ETV Bharat / state

ଘରେ ଶୋଇଥିଲେ ବୃଦ୍ଧ, ଘରୁ ଆଣି ଦଳିଦେଲା ଦନ୍ତା

author img

By

Published : Dec 24, 2022, 2:12 PM IST

elephant attack in nabarangpur
elephant attack in nabarangpur

ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ଶିଉନାପାଲି ଗ୍ରାମରେ ଅଭାବନୀୟ ଘଟଣା । ଘରେ ଶୋଇଥିବା ବେଳେ ୬୦ ବର୍ଷୀୟ ବୃଦ୍ଧକୁ ଘରୁ ଟାଣିଆଣି ଦଳିଦେଲା ଦନ୍ତା । ଅଧିକ ପଢନ୍ତୁ

elephant attack in nabarangpur

ନବରଙ୍ଗପୁର: ଜିଲ୍ଲାରେ ଥମିବାର ନାଁ ନେଉନି ହାତୀ ଆତଙ୍କ । ଗତବର୍ଷ ଠାରୁ ଜିଲ୍ଲାରେ ଆତଙ୍କ ଖେଳାଉଛନ୍ତି ହାତୀପଲ । ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ ଏକର ଏକର ଫସଲ ମଧ୍ୟ ନଷ୍ଟ ହେଉଛି । ଗତକାଲି(ଶୁକ୍ରବାର) ରାତିରେ କୁନ୍ଦେଇ ଥାନା ଅନ୍ତର୍ଗତ ଶିଉନାପାଲି ଗ୍ରାମରେ ହାତୀପଲ ଆସି ଜଣେ ବୃଦ୍ଧାକୁ ଘରୁ ଟାଣିନେଇ ଦଳି ମାରିଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: କୋରାପୁଟ ପର୍ଯ୍ୟଟନର ବିକାଶ ପାଇଁ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

କୁନ୍ଦେଇ ବନାଞ୍ଚଳରେ ଗତ ବର୍ଷ ଠାରୁ ଛତିଶଗଡ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଏକର ଏକର ଚାଷ ନଷ୍ଟ କରୁଥିଲେ । କିନ୍ତୁ ଗତ କାଲି(ଶୁକ୍ରବାର) ରାତିରେ ଜଣେ ଗ୍ରାମବାସୀଙ୍କୁ ଦଳି ଚକଟି ମାରି ଦେଇଛନ୍ତି । ସୂଚନାଅନୁସାରେ ଗତ ରାତିରେ କୁନ୍ଦେଇ ଥାନା ଅନ୍ତର୍ଗତ ଶିଉନାପାଲି ଗ୍ରାମରେ କିଛି ହାତୀ ପଶି ଆସିଥିଲେ । କୁଡିଆ ଘର ଭିତରେ ଶୋଇଥିବା ସମୟରେ କେଜୁ ଗଣ୍ଡ ନାମକ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଶୁଣ୍ଢରେ ଘରୁ ଟାଣି ନେଇ ହାତୀ ଦଳିଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ସକାଳୁ ଖବରପାଇ କୁନ୍ଦେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: ବଢୁଛି ବିବାଦ କମୁନି କ୍ରେଜ: କୋଟି କୋଟି ଟଙ୍କାରେ ବିକ୍ରି ହେଲା ପଠାନର OTT ରାଇଟସ୍‌ !

ଅନ୍ୟପଟେ ବନ ବିଭାଗ କର୍ମଚାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରକାଶଯୋଗ୍ୟ, ଗତ ରାତି ପ୍ରାୟ ୨ଟା ସମୟରେ ଓଡିଶା ଛତିଶଗଡ ସୀମାନ୍ତ ଏହି ଗାଁକୁ ପ୍ରାୟ ୪୦ ଛତିଶଗଡ଼ି ହାତୀ ପଶି ଆସିଥିଲେ । ସିଉନାପାଲି ଗ୍ରାମର କିଛି ଘର ମଧ୍ୟ ଭାଙ୍ଗି ଦେଇଥିବା ନେଇ ସୂଚନା ମିଳିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.