ETV Bharat / state

Niladri Bije: ନୀଳାଦ୍ରି ବିଜେରେ ମହାପ୍ରଭୁ, ଭୋଗ ଲଗାଇ ରସଗୋଲା ଦିବସ ପାଳିଲେ ଭକ୍ତ

author img

By

Published : Jul 1, 2023, 6:48 PM IST

Niladri Bije
Niladri Bije

ନବଦିନ ବ୍ୟାପୀ ମହାପ୍ରଭୁଙ୍କ ଲୀଳାଖେଳା ଶେଷ ହୋଇଛି । ଆଜି ରତ୍ନବେଦୀକୁ ବାହୁଡ଼ିବେ କାଳିଆ ଠାକୁର । ୧୨ ଦିନ ଧରି ଅଭିମାନ କରିଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ କାଳିଆ ଠାକୁର । ଏହି ଅବସରରେ ରସଗୋଲା ଭୋଗ ଲଗାଇ ଭକ୍ତମାନେ ରସଗୋଲା ଦିବସ ପାଳିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ

ନୀଳାଦ୍ରି ବିଜେରେ ମହାପ୍ରଭୁ, ଭୋଗ ଲଗାଇ ରସଗୋଲା ଦିବସ ପାଳିଲେ ଭକ୍ତ

ପୁରୀ: ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନେଇ ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ନବଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ରତ୍ନ ସିଂହାସନକୁ ଫେରିବେ । ଏ ନେଇ ପ୍ରସ୍ତୁତି ଚାଲିଛି । ସେପଟେ ରଥ ଉପରେ ମହାପ୍ରଭୁଙ୍କୁ ଶେଷଥର ଚଳିତ ବର୍ଷ ଦର୍ଶନ ଲାଗି ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଆଜି ମହାପ୍ରଭୁ ନୀଳକନ୍ଦରକୁ ବାହୁଡ଼ିବା ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ କରିବେ । ଏ ନେଇ ସାଙ୍ଗରେ ରସଗୋଲା ସାଙ୍ଗକୁ ସ୍ବର୍ଣ୍ଣ ଅଳଙ୍କାର ରଖିଛନ୍ତି ମହାପ୍ରଭୁ । ନୀଳାଦ୍ରି ବିଜେରେ ମହାପ୍ରଭୁଙ୍କ ନିକଟରେ ରସଗୋଲା ଲାଗି ହେଉଥିବାରୁ ଆଜି ରସଗୋଲା ଦିବସ ପାଳିଛନ୍ତି ଶ୍ରଦ୍ଧାଳୁ ।

ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ପାଇ ଭକ୍ତ ହୋଇଛନ୍ତି ଆନନ୍ଦିତ। ତେବେ ନୀଳାଦ୍ରି ବିଜେରେ ଆଜିର ଏକ ସ୍ଵତନ୍ତ୍ର ବିଧି ପରମ୍ପରା ରହିଛି । ମହାପ୍ରଭୁଙ୍କୁ ରସଗୋଲା ଭୋଗ ହୋଇଥାଏ । ଏଣୁ ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ରସଗୋଲା ଭୋଗ ଲାଗି କରିଛନ୍ତି । ରଥଯାତ୍ରାରେ ପତ୍ନୀ ଲକ୍ଷ୍ମୀ ଠାକୁରାଣୀଙ୍କୁ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥ ପଳାଇ ଯାଇଥିବାରୁ ଲକ୍ଷ୍ମୀ ଠାକୁରାଣୀ ପ୍ରଭୁ ଜଗନ୍ନାଥଙ୍କ ଉପରେ ରୋଷ ରଖିଥାନ୍ତି । ଏହା ଜାଣିପାରି ମହାପ୍ରଭୁ ଶ୍ରଜଗନ୍ନାଥ ନିଜ ପତ୍ନୀ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଖୁଆଇ, ଅଳଙ୍କାର ଦେଇଥାଆନ୍ତି । ଏଥିରେ ଲକ୍ଷ୍ମୀ ଠାକୁରାଣୀ ଶାନ୍ତ ହେବା ଶହ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କୁ ସ୍ଵାଗତ କରିଥାନ୍ତି ।

ଏହା ବି ପଢନ୍ତୁ- ଆଜି ନିଳକନ୍ଦରକୁ ବାହୁଡିବେ ମହାବାହୁ, ରସଗୋଲା ଦେଇ ଲକ୍ଷ୍ମୀ ସାଆନ୍ତାଣିଙ୍କୁ ମନାଇବେ ଜଗନ୍ନାଥ

କାହିଁ କେଉଁ କାଳରୁ ନୀଳାଦ୍ରି ବିଜେ ଦିନ ମହାପ୍ରଭୁଙ୍କୁ ଭକ୍ତମାନେ ରସଗୋଲା ଭୋଗ କରିଥାନ୍ତି । ଏଥିପାଇଁ ଶ୍ରୀକ୍ଷେତ୍ରରେ ଆଜି ହଜାର ହଜାର ଭକ୍ତଙ୍କ ଭିଡ଼ । ଏହି ନୀତି ମଧ୍ୟ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଉଛି । ଦାମ୍ପତ୍ୟ ଜୀବନରେ ଯେତେ ବାଦ ବିବାଦ ଆସିଲେ ବି ସ୍ବାମୀ ଓ ସ୍ତ୍ରୀ ପରସ୍ପରକୁ ସମ୍ମାନ ଦେବା ଶହ ପ୍ରେମ ସମ୍ପର୍କକୁ ଅତୁଟ ରଖିବାକୁ ସମାଜକୁ ବାର୍ତ୍ତା ଦେଉଛି ଏହି ନୀଳାଦ୍ରି ବିଜେ । ଏ ନେଇ ଜଣେ ଭକ୍ତ କହିଛନ୍ତି, "ଦାମ୍ପତ୍ୟ ଜୀବନରେ ରାଗରୁଷା ସାଙ୍ଗକୁ ପ୍ରେମଭାବ ମଧ୍ୟ ରହିଥାଏ । ଏଣୁ ହିଂସାକୁ ତ୍ୟାଗ କରି ପ୍ରେମ ମାଧ୍ୟମରେ ସମ୍ପର୍କକୁ ଅତୁଟ କରିବା ଉଚିତ । ଜଗତର ନାଥ ଜଗନ୍ନାଥ ମଧ୍ୟ ନିଜ ନୀତି ମାଧ୍ୟମରେ ଏହି ଶିକ୍ଷା ଦିଅନ୍ତି ।"

ସେପଟେ କଟକରୁ ଆସିଥିବା କିଛି ଯୁବକ ମଧ୍ୟ ଆଜିର ଦିବସକୁ ରସଗୋଲା ଦିବସ ଭାବେ ପାଳନ କରିଛନ୍ତି । ମହାପ୍ରଭୁଙ୍କୁ ରସଗୋଲା ଭୋଗ କରିବା ପରେ ପରସ୍ପରକୁ ରସଗୋଲା ଖୁଆଇ ରସଗୋଲା ଦିବସ ପାଳନ କରିଛନ୍ତି । କେଉଁ ଆଦି କାଳରୁ ଓଡ଼ିଶାରେ ରସଗୋଲା ମହାପ୍ରଭୁଙ୍କ ଭୋଗ ଭାବେ ଲାଗି ହେଉଛି । ଏଣୁ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ । ଆଜି ପବିତ୍ର ନୀଳାଦ୍ରି ବିଜେକୁ ପ୍ରତ୍ୟେକ ଓଡ଼ିଆ, ବିଭିନ୍ନ ଅନୁଷ୍ଠାନ ରସଗୋଲା ଦିବସ ଭାବେ ପାଳନ କରିବାକୁ ଯୁବପୀଢ଼ି ମତ ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.