୍ଲୀପ ବରାଳ କହିଚନ୍ତି ନାକଚଣା ଦ୍ଵାର ଶ୍ରୀମନ୍ଦିର ପ୍ରଶାସନ କରିନାହିଁ । ଏହା ଶହଶହ ବର୍ଷ ପୂର୍ବରୁ ରାଜା ମହାରାଜା ମାନେ ନିର୍ମାଣ କରିଛନ୍ତି । ସେହିପରି ମହାପ୍ରଭୁଙ୍କ ପହଣ୍ଡି ଆଜି କି କାଲି ଆରମ୍ଭ ହୋଇନାହିଁ । ଏଣୁ ନାକଚଣା ଦ୍ବାରରେ ପହଣ୍ଡି ବେଳେ ଅସୁବିଧା କେତେବେଳେ ହେଲା ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ଅର୍ଥକୁ କିଛି ଅସାଧୁ ଅଧିକାରୀ ଚଳୁ କରିବା ଉଦ୍ଦେଶ୍ୟରେ ନାକଚଣା ଦ୍ଵାର ସମ୍ପ୍ରସାରଣ କାର୍ଯ୍ୟ କରିବା ପାଇଁ ଉଦ୍ୟମ ଆରମ୍ଭ କରୁଛନ୍ତି । ନାକଚଣା ଦ୍ବାରରେ କୌଣସି ଭଙ୍ଗାରୁଜା ହେଲେ ସେ ଏହା ବିରୋଧରେ କୋର୍ଟର ଦ୍ଵାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ଦିଲ୍ଲୀପ ବରାଳ।

ଅଧିକ ପଢନ୍ତୁ- ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ

ସେପଟେ ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତିକୁ କଡା ବିରୋଧ କରିଛି ଜଗନ୍ନାଥ ସେନା । ସେନାର ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି, ‘ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି କୌଣସି ଐତିହ କୀର୍ତ୍ତିରାଜି ଭଙ୍ଗା ଯାଇପାରିବ ନାହିଁ । ଏହାକୁ କେବଳ ସଂରକ୍ଷିତ ରଖାଯିବ । ଏଭଳି ନିଷ୍ପତ୍ତି ନେବାରୁ ଶ୍ରୀମନ୍ଦିର ପ୍ରଶାସନ କ୍ଷାନ୍ତ ରହୁ । ନ ହେଲେ ଜଗନ୍ନାଥ ସେନା କଡା ବିରୋଧ କରିବ । ସାରା ରାଜ୍ୟରେ ଆନ୍ଦୋଳନ ହେବ ।’ ସେହିପରି ଯୁବ ବିଜେପି ନେତା ଜୟନ୍ତ ଦାସ କହିଛନ୍ତି, ‘ଗୁଣ୍ଡିଚା ମନ୍ଦିର କାହାରି ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ଏହା ଆମ ଐତ୍ୟହ । ଏହାକୁ କିଏ ନଷ୍ଟ କରିବାକୁ ଚାହିଁବ । ଯଦି ଉଦ୍ୟମ କରନ୍ତିତ ନିଆଁ ଜଳିବ । ସାରା ରାଜ୍ୟରେ ବ୍ୟାପକ ଆନ୍ଦୋଳନ ହେବ । ଏଭଳି ନିଷ୍ପତ୍ତିରୁ ଶ୍ରୀମନ୍ଦିର ପ୍ରଶାସନ କ୍ଷାନ୍ତ ରହୁ ।’

ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଳରେ ସରକାର ବହୁ ପୁରାତନ ଐତିହ କୀର୍ତ୍ତିରାଜି, ମଠ ଉଚ୍ଛେଦକୁ ନେଇ ବ୍ୟାପକ ବିରୋଧ ହୋଇଥଲା । ପୁଣି ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ସମ୍ପ୍ରସାରଣ ଆଳରେ ଏହାକୁ ଭଙ୍ଗା ଯିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ନେଇ ପୁରୀରେ ବିରୋଧ ଆରମ୍ଭ ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.