ETV Bharat / state

ନବରଙ୍ଗପୁର ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍

author img

By ETV Bharat Odisha Team

Published : Nov 24, 2023, 11:37 AM IST

ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍
ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ । ଅଧିକ ପଢ଼ନ୍ତୁ

ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଅବକାରୀ ଅଧୀକ୍ଷକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସକାଳୁ ସକାଳୁ ଘରେ ପଶିଲା ଭିଜିଲାନ୍ସ । ଆଜି(ଶୁକ୍ରବାର) ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ଅଧୀକ୍ଷକ(ସୁପରିଟେଣ୍ଡଣ୍ଟ) ଗଙ୍ଗା ପାଇକରାୟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ସହରର ମଙ୍ଗଲମ୍ ଟି ରୋଡ ଡିଏସ-୩ ସିନେମା ହଲ ନିକଟରେ ଥିବା ତାଙ୍କର ଭଡ଼ା ଘରେ ଚଢ଼ାଉ ହେଉଛି । ଏଥିସହ ତାଙ୍କର ସରକାରୀ କାର୍ଯ୍ୟାଳୟ ଏବଂ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ପୈତୃକ ବାସଭବନ ସମେତ ଏକକାଳୀନ ପାଖାପାଖି ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ରେଡ୍ କରୁଥିବା ସୂଚନା ମିଳିଛି । ଏହି ଚଢାଉରେ ଭିଜିଲାନ୍ସର ୮ଟି ଟିମ୍ ସାମିଲ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ; ଆୟ ବହିର୍ଭୂତ ସମ୍ପତ୍ତି ନେଇ ଖୋଳତାଡ଼ ଜାରି

ନବରଙ୍ଗପୁର ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା । ଏହାପରେ ଆଜି ସକାଳୁ ଭିଜିଲାନ୍ସର ୮ଟି ଟିମ୍ ତାଙ୍କର ୬ଟି ଠିକଣାରେ ଏକକାଳୀନ ଚଢାଉ କରୁଛି । ଗଙ୍ଗା ପାଇକରାୟଙ୍କ ପୈତୃକ ଘର, ଭଡା ଘର ଏବଂ ଅଫିସରେ ପଶି ଭିଜିଲାନ୍ସ ଅଧିକାରୀମାନେ ଜମିବାଡି କାଗଜପତ୍ର, ବ୍ୟାଙ୍କ୍‌ ପାସ୍‌ବୁକ୍‌ ଏବଂ ଘରର ବିଭିନ୍ନ କାଗଜପତ୍ର ଛାନଭିନ୍ କରୁଛନ୍ତି । ଜୟପୁର ଭିଜିଲାନ୍ସ ଏସ୍‌ପି ପି.କେ ଦୁବେଙ୍କ ନେତୃତ୍ଵରେ ଏହି ରେଡ୍ ଚାଲିଛି । ଏଥିରେ କଟକ ଭିଜିଲାନ୍ସ ASP ସୁଶାନ୍ତ ବିଶ୍ଵାଳ, DSP କଲାବତୀ ବାଗ ପ୍ରମୁଖ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଚାଲିଥିଲା କରତକଳ ଉପରେ ଚଢାଉ, ଗଣମାଧ୍ୟମକୁ ବାରଣ କଲେ ବନାଞ୍ଚଳ ଭିଜିଲାନ୍ସ ଅଧିକାରୀ

ଏହା ମଧ୍ୟ ପଢନ୍ତୁ: ଗ୍ରାହକଙ୍କୁ ବିଲ ନଦେବା ଅଭିଯୋଗରେ ସୁନା ଦୋକାନରେ GST ରେଡ

ବର୍ତ୍ତମାନ ଚଢ଼ାଉ ଜାରି ରହିଥିବାରୁ ଏହି ଅବକାରୀ ଅଧୀକ୍ଷକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ସୂଚନା ମିଳି ପାରିନାହିଁ । ରେଡ୍ ସରିବା ପରେ ତାଙ୍କ ସମ୍ପତ୍ତିର ଆକଳନ କରାଯିବ । ଏନେଇ ଭିଜିଲାନ୍ସ ବିଭାଗ କୌଣସି ସୂଚନା ଦେଇନାହିଁ । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବଡ଼ ବଡ଼ ସରକାରୀ ବାବୁଙ୍କ ଘର ପଶି କୋଟି କୋଟି ଟଙ୍କା ଜବତ କରୁଛି ଭିଜିଲାନ୍ସ । ଏହି କ୍ରମରେ କିଛି ଦିନ ତଳେ ଭୁବନେଶ୍ବର ଜନସ୍ବାସ୍ଥ୍ୟ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ ରେଡ୍ ହୋଇଥିଲା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.