ETV Bharat / state

ବାଘ ଆତଙ୍କ, ଗୃହ ପାଳିତ ପଶୁ ହେଉଛନ୍ତି ଶିକାର !

author img

By

Published : Jan 7, 2021, 11:07 PM IST

ନୂଆପଡ଼ାରେ ବାଘ ଆତଙ୍କ, ଗୃହ ପାଳିତ ପଶୁ ହେଉଛନ୍ତି ଶିକାର!
ନୂଆପଡ଼ାରେ ବାଘ ଆତଙ୍କ, ଗୃହ ପାଳିତ ପଶୁ ହେଉଛନ୍ତି ଶିକାର!

ନୂଆପଡା ଜିଲ୍ଲାରେ ମହାବଳୀ ବାଘ ଆତଙ୍କ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଛେଳି, ମେଣ୍ଢା, ବାଛୁରୀ, ବଲଦକୁ ବାଘ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି। ଅଧିକ ପଢ଼ନ୍ତୁ...

ନୂଆପଡ଼ା: ନୂଆପଡା ଜିଲ୍ଲାରେ ମହାବଳୀ ବାଘ ଆତଙ୍କ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଛେଳି, ମେଣ୍ଢା, ବାଛୁରୀ, ବଲଦକୁ ବାଘ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି। କୋମନା ବ୍ଲକ ବିରସିଂପଡା ଗାଁରେ ନବୀନ ମାଝୀ, ବନବାସୀ ମାଝୀ ଏବଂ ଡୋଲାମଣୀ ମାଝୀଙ୍କ ଛେଳି ମେଣ୍ଢା ଗାଈ, ବାଛୁରୀ ନିକଟସ୍ଥ ଜଙ୍ଗଲକୁ ଚରିବାକୁ ଯାଇଥିଲେ। ଜଙ୍ଗଲରେ ମହାବଳୀ ବାଘ ନବୀନ ମାଝୀଙ୍କ ଛେଳି ମେଣ୍ଢା, ଡୋଲାମଣି ମାଝୀ ଙ୍କ ଗାଈ ବାଛୁରୀ ଏବଂ ବନବାସୀ ମାଝୀଙ୍କ ବଲଦକୁ ଆକ୍ରମଣ କରି ଖାଇ ଯାଇଥିବା ଅଭିଯୋଗ କରିଛନ୍ତି।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। କୋମନା ବନାଞ୍ଚଳ ଅଧିକାରୀ, ବନପାଳ ବିରସିଂପଡା ଗାଁକୁ ଯାଇ ଅଧିକ ତଦନ୍ତ ଚଳାଇଛନ୍ତି। ଜଙ୍ଗଲ ଭିତରୁ କେତେକ ଛେଳି ମେଣ୍ଢାର ଅବଶେଷ ମଧ୍ୟ ଉଦ୍ଧାର ହୋଇଛି । ତେବେ ସତରେ କିଭଳି ଭାବରେ ଗୃହ ପାଳିତ ପଶୁଙ୍କ ମୃତ୍ୟୁ ହୋଇଛି ସେନେଇ ତଦନ୍ତ ଜାରି ରହିଛି।

ନୂଆପଡା ରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.