ETV Bharat / state

ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ ପ୍ରଶିକ୍ଷଣ ଶିବିର

author img

By

Published : Feb 6, 2021, 8:14 PM IST

District level Right to Information Law Training Camp held in puri
ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ ପ୍ରଶିକ୍ଷଣ ଶିବିର

ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ । ସୂଚନା ଅଧିକାର ଆଇନ ଉପରେ ଗ୍ରାମାଞ୍ଚଳର ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଶିବିର କରାଯାଇଛି ଆୟୋଜିତ ।

ପୁରୀ : ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ବରିଷ୍ଠ ଆଇନଜୀବୀ ସୁଧୀର ମହାନ୍ତି, ମାନବାଧିକାର କର୍ମୀ ଅଖଣ୍ଡ, ନିମାପଡା ବ୍ଲକ ସୂଚନା ଅଧିକାର ଅଭିଯାନ ଆବାହକ ସନ୍ତୋଷ କୁମାର ପ୍ରଧାନଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ ପ୍ରଶିକ୍ଷଣ ଶିବିର

ବିଭିନ୍ନ ବ୍ଲକରେ ଦୁର୍ନୀତି, ଭଷ୍ଟାଚାରର ଶିକାର ହେଉଛନ୍ତି ନିରୀହ ସାଧାରଣ ଲୋକମାନେ। କିପରି ସାଧାରଣ ଲୋକମାନେ ସରକାରଙ୍କ ଯୋଜନାରୁ ସୁବିଧା ପାଇପାରିବେ । ଲୋକମାନଙ୍କର ମୌଳିକ ସୁବିଧାର ଅର୍ଥ ହରିଲୁଟ ହେଉଥିବା ବେଳେ ସୂଚନା ଅଧିକାର ଆଇନ ବଳରେ କିପରି ଏହାକୁ ରୋକି ହେବ । ଏନେଇ ଏହି ଶିବିରରେ ଆଲୋଚନା କରାଯାଇଥିଲା। ବିଶେଷ କରି ସୂଚନା ଅଧିକାର ଆଇନ ଉପରେ ଗ୍ରାମଞ୍ଚଳର ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ସ୍ବତନ୍ତ୍ର ଶିବିର ଆୟୋଜନ କରାଯାଇଥିଲା। ତେବେ ସରକାର ସୂଚନା ଅଧିକାରକର୍ମୀଙ୍କ ସୁରକ୍ଷା ଦିଗରେ କଡା ପଦକ୍ଷେପ ନେବାକୁ ସଭାରେ ମତ ପ୍ରକାଶ ପାଇଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.