ETV Bharat / state

ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ; ଆୟ ବହିର୍ଭୂତ ସମ୍ପତ୍ତି ନେଇ ଖୋଳତାଡ଼ ଜାରି

author img

By ETV Bharat Odisha Team

Published : Nov 8, 2023, 11:32 AM IST

ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଜନସ୍ୱାସ୍ଥ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ନେଇ ଚାଲିଛି ଖୋଳତାଡ଼ । ଅଧିକ ପଢନ୍ତୁ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସକାଳୁ ସକାଳୁ ଘରେ ପଶିଲା ଭିଜିଲାନ୍ସ । ଭିଜିଲାନ୍ସ ଅଫିସର ଆଜି(ବୁଧବାର) ସକାଳୁ ଜନସ୍ବାସ୍ଥ୍ୟ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଅଫିସ, ଘର ସମେତ ୬ଟି ସ୍ଥାନରେ ଏକାକାଳୀନ ରେଡ୍ କରିଛନ୍ତି । ଭଦ୍ରକରେ ୨ଟି ଓ ଭୁବନେଶ୍ବରରେ ୪ଟି ଠିକଣାରେ ବିଶ୍ବବନ୍ଧୁଙ୍କ ସମ୍ପତ୍ତିର ଖୋଳତାଡ଼ ଜାରି ରହିଛି । ଏହି ଚଢ଼ାଉରେ ୭ ଜଣ ଡିଏସ୍‌ପି ୫ ଇନସ୍ପେକ୍ଟର ସହ ୮ ଜଣ ASI ସାମିଲ ଅଛନ୍ତି ।

ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଏହାମଧ୍ୟ ପଢନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭିଜିଲାନ୍ସ ଟିମ୍ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରର ଫାଇଲ, ଜମିବାଡି କାଗଜପତ୍ର, ବ୍ୟାଙ୍କ ପାସବୁକ ଛାନଭିନ୍ କରୁଛି । ଘରର ସମସ୍ତ ଆସବାବପତ୍ରର ହିସାବ ନିକାଶ ସହ ଘରର ଖର୍ଚ୍ଚ ଓ ଠୁଳ କରିଥିବା ସମ୍ପତ୍ତିର ଖୋଳତାଡ଼ ଚାଲିଛି । ତେବେ ରେଡ୍ ବେଳେ ଜଣାପଡିଛି ଭିଏସ୍‌ଏସ୍‌ ନଗରରେ ତାଙ୍କର ଗୋଟିଏ ଦୁଇ ମହଲା ଘର ରହିଛି, ଯେଉଁଠି ଏକ ଟିମ୍ ଛାନଭିନ ଜାରି ରଖିଛନ୍ତି । ସେହିପରି ରୁଦ୍ରପୁରଠାରେ ଆସୋଟେକ୍‌ ପ୍ରାଇଡ୍‌ ଟାଓ୍ବାରରେ ଥିବା ତାଙ୍କର ଏକ ଆପାର୍ଟମେଣ୍ଟରେ ମଧ୍ୟ ଭିଜିଲାନ୍ସ ସର୍ଚ୍ଚ ଅପରେସନ ଚାଲିଛି । ସ୍ପେଶାଲ ଜଜ ଭିଜିଲାନ୍ସଙ୍କ ଅନୁମତି କ୍ରମେ ଏହି ଚଢାଉ କରାଯାଉଛି ।

ଏହାମଧ୍ୟ ପଢନ୍ତୁ: GST ଫାଙ୍କୁଥିବା ଅଭିଯୋଗ, ସୁନା ଦୋକାନରେ ଚଢ଼ାଉ


ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଭଦ୍ରକରେ ଥିବା ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭଦ୍ରକ ମଠ ସାହିରେ ଯନ୍ତ୍ରୀଙ୍କ ଏକ ଘର ରହିଛି । ଏଥିସହିତ ତୋରଣପଡ଼ା ଗ୍ରାମ ସ୍ଥିତ ତାଙ୍କର ପୈତୃକ ବାସଭବନରେ ପଶି ଭିଜିଲାନ୍ସ ଅଫିସର ସମସ୍ତ ଜମିବାଡ଼ି ଓ ଧନ ସମ୍ପତ୍ତି ହିସାବ କରିଛନ୍ତି । ଆଶ୍ଚର୍ଯର କଥା ହେଲା, ଜଣେ ସମ୍ପର୍କୀୟ ଯିଏକି ଭିଏସଏସ ନଗରରେ ରହିଛନ୍ତି, ସେଠାରେ ମଧ୍ୟ ଯନ୍ତ୍ରୀଙ୍କ କୌଣସି ଧନ ସମ୍ପତ୍ତି ଥାଇପାରେ ବୋଲି ସନ୍ଦେହ କରି ଭିଜିଲାନ୍ସ ଛାନଭିନ୍ କରୁଛି । ଭୁବନେଶ୍ୱରେ ଉନ୍ନତି ଭବନରେ ଥିବା କାର୍ଯ୍ଯାଳୟରେ ମଧ୍ୟ ରେଡ ଜାରି ରହିଛି ।

ପ୍ରକାଶ ଥାଉକି, କିଛି ଦିନ ତଳେ ସାଲେପୁରରେ ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା । ସାଲେପୁର ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଆସିଷ୍ଟାଣ୍ଟ୍‌ ଇଞ୍ଜିନିୟର ଭାବେ କାମ କରୁଥିବା ଅର୍ଜୁନ କୁମାର ସାହୁଙ୍କ ଘର, କେନ୍ଦ୍ରାପଡ଼ାରେ ଥିବା ଭଡା ଘର ଏବଂ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସର ଏକାଧିକ ଟିମ୍ ଚଢ଼ାଉ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.