ଚାଲିଥିଲା କରତକଳ ଉପରେ ଚଢାଉ, ଗଣମାଧ୍ୟମକୁ ବାରଣ କଲେ ବନାଞ୍ଚଳ ଭିଜିଲାନ୍ସ ଅଧିକାରୀ

By ETV Bharat Odisha Team

Published : Nov 23, 2023, 7:43 PM IST

thumbnail

ନିଆଳି: କରତ କଳ ଉପରେ ଚଢ଼ାଉ ବେଳେ ସାମ୍ବାଦିକଙ୍କୁ ବାରଣ । ଦୀର୍ଘ ଦିନ ଧରି ବେଆଇନ ଭାବେ ଏହା ଚାଲିଆସୁଥିବା ଅଭିଯୋଗ ହୋଇଥିଲା। ତେବେ ବନାଞ୍ଚଳ ଭିଜିଲାନ୍ସ ଓ ବନ ବିଭାଗ ପକ୍ଷରୁ ୩ ବେଆଇନ କରତ କଳ ଉପରେ ଚଢ଼ାଉ ହୋଇଛି । ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଏବଂ କାଠ ଜବତ ହୋଇଥିବାବାଳେ ସାମଗ୍ରୀର ଫଟୋ ସାର୍ବଜନୀନକୁ ବାରଣ କରିଛି ଭିଜିଲାନ୍ସ ବିଭାଗ । ଯାହାକୁ ସାମ୍ବାଦିକ ମହଲରେ ନିନ୍ଦା କରାଯାଇଛି । ଏହି କରତ କଳଗୁଡିକ କୁଳନ୍ତିରା, ବାଲିପାଟଣା ଏବଂ ସରିପୁରସ୍ଥିତ ଗୋରୁହାଟ ପଡିଆ ନିକଟରେ ଦୀର୍ଘ ବର୍ଷ ହେଲା ବେଆଇନ ଭାବେ ଚାଲିଥିବା ନେଇ ଅଭିଯୋଗ ହୋଇଥିଲା ।

ଏହା ବି ପଢନ୍ତୁ...ବିଶ୍ବାସରେ ବିଷ: ବିଶୁଦ୍ଧ ନାଁରେ ଚାଲିଥିଲା ଦୂଷିତ ପାଣି ପ୍ୟାକିଂ, ଫ୍ୟାକ୍ଟ୍ରିରେ ପଡିଲା ତାଲା
ଏହି କରତ କଳରେ ଚଢ଼ାଉ ସମୟରେ ବାଲିପାଟଣା ବ୍ଲକର ଏକ ଦୈନିକ ଖବର କାଗଜର ପ୍ରତିନିଧି ଫଟୋ ଉତ୍ତୋଳନ କରୁଥିବାବେଳେ ବନାଞ୍ଚଳ ଭିଜିଲାନ୍ସ ବିଭାଗ ଅଧିକାରୀ ବାରଣ କରିବା ସହିତ ସେହି ସ୍ଥାନରୁ ପଳାଇବା ପାଇଁ କହିଥିଲେ । ଯାହାକୁ ନେଇ ଦୀର୍ଘ ସମୟ ଧରି ଯୁକ୍ତିତର୍କ ହୋଇଥିଲା । 

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.