ETV Bharat / state

ପୁରୀରେ ବଲିଉଡ ଅଭିନେତ୍ରୀ ଜୟପ୍ରଦା, ମହାପ୍ରଭୁଙ୍କୁ କଲେ ଦର୍ଶନ

author img

By

Published : Mar 30, 2023, 7:41 PM IST

ପୁରୀରେ ବଲିଉଡ ଭେଟେରାନା ଅଭିନେତ୍ରୀ ଜୟ ପ୍ରଦା । ମହାପ୍ରଭୁଙ୍କୁ ଦର୍ଶନ କରି କଲେ ଖୁସିବ୍ୟକ୍ତ । ଅଧିକ ପଢନ୍ତୁ

Jaya Prada
Jaya Prada

ପୁରୀରେ ବଲିଉଡ ଅଭିନେତ୍ରୀ ଜୟପ୍ରଦା

ପୁରୀ: ଜଗତର ନାଥ ଜଗନ୍ନାଥଙ୍କ ଶରଣରେ ବଲିଉଡ ଭେଟେରାନ ଅଭିନେତ୍ରୀ ଜୟ ପ୍ରଦା । ପୁରୀ ଆସି ପୁଅ ସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଜୟ ପ୍ରଦା । ପବିତ୍ର ରାମ ନବମୀରେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବେଶ ଖୁସିବ୍ୟକ୍ତ କରିଛନ୍ତି । ସମସ୍ତଙ୍କ ମଙ୍ଗଳ କାମନା କରି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା ସେ କହିଛନ୍ତି । ବୁଧବାର ସେ କଟକ ଯାଇ ମା' କଟକ ଚଣ୍ଡୀଙ୍କୁ ମଧ୍ୟ ଦର୍ଶନ କରିଥିଲେ ।

ମହାପ୍ରଭୁଙ୍କୁ ଦର୍ଶନ ପରେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିବା ସହ ବେଢ଼ା ଭିତରେ ଥିବା ମା' ବିମଳା, ମା' ଲକ୍ଷ୍ମୀଙ୍କ ମନ୍ଦିର ସମେତ ବିଭିନ୍ନ ଦେବାଦେବୀ ମନ୍ଦିର ବୁଲି ଦର୍ଶନ କରିବା ଶହ ପୂଜାର୍ଚ୍ଚନା କରିଥଲେ। ତେବେ ପବିତ୍ର ରାମ ନବମୀରେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବେଶ ଖୁସି ଥିବା କହିଥିଲେ । ସମସ୍ତଙ୍କ ମଙ୍ଗଳ କାମନା କରି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା ସେ କହିଥିଲେ । ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ସବୁ ମନୋସ୍କାମନା ପୂର୍ଣ୍ଣ ହୁଏ । ଏଣୁ ତାଙ୍କର ବି ମନୋକାମନା ପୂରଣ ହେବ ବୋଲି ତାଙ୍କର ଦୃଢ଼ ଆଶା ଥିବା କହିଛନ୍ତି ।

ଏହା ବି ପଢନ୍ତୁ- Ram Navami: ଡିଜେ ଗୀତରେ ନାଚି ନାଚି ସହର ପରିକ୍ରମା କଲେ କଳିଙ୍ଗ ଯୁବ ବାହିନୀର ସଦସ୍ୟ

ତାଙ୍କର ଆଗାମୀ ଲକ୍ଷ୍ୟ କଣ ରହିଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ସେ କହିଥିଲେ, "ମହାପ୍ରଭୁଙ୍କ ଯାହା ନିର୍ଦ୍ଦେଶ ଥିବା ତାହା ହିଁ ହେବ ।" ଜୟ ପ୍ରଦା ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ସ୍ଵାଗତ କରିଥିଲେ । ପରେ ସେ ପ୍ରଥମେ ପ୍ରଭୁ ପତିତପାବନଙ୍କୁ ପ୍ରଣାମ କରି ବାଇସି ପାହାଚ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ତେବେ ମହାପ୍ରଭୁଙ୍କୁ ଦର୍ଶନ କରିବା ଅବସରରେ ସେବାୟତମାନେ ଜୟ ପ୍ରଦା ମହାପ୍ରଭୁଙ୍କ ଲାଗି ହୋଇଥିବା ଖଣ୍ଡୁଆ ସହିତ ମହାପ୍ରସାଦ ପ୍ରଦାନ କରିଥଲେ ।

ମହାପ୍ରଭୁଙ୍କୁ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି ଜୟ ପ୍ରଦା । ଏହାସହିତ ସେ ରାଜ୍ୟବାସୀଙ୍କୁ ପବିତ୍ର ରାମ ନବମୀର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଓଡ଼ିଶା ଗସ୍ତରେ ଥିବା ଜୟ ପ୍ରଦା ଗତକାଲି କଟକ ଯାଇ ମା' କଟକ ଚଣ୍ଡୀଙ୍କୁ ଦର୍ଶନ କରିଥିଲେ । ସେ ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ ଅନେକ ସଫଳତା ପାଇଥିବା ବେଳେ ଓଡ଼ିଶା ଆସିଥିବାରୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିଶ୍ଚିତ ଦର୍ଶନ କରିବାକୁ ଯିବେ ବୋଲି କହିଥିଲେ । ଆଜି ସେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.