ETV Bharat / state

କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ପୁରୀ ଗସ୍ତ, ବିଭିନ୍ନ ବିଭାଗ କାର୍ଯ୍ୟର କଲେ ସମୀକ୍ଷା

author img

By

Published : Oct 27, 2022, 3:44 PM IST

କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ପୁରୀ ଗସ୍ତ, ବିଭିନ୍ନ ବିଭାଗ କାର୍ଯ୍ୟର କଲେ ସମୀକ୍ଷା
କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ପୁରୀ ଗସ୍ତ, ବିଭିନ୍ନ ବିଭାଗ କାର୍ଯ୍ୟର କଲେ ସମୀକ୍ଷା

କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ପୁରୀ ଗସ୍ତ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କଲେ ଡଃ ସୁରେଶ ଚନ୍ଦ୍ର ଦଳାଇ । ଅଧିକ ପଢନ୍ତୁ

ପୁରୀ: କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇଙ୍କ ପୁରୀ ଗସ୍ତ। ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି । ସମସ୍ତ ସରକାରୀ ଓ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେବା ଯୋଗାଇ ଦେବାକୁ ଡଃ ଦଳାଇ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ପୁରୀ ଗସ୍ତ, ବିଭିନ୍ନ ବିଭାଗ କାର୍ଯ୍ୟର କଲେ ସମୀକ୍ଷା

5T ଆଧାରରେ ରାଜ୍ୟରେ କାର୍ଯ୍ୟ ପରିଚାଳନା ହେଉଥିବାରୁ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ସେ ଗୁରୁତ୍ୱ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ସମର୍ଥ ବର୍ମା ଆୟୁକ୍ତଙ୍କୁ ସ୍ୱାଗତ କରିବା ସହ ବିଭାଗ ଅନୁସାରେ ସମୀକ୍ଷା କାର୍ଯ୍ୟରେ ସହଯୋଗ କରିଥିଲେ । ସରକାରଙ୍କର ବିଭିନ୍ନ ବିଭାଗ ସେମାନଙ୍କର ଲୋକାଭିମୁଖୀ କାର୍ଯ୍ୟର ସଫଳତାକୁ ପ୍ରଦର୍ଶିତ ବା ପ୍ରଚାର ପ୍ରସାର କରିବାକୁ ରାଜସ୍ବ ଆୟୁକ୍ତ ପରାମର୍ଶ ଦେଇଥିଲେ । ଯାହା ଫଳରେ ଯୋଜନା ସମ୍ପର୍କରେ ଅଧିକ ଲୋକ ସଚେତନ ହେବେ ଏବଂ ଅଧିକ ହିତାଧିକାରୀ ସାମିଲ ହୋଇ ପାରିବେ ବୋଲି ସେ କହିଥିଲେ ।

ଅନ୍ୟପଟେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ ଏହି ସମୀକ୍ଷାରେ ଉପସ୍ଥିତ ଥିଲେ । ରାଜସ୍ୱ ଆୟୁକ୍ତ ପୁରୀ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ଓ ଭିତ୍ତିଭୂମିର ବିକାଶ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାର ସମସ୍ତ ତହସିଲଦାରଙ୍କ ସହ ମଧ୍ୟ ଆଲୋଚନା କରି ରାଜସ୍ବ ଆୟ, ରାଜସ୍ବ ବିଭାଗ ପକ୍ଷରୁ ଲୋକମାନଙ୍କୁ ଯୋଗାଇ ଦିଆଯାଉଥିବା ସେବା ଓ ରାଜସ୍ବ ସମସ୍ୟା ସମ୍ପର୍କରେ ସମୀକ୍ଷା କରି ବିହିତ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ଅବସରରେ ଆରଡିସି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କର ଦର୍ଶନ କରିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.