ETV Bharat / state

ମଣ୍ଡିରୁ ଧାନ ଉଠାଇବାକୁ ନେଇ ନୂଆପଡାରେ ତେଜିଲା ଚାଷୀ ଆନ୍ଦୋଳନ

author img

By

Published : Jan 18, 2021, 10:23 PM IST

farmer road block for problem
ମଣ୍ଡିର ଧାନ ଉଠାଇବାକୁ ନେଇ ନୂଆପଡାରେ ତେଜିଲା ଚାଷୀ ଆନ୍ଦୋଳନ

ନୂଆପଡା ଜିଲ୍ଲାରେ ତେଜିଲା ଚାଷୀ ଆନ୍ଦୋଳନ । ଜିଲ୍ଲା ପ୍ରଶାସନ ଓ ମିଲର୍ସ ବିରୋଧରେ ଆନ୍ଦୋଳନ କରିଛନ୍ତି ଚାଷୀ । ଉତକ୍ଷିପ୍ତ ଆନ୍ଦୋଳନକାରୀ ଶତାଧିକ ଚାଷୀ 353 ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଅଧିକ ପଢନ୍ତୁ...

ନୂଆପଡା: ତେଜିଲା ଚାଷୀ ଆନ୍ଦୋଳନ । ମଣ୍ଡିରେ ଧାନ ପଡି ରହିଥିବାବେଳେ ତାତିଛନ୍ତି ଚାଷୀ । ଜିଲ୍ଲା ପ୍ରଶାସନ ଓ ମିଲର୍ସ ବିରୋଧରେ ଆନ୍ଦୋଳନ କରିଛନ୍ତି ଚାଷୀ । ଉତକ୍ଷିପ୍ତ ଆନ୍ଦୋଳନକାରୀ ଶତାଧିକ ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ କଲେ ବିକ୍ଷୋଭ ପ୍ରଦର୍ଶନ । ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଆନ୍ଦୋଳନ ତେଜିବାପରେ 353 ଜାତୀୟ ରାଜପଥ କଲେ ଅବରୋଧ ।

ମଣ୍ଡିର ଧାନ ଉଠାଇବାକୁ ନେଇ ନୂଆପଡାରେ ତେଜିଲା ଚାଷୀ ଆନ୍ଦୋଳନ

ନୂଆପଡା ଜିଲ୍ଲା ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ଆବାହକ ଯଦୁମଣି ପାଣିଗ୍ରାହୀ ଏବଂ ଗରିବ ସେନା ଆବାହକ ରବି ମଙ୍ଗରାଜଙ୍କ ନେତୃତ୍ବରେ ଆଜି ଚାଷୀ ଆନ୍ଦୋଳନ ତୀବ୍ରତର ହୋଇଛି । ନୂଆପଡା ଜିଲ୍ଲାର ବିଭିନ୍ନ ଧାନମଣ୍ଡି ଗୁଡିକରେ ଅଚଳାବସ୍ଥା ଲାଗିରହିଥିବାବେଳେ,ଏଯାଏଁ ଜିଲ୍ଲା ର ବିଭିନ୍ନ ଧାନ ମଣ୍ଡିରେ 1ଲକ୍ଷ 70ହଜାର ଧାନ ବସ୍ତା ପଡିରହିଛି । ଟାର୍ଗେଟ ନଥିବା ବାହାନାରେ ପ୍ରଶାସନ ଓ ମିଲର୍ସ ଚାଷୀଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ଚାଷୀ । ଅର୍ଣ୍ଣଦାତା ନିଜ ଉପାର୍ଜିତ ଧାନକୁ ବିକ୍ରି କରିନପାରି ଶୀତକାକରରେ ମଣ୍ଡିରେ ପଡିରହିଛି ।ମଣ୍ଡି ଧାନ ଜଗି ଚାଷୀ ଅସୁସ୍ଥ ହୋଇ ପଡୁଥିବାବେଳେ,ମିଲର୍ସ ପ୍ରଶାସନ ଖାତିରି କରୁନଥିବା ଚାଷୀ ନେତା ଅଭିଯୋଗ କରିଛନ୍ତି ।

ସେପଟେ 48 ଘଣ୍ଟା ମଧ୍ୟରେ ଜିଲ୍ଲାର ସମସ୍ତ ମଣ୍ଡିରୁ ଧାନ ଉଠିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀରହିବା ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଧାନ ଉଠିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଲିଖିତ ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.