ETV Bharat / state

ଆତ ଚାଷୀଙ୍କୁ ମିଳୁନି ସ୍ଥାୟୀ ବଜାର, ଅଭାବୀ ବିକ୍ରିର ଶିକାର

author img

By ETV Bharat Odisha Team

Published : Nov 7, 2023, 10:24 PM IST

Updated : Nov 9, 2023, 2:28 PM IST

ଆତ ଚାଷୀଙ୍କୁ ମିଳୁନି ସ୍ଥାୟୀ ବଜାର, ଅଭାବୀ ବିକ୍ରିର ହେଉଛନ୍ତି ଶିକାର
ଆତ ଚାଷୀଙ୍କୁ ମିଳୁନି ସ୍ଥାୟୀ ବଜାର, ଅଭାବୀ ବିକ୍ରିର ହେଉଛନ୍ତି ଶିକାର

ଚିନ୍ତାରେ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବାଦୀଗାଁର ଆତ ଚାଷୀ । ସ୍ଥାୟୀ ବଜାରର ବ୍ୟବସ୍ଥା ନଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ

ଆତ ଚାଷୀଙ୍କୁ ମିଳୁନି ସ୍ଥାୟୀ ବଜାର, ଅଭାବୀ ବିକ୍ରିର ଶିକାର

ନୂଆପଡା: ଆତ ଚାଷ ପାଇଁ ଚର୍ଚ୍ଚାରେ ନୂଆପଡା ଜିଲ୍ଲାର ଖଡ଼ିଆଳ କଣ୍ଟାବାଞ୍ଜି ୫୯ନଂ ଜାତୀୟ ରାଜପଥ ଖଡ଼ିଆଳ ବ୍ଲକ ବାଦୀଗାଁ । ଗାଁ ଛକଠାରେ ବିକ୍ରି ହେଉଥିବା ଆତ ପାଇଁ ଲୋକଙ୍କ ଭିଡ଼ ଜମିଥାଏ । ଏହି ସ୍ବାଦିଷ୍ଟ ଆତ କେବଳ ଯେ ରାଜ୍ୟରେ ନୁହେଁ ରାଜ୍ୟ ବାହାରକୁ ମଧ୍ୟ ରପ୍ତାନୀ ହୋଇଥାଏ । ତେବେ ଏଠାରେ ସ୍ଥାୟୀ ବଜାର ନଥିବାରୁ ଚାଷୀମାନେ ଖୋଳା ଆକାଶ ତଳେ ବିପଦ ସଂକୁଳ ଅବସ୍ଥାରେ ଆତ ବିକ୍ରି କରୁଛନ୍ତି । ଫଳରେ ଅଭାବୀ ବିକ୍ରିର ମଧ୍ୟ ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ତେବେ ଆତ ଚାଷୀପ୍ରତି ସରକାର ଗୁରୁତ୍ୱ ଦେବା ସହ ସ୍ଥାୟୀ ବଜାର କରିବାକୁ ଦାବି କରିଛନ୍ତି ।

ଖଡ଼ିଆଳ କଣ୍ଟାବାଞ୍ଜି ୫୯ଂ ଜାତୀୟ ରାଜପଥ ବାଦୀଗାଁ ଆତ ପାଇଁ ବେଶ ପ୍ରସିଦ୍ଧ ଲାଭ କରିଛି । ଏହି ବଜାର ରେ ଉତ୍କୃଷ୍ଟ ମାନର ସୁସ୍ବାଦିଷ୍ଟ ଆତ ମିଳିଥାଏ । ଯାହା ଫଳରେ ଏହି ଆତ ବଜାର ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ଚର୍ଚ୍ଚିତ ଅଟେ । ଆତ ବିକ୍ରି କରିବା ପାଇଁ ସରକାର କିମ୍ଵା ସ୍ଥାନିୟ ପ୍ରଶାସନ ପକ୍ଷରୁ ବଜାର ର କୌଣସି ବ୍ୟବସ୍ଥା ନାହିଁ । ଫଳରେ ବିପଦ ସଂକୁଳ ଅବସ୍ଥାରେ ଆତ ଚାଷୀ ମାନେ ଆତ ବିକ୍ରି କରୁଥିବା ଦେଖିବାକୁ ମିଳିଥାଏ । ସରକାର ଧାନ,ଗହମ, ମକା, କପା, ମାଣ୍ଡିଆ ବିକ୍ରିକରିବା ପାଇଁ ନିର୍ଦ୍ଦିଷ୍ଟ ମୂଲ୍ୟ ଧାର୍ଯ୍ୟକରି ମଣ୍ଡି ବ୍ୟବସ୍ଥା କରିଥିବା ବେଳେ ଆତ ଚାଷୀପ୍ରତି ସରକାର ଗୁରୁତ୍ୱ ଦେଉନଥିବା ଅଭିଯୋଗ କରିଛନ୍ତି ଏଠାକାର ଚାଷୀ। ଯାହାଫଳରେ ଆତ ଚାଷୀ ମାନେ ଅଭାବୀ ବିକ୍ରିର ଶିକାର ହେଉଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ପ୍ରଭାବିତ ହେଉଛି କୃଷି କାର୍ଯ୍ୟ

ବାଦୀଗାଁ ସମେତ ଜୁନାନୀ, ପଦ୍ମପୁର, କୋଠିପଦର, ଭାଲୁଡୁଙ୍ଗରି, ଭୋଜପୁର, ବୋଡେ଼ନ ବ୍ଲକ ସୁନାପୁର ଆଦି ଅଞ୍ଚଳର ଚାଷୀ ମାନେ ଚାଷଜମି,ଜମିହୁଡାରେ ଆତ ଚାଷ କରିଥାନ୍ତି । ଏବଂ ପ୍ରତିବର୍ଷ ଦଶହରା,କାର୍ତ୍ତିକ, ମାର୍ଗଶୀର ମାସରେ ଆତ ଅମଳ କରି ଦୁଇ ପଇସା ରୋଜଗାର କରିବେ ବୋଲି ଭାବିଥିବା ବେଳେ କିନ୍ତୁ ଚାଷୀ ପରିଶ୍ରମ ମୁତାବକ ଉପଯୁକ୍ତ ମୂଲ୍ୟ ପାଉନଥିବା ଅଭିଯୋଗ କରିଛନ୍ତି । ସ୍ଥାନୀୟ ଲୋକାଲ ମାର୍କେଟରେ ଶାଗ ମାଛ ଦରରେ ବିକ୍ରି କରି କ୍ଷତି ସହୁଛନ୍ତି । ଏପରିକି ସେମାନେ ନିଜ ଖର୍ଚ୍ଚରେ ଆତ ଚାଷକରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ତେବେ ଆତ ଚାଷୀ ମାନଙ୍କ ପ୍ରତି ସରକାର ମଣ୍ଡି ବ୍ୟବସ୍ଥା କରିବା ସହ ପ୍ରୋତ୍ସାହନ ଯୋଗାଇ ଦେବାକୁ ବରିଷ୍ଠ କୃଷି ବିଶେଷଜ୍ଞ ଦାବି କରିଛନ୍ତି ।

ଇଟିଭି ଭାରତ, ନୂଆପଡା

Last Updated :Nov 9, 2023, 2:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.