ETV Bharat / state

GST ଫାଙ୍କୁଥିବା ଅଭିଯୋଗ, ସୁନା ଦୋକାନରେ ଚଢ଼ାଉ

author img

By ETV Bharat Odisha Team

Published : Nov 8, 2023, 9:29 AM IST

Raid on jewelry shop
ସୁନା ଦୋକାନରେ ଚଢ଼ାଉ

ଧନତେରସ ପୂର୍ବରୁ ଖୋର୍ଦ୍ଧାର ଏକ ଜୁଏଲାରୀ ଦୋକାନରେ ଜିଏସଟି ବିଭାଗ ଚଢାଉ କରିଛି । ଟିକସ ଫାଙ୍କୁଥିବା ଅଭିଯୋଗ ନେଇ ଏହି ଚଢାଉ କରାଯାଇଛି । ଅଧିକ ପଢନ୍ତୁ

ସୁନା ଦୋକାନରେ ଚଢ଼ାଉ

ଖୋର୍ଦ୍ଧା: ଟିକସ ଫାଙ୍କିବା ଅଭିଯୋଗରେ ସୁନା ଦୋକାନରେ ଚଢ଼ାଉ । GST ଠକେଇ ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳର ମୁଖ୍ୟ ରାସ୍ତାରେ ଥିବା ଟୁକୁନା ଜୁଏଲର୍ସରେ ଚଢାଉ ହୋଇଛି । ଜିଏସଟି ବିଭାଗ ସ୍କ୍ବାଡ୍‌ ଏହି ଚଢାଉ କରିଛନ୍ତି । ଦୋକାନ ସହ ଦୋକାନମାଲିକଙ୍କ ତଳସାହିସ୍ଥିତ ବାସଭବନରେ ମଧ୍ୟ ଚଢାଉ କରାଯାଇଛି । ଜଟଣୀର ଏକ 7ଜଣିଆ ଟିମ୍‌ ଓ ପୋଲିସଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଛି ।

ସେହିପରି ବାଲୁଗାଁରେ ମଧ୍ୟ ଜୈନିକ ସୁନା ବେପାରୀଙ୍କ ପ୍ରତିଷ୍ଠାନରେ ମଧ୍ୟ ଜିଏସ୍‌ଟି ଚଢ଼ାଉ ହୋଇଛି । ଫଳରେ ବାଣପୁର ଓ ବାଲୁଗାଁର ସୁନା ଦୋକାନୀମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏପରିକି ଚଢ଼ାଉ ଭୟରେ ଅଞ୍ଚଳର ସମସ୍ତ ଛୋଟ ଓ ବଡ଼ ସୁନା ଦୋକାନମାନ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ତେବେ ବାଣପୁର ଅଞ୍ଚଳରେ ପ୍ରାୟ 50ରୁ ଊର୍ଦ୍ଧ୍ୱ ଛୋଟ ବଡ଼ ସୁନା ଦୋକାନ ରହିଛି । ମାସକୁ ପ୍ରାୟ 15 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସ୍ଵର୍ଣ୍ଣ ଅଳଙ୍କାର ବ୍ୟବସାୟ ହୋଇଥାଏ । ସୁନା ଅଳଙ୍କାର ବ୍ୟବସାୟୀମାନେ ଗ୍ରାହକ ମାନଙ୍କଠାରୁ ଜିଏସଟି ନାଁରେ ଟଙ୍କା ଲୁଟିନେଇ ବିନା ଜିଏସ୍‌ଟି ବିଲ୍‌ରେ ସରକାରଙ୍କୁ ଟିକସ ଫାଙ୍କିବା ସହ ସୁନା ମହଜୁଦ ରଖୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା ।

ଏହା ବି ପଢନ୍ତୁ...GST Raid: ଠକେଇ ଅଭିଯୋଗରେ ବ୍ୟବସାୟୀଙ୍କ ଘରେ ଚଢାଉ

ତେବେ ଗ୍ରାହକଙ୍କୁ ଜିଏସ୍‌ଟି ବିଲ ନଦେବା ଯୋଗୁଁ ସରକାରଙ୍କୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଟିକସ ଫାଙ୍କିବା ଦ୍ୱାରା ରାଜସ୍ବ ହାନୀ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ଜିଏସଟି ବିଭାଗ । ଫଳରେ ବାଣପୁରରେ ଥିବା ଟୁକୁନା ଜୁଏଲାର୍ସ ଉପରେ ଚଢ଼ାଉ କରିଥିଲା । ତେବେ ଉକ୍ତ ଚଢ଼ାଉରେ ଜଟଣୀ ଜିଏସଟି ଏନ୍ଫୋର୍ସମେଣ୍ଟ ଜଟଣୀ ସରକଲର ଡେପୁଟି କମିସନର ରାଜେଶ୍ୱର ନାୟକ ଏବଂ ସହ କମିସନର ବିଜୟ କୁମାର ନାୟକଙ୍କ ନେତୃତ୍ୱରେ ଏକ 7ଜଣିଆ ଟିମ ସାମିଲ ହୋଇଥିଲେ ।

ଏହା ବି ପଢନ୍ତୁ...GST ଠକେଇ ଅଭିଯୋଗ, ଝାରସୁଗୁଡ଼ାରେ ଜୁଏଲାରୀ ଦୋକାନରେ ଚଢାଉ

ଚଢାଉ ନେଇ ଜିଏସଟି ଏନ୍ଫୋର୍ସମେଣ୍ଟ ଜଟଣୀ ସର୍କଲର ଡେପୁଟି କମିସନର ରାଜେଶ୍ୱର ନାୟକ କହିଛନ୍ତି,"ଆମକୁ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ଦ୍ଦେଶ ଅନୁସାରେ ସର୍ଚ୍ଚ କରିଛୁ । ଡକ୍ୟୁମେଣ୍ଟ ହସ୍ତଗତ ହୋଇଛି । ଯେପର୍ଯ୍ୟନ୍ତ ଯାଞ୍ଚ ନସରିଛି ସେପର୍ଯ୍ୟନ୍ତ କିଛି କହିହେବ ନାହିଁ । ତାଙ୍କ ଘର ସମେତ ଗୋଟିଏ ଦୋକାନ ସର୍ଚ୍ଚ ହୋଇଛି ।"

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.