ETV Bharat / state

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ

author img

By ETV Bharat Odisha Team

Published : Nov 17, 2023, 5:42 PM IST

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ

Jagannatha Temple Natamandap Repairing: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ଶ୍ରୀମନ୍ଦିରର ନାଟମଣ୍ଡପ ମରାମତି କାର୍ଯ୍ୟ । ଲୁହା ପାଇପ୍ ସ୍କାଫୋଲଡିଂକୁ ସଂଯୋଗ କରି ତିଆରି ହେବ ଓ୍ବାର୍କିଂ ପ୍ଲାଟଫର୍ମ । ଅଧିକ ପଢ଼ନ୍ତୁ

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ

ପୁରୀ: ଶେଷରେ କାର୍ଯ୍ୟକାରୀ ହେଲା ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ । ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ପୁରୀ ଶ୍ରୀମନ୍ଦିରର ନାଟମଣ୍ଡପ ମରାମତି କାର୍ଯ୍ୟ । ଲୁହା ପାଇପ୍ ସ୍କାଫୋଲଡିଂକୁ ସଂଯୋଗ କରି ଓ୍ବାର୍କିଂ ପ୍ଲାଟଫର୍ମ ତିଆରି ପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ASI) ପକ୍ଷରୁ ଆରମ୍ଭ ହେବ ନାଟମନ୍ଦିର ମରାମତି କାମ । ମରାମତି କାର୍ଯ୍ୟର ଅନୁଧ୍ୟାନ କରିବେ ASIର ୧୫ ଜଣ କର୍ମଚାରୀ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି(ଶୁକ୍ରବାର)ଠାରୁ ଆରମ୍ଭ ହୋଇଛି ପୁରୀ ଶ୍ରୀମନ୍ଦିରର ନାଟମଣ୍ଡପ ମରାମତି କାର୍ଯ୍ୟ । ମରାମତି କାର୍ଯ୍ୟ ପାଇଁ ପ୍ରଥମେ ଲୁହା ପାଇପ୍ ସ୍କାଫୋଲଡିଂକୁ ସଂଯୋଗ କରାଯାଇ ଏକ ଓ୍ବାର୍କିଂ ପ୍ଲାଟଫର୍ମ ତଥା ଭାରା ତିଆରି ହେବ । ପରେ ଏଏସଆଇ କର୍ମଚାରୀଙ୍କ ଉପସ୍ଥିତିରେ ନାଟମଣ୍ଡପର ମରାମତି କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଆଜି(ଶୁକ୍ରବାର) ଠାରୁ ସ୍କାଫୋଲଡିଂ ସଂଯୋଗ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କାର୍ଯ୍ୟ ଶେଷ ହେବା ପରେ ଏଏସଆଇର ବିଶେଷଜ୍ଞ ଟିମ୍ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠିତ ହୋଇଥିବା ବୈଷୟିକ ଟିମ୍ ମିଳିତ ଭାବେ ମରାମତି କାର୍ଯ୍ୟ କରିବେ । ଶ୍ରୀମନ୍ଦିର ନାଟମଣ୍ଡପର ଏକ ବିମ୍ (ଖୁଣ୍ଟ)ରେ ଫାଟ ସୃଷ୍ଟି ହୋଇଥିବା ଫଟୋରୁ ଜଣାପଡ଼ିବା ପରେ ଏହାକୁ କିଭଳି ଶୀଘ୍ର ମରାମତି କରାଯାଇ ପାରିବ, ସେନେଇ ଏଏସଆଇ ସମସ୍ତ କାର୍ଯ୍ୟ କରିବ ବୋଲି କୁହାଯାଇଛି ।

ଏହାମଧ୍ୟ ପଢ଼ନ୍ତୁ: ବଡଦାଣ୍ଡ ହେବ ଆମିଷ ମୁକ୍ତ !

ଏବେ ଚାଲିଛି ଧର୍ମ ମାସ କାର୍ତ୍ତିକ । ଏଥିପାଇଁ ଶ୍ରୀମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଗହଳି ଚହଳି ଲାଗିଛି । କାର୍ତ୍ତିକମାସରେ ମହାପ୍ରଭୁ ଶ୍ରୀଜଗନ୍ନାଙ୍କର ନୀତିକାନ୍ତୀକୁ ଦୃଷ୍ଟିରେ ରଖାଯାଇ କେଉଁ ସମୟରେ ମରାମତି କାର୍ଯ୍ୟ ହୋଇପାରିବ, ସେନେଇ ମନ୍ଦିର କମାଣ୍ଡରଙ୍କ ପରାମର୍ଶରେ ମରାମତି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ, ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ ନାଟମଣ୍ଡପର ମରାମତି କାର୍ଯ୍ୟ ଏଏସଆଇ ପକ୍ଷରୁ ଚାଲିବ । କାର୍ତ୍ତିକ ମାସ ପରେ ମରାମତି କାର୍ଯ୍ୟକୁ ଜୋରସୋରରେ ଆଗେଇ ନେବାକୁ ଏଏସଆଇ ଲକ୍ଷ୍ୟ ରଖିଛି । ଗତକାଲି(ଗୁରବାର) ଶ୍ରୀମନ୍ଦିର ପ୍ରଶାସନ ସହିତ ବୈଠକ ପରେ ଏଏସଆଇକୁ ମରାମତି କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏନଓସି ବା ନୋ ଅବଜେକ୍ସନ୍ ସାର୍ଟିଫିକେଟ ଦେଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଗୋଲାପୀ ରଙ୍ଗରେ ରଙ୍ଗୀନ ହେବ ବଡ଼ଦାଣ୍ଡ, ନୂଆବର୍ଷରୁ ସବୁ କୋଠାକୁ କରାଯିବ ସୌନ୍ଦର୍ଯ୍ୟକରଣ!

ନାଟ ମନ୍ଦିର ମରାମତିକୁ ନେଇ ବ୍ୟାପକ ବନ୍ଦୋବସ୍ତ କରିଛି ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ନୀତିକାନ୍ତି ତଥା ଭକ୍ତଙ୍କ ଦର୍ଶନ ଯେଭଳି ପ୍ରଭାବିତ ନହେବ ତା'କୁ ଦୃଷ୍ଟିରେ ରଖାଯାଇ କାର୍ଯ୍ୟ କରାଯିବ । ଶ୍ରୀମନ୍ଦିର ନାଟମଣ୍ଡପ ମରାମତିରେ ଏଏସଆଇର ଅବହେଳାକୁ ନେଇ ହାଇକୋର୍ଟ ବିରକ୍ତି ପ୍ରକାଶ କରିଥିଲେ । ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ବେଳେ ଏହି କାର୍ଯ୍ୟ ସଠିକ୍ ଢଙ୍ଗରେ କରାଯିବାକୁ ଭକ୍ତ ଓ ସେବାୟତ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.