ETV Bharat / state

କେବେ ଖୋଲିବ ଗୁଣ୍ଡିଚା ମନ୍ଦିର ? ଶ୍ରୀମନ୍ଦିର ପ୍ରଶାସନ ଅବହେଳା ନେଇ ଭକ୍ତ ମହଲରେ ଅସନ୍ତୋଷ

author img

By ETV Bharat Odisha Team

Published : Nov 8, 2023, 10:50 PM IST

କେବେ ଖୋଲିବ ଗୁଣ୍ଡିଚା ମନ୍ଦିର ?
କେବେ ଖୋଲିବ ଗୁଣ୍ଡିଚା ମନ୍ଦିର ?

ଖୋଲୁନି ମହାପ୍ରଭୁଙ୍କ ଜନ୍ମସ୍ଥାନ ଗୁଣ୍ଡିଚା ମନ୍ଦିର । କେବେ ଖୋଲିବ ଗୁଣ୍ଡିଚା ମନ୍ଦିର ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ସେପଟେ ଶ୍ରୀମନ୍ଦିର ପ୍ରଶାସନର ଅବହେଳାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ । ଅଧିକ ପଢ଼ନ୍ତୁ

କେବେ ଖୋଲିବ ଗୁଣ୍ଡିଚା ମନ୍ଦିର ?

ପୁରୀ: ଭକ୍ତଙ୍କ ପାଇଁ ଖୋଲୁନି ମହାପ୍ରଭୁଙ୍କ ଜନ୍ମସ୍ଥାନ ଗୁଣ୍ଡିଚା ମନ୍ଦିର । କେବେ ଗୁଣ୍ଡିଚା ମନ୍ଦିର ଖୋଲିବ ଏହାକୁ ଚାହିଁ ରହିଛନ୍ତି ଭକ୍ତ । 3 ବର୍ଷ ଧରି ବନ୍ଦ ରହିଛି ମାହାପ୍ରଭୁଙ୍କ ଜନ୍ମବେଦୀ । ଏହାରି ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନର ଅବହେଳାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ମହାପ୍ରଭୁଙ୍କ ଜନ୍ମସ୍ଥାନ ଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ କେବେ ଖୋଲିବ ? ଏହି ପ୍ରଶ୍ନ ଏବେ ସବୁ ଭକ୍ତଙ୍କ ମନରେ ।

ତେବେ 2020 ମସିହା କୋଭିଡ ମହାମାରୀ ସମୟରେ ଉଭୟ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଥିଲା । ହେଲେ ଇତି ମଧ୍ୟରେ କୋଭିଡ ମହାମାରୀ ଶେଷ ହୋଇଥିବା ବେଳେ ଶ୍ରୀମନ୍ଦିର ଖୋଲାଯାଇଛି । କିନ୍ତୁ ଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଖୋଲିନାହିଁ । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ବିଶେଷ କରି ଦେଶର କୋଣ ଅନୁକୋଣରୁ ଆସୁଥିବା ଭକ୍ତ ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ନିରାଶ ହୋଇ ଫେରୁଛନ୍ତି । ଯେହେତୁ ଗୁଣ୍ଡିଚା ମନ୍ଦିର ମହାପ୍ରଭୁଙ୍କ ଜନ୍ମସ୍ଥାନ ଏହି ପବିତ୍ର ସ୍ଥଳୀକୁ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ଯରେ ବେଶ୍ ଉତ୍କଣ୍ଠା ଥାଏ । ମହାପ୍ରଭୁଙ୍କ ଜନ୍ମସ୍ଥାନ ସହ ଗୁଣ୍ଡିଚା ମନ୍ଦିର ଭିତରେ ଥିବା ମନ୍ଦିରର କାରୁକାର୍ଯ୍ୟ, ରୋଷ ଘର, ବଗିଚା ଦେଖିବକୁ ଭକ୍ତଙ୍କ ଆଗ୍ରହ ରହିଥାଏ । ହେଲେ ଶ୍ରୀମନ୍ଦିର ପ୍ରଶାସନର ଖାମଖିଆଲ ମନୋଭାବ ଯୋଗୁଁ ଗୁଣ୍ଡିଚା ମନ୍ଦିର ଖୋଲିବାରେ ବିଳମ୍ବ ହେଉଥିବା ଜଗନ୍ନାଥ ପ୍ରେମୀମାନେ ଅଭିଯୋଗ କରିଛନ୍ତି । ଏପରିକି କିଛି ସେବାୟତ, ଶ୍ରୀମନ୍ଦିର କର୍ମଚାରି ଟଙ୍କା ନେଇ କିଛି ଭକ୍ତମାନଙ୍କୁ ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କରାଉଥିବା ଜଗନ୍ନାଥ ପ୍ରେମୀ ଅଭିଯୋଗ କରିଛନ୍ତି । ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଖୋଲିବାକୁ ଦାବି କରିଛନ୍ତି ଭକ୍ତ ।

ଏହା ମଧ୍ୟ ପଢ଼ନ୍ତୁ......Orissa High Court: ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗ, ପୂର୍ଣ୍ଣାଙ୍ଗ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ତେବେ ଗୁଣ୍ଡିଚା ମନ୍ଦିରରେ ମରାମତି କାର୍ଯ୍ୟ ଏଏସଆଇ ପକ୍ଷରୁ ରଥଯାତ୍ରା ପୁର୍ବରୁ କରାଯାଇଥିଲା । ଏହି ମରାମତି କାର୍ଯ୍ୟ ଶେଷ ପରେ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା । ହେଲେ ମରାମତି କେବେ ସରିବ, କେବେ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲିବ ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି । ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ଗୁଣ୍ଡିଚା ମନ୍ଦିରରେ ମରାମତି କାର୍ଯ୍ୟ ଚାଲୁ ରହିଛି । ଏବେ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଇବା ନିରାପଦ ହେବ ନାହିଁ । ମରାମତି କାର୍ଯ୍ୟ ଶେଷ ହେଲେ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲାଯିବ । ତେବେ ମରାମତି କାର୍ଯ୍ୟ କେବେ ସରିବ ସେ ନେଇ ସଠିକ୍ ଉତ୍ତର ଦେଇ ନାହାନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ମହାପ୍ରଭୁଙ୍କ ଜନ୍ମସ୍ଥାନ ଦର୍ଶନ କରି ନପାରି ଅନେକ ଭକ୍ତ ନିରାଶରେ ଫେରୁଥିବା ବେଳେ ଶୀଘ୍ର ମନ୍ଦିରର ମରାମତି କରାଯାଇ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲିବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.