ETV Bharat / state

ଅଜଣା ଗାଡି ଧକ୍କାରେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

author img

By

Published : May 18, 2022, 1:01 PM IST

ଅଜଣା ଗାଡି ଧକ୍କାରେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ
ଅଜଣା ଗାଡି ଧକ୍କାରେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଅଜଣା ଗାଡି ଧକ୍କାରେ ସ୍କୁଲ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ରାଜରାସ୍ତାରେ ମୃତଦେହ ରଖି ସ୍ଥାନୀୟଲୋକଙ୍କ ରାସ୍ତାରୋକ । ଅଧିକ ପଢନ୍ତୁ

ନବରଙ୍ଗପୁର: ଅଜଣା ଗାଡି ଧକ୍କାରେ ସ୍କୁଲ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ରାଜରାସ୍ତାରେ ମୃତଦେହ ରଖି ସ୍ଥାନୀୟଲୋକଙ୍କ ରାସ୍ତାରୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ସିନ୍ଧିଗୁଡା ଗାଁରେ । ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି ।

ଅଜଣା ଗାଡି ଧକ୍କାରେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ସୂଚନାନୁସାରେ, ସିନ୍ଧିଗୁଡା ଗାଁର ଯୁଧେଷ୍ଟି ଭତରାଙ୍କ ୮ ବର୍ଷର ପୁଅ ହିମାଂଶୁ ଭତରା ତାଙ୍କ ସାଙ୍ଗ ମହେଶ ଭତରା ସହିତ ମିଶି ସକାଳେ ସ୍କୁଲ ଯିବା ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ହିମାଂଶୁ ରକ୍ତାକ୍ତ ହୋଇ ରାସ୍ତାରେ ପଡି ଛଟପଟ ହେଉଥିବା ସତ୍ତ୍ବେ ଡ୍ରାଇଭର ଗାଡ଼ିକୁ ନେଇ ଚମ୍ପଟ ମାରିଥିଲା । ପରେ ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ହିମାଂଶୁଙ୍କୁ ଗୁରୁତର ଅବସ୍ଥାରେ ବାଇକ ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ କୋରାପୁଟରେ ହିମାଂଶୁର ମୃତ୍ୟୁ ହୋଇଥିବା ଖବର ଆସିଛି ।

ତାଙ୍କ ସହିତ ଥିବା ମହେଶ ଭତରାଙ୍କ ଗୋଡରେ ଭୀଷଣ ଆଘାତ ଲାଗିଛି । ନବରଙ୍ଗପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଥିବା ବେଳେ ଅଜଣା ଗାଡିଟିର କୌଣସି ଖୋଜ ଖବର ପାଇପାରିନାହିଁ । ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଗାଡିକୁ ଠାବ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ଆଇପିସି ଧାରା 279,337,338ରେ କେସ ନମ୍ବର ୨୧୫/୨୨ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.