ETV Bharat / state

GST ଠକେଇ ଅଭିଯୋଗ, ଝାରସୁଗୁଡ଼ାରେ ଜୁଏଲାରୀ ଦୋକାନରେ ଚଢାଉ

author img

By

Published : Oct 22, 2022, 9:41 AM IST

ଧନତେରସ ପୂର୍ବରୁ ଝାରସୁଗୁଡ଼ାର ଜୁଏଲାରୀ ଦୋକାନରେ ଜିଏସଟି ବିଭାଗର ଚଢାଉ । ଟିକସ ଫାଙ୍କୁଥିବା ଅଭିଯୋଗ ନେଇ ଏହି ଚଢାଉ କରାଯାଇଛି । ଅଧିକ ପଢନ୍ତୁ

GST ଠକେଇ ଅଭିଯୋଗ, ଝାରସୁଗୁଡ଼ାରେ ଜୁଏଲାରୀ ଦୋକାନରେ ଚଢାଉ
GST ଠକେଇ ଅଭିଯୋଗ, ଝାରସୁଗୁଡ଼ାରେ ଜୁଏଲାରୀ ଦୋକାନରେ ଚଢାଉ

ଝାରସୁଗୁଡ଼ା: ଦୀପାବଳି ଓ ଧନତେରସ ପୂର୍ବରୁ ସୁନା ଦୋକାନରେ ଚଢାଉ (GST raid on Jewelry Shop)। ଓଡିଶାର ୧୫ଟି ସ୍ଥାନରେ ଚଢାଉ ହୋଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ଚଢାଉ ହୋଇଛି । ଜିଏସଟି (GST) ଫାଙ୍କୁଥିବା ନେଇ ଏହି ରେଡ଼ ହୋଇଛି । ଜିଏସଟି ଏନଫୋର୍ସମେଣ୍ଟ ଦଳର ୫ଜଣିଆ ଦଳ ଝାରସୁଗୁଡା ଠାରେ ଦୋକାନ ଓ ଘରେ ଚଢ଼ାଉ କରୁଥିବା ଦେଖିବାକୁ ମିଳିଛି ।

ଏନଫୋର୍ସମେଣ୍ଟ ପକ୍ଷରୁ ଚଢ଼ାଉ ଏକକାଳୀନ ଝାରସୁଗୁଡା ଓ ସୁନ୍ଦରଗଡ ବ୍ରାଞ୍ଚରେ ଚଢ଼ାଉ କରାଯାଇଛି । ସୁନ୍ଦରଗଡରେ ତିନିଜଣିଆ ଦଳ ଚଢ଼ାଉ ଜାରି ରଖିଛନ୍ତି । ଝାରସୁଗୁଡାଠାରେ ଥିବା ଓଡ଼ିଶୀ ଜୁଏଲାରୀ ୱାର୍ଲ୍ଡ ଦୋକାନରେ ୩ ଜଣ ଓ ଘରେ ୨ଜଣ ଚଢ଼ାଉ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଦୋକାନର ସମସ୍ତ କାଗଜ ପତ୍ର ସହିତ କିଣାବିକା ରେଜିଷ୍ଟ୍ରି ଯାଞ୍ଚ କରାଯାଉଥିବା ନେଇ ଜିଏସଟି ଅଧିକାରୀ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ସ୍ଥାନୀୟ ପୋଲିସ ସହାୟତା କରୁଛନ୍ତି ।

GST ଠକେଇ ଅଭିଯୋଗ, ଝାରସୁଗୁଡ଼ାରେ ଜୁଏଲାରୀ ଦୋକାନରେ ଚଢାଉ

ଏହା ବି ପଢନ୍ତୁ- ଧନତେରସ ପୂର୍ବରୁ ସୁନା ଦୋକାନରେ ରେଡ୍, ୧୫ଟି ସ୍ଥାନରେ ସିଟି ଜିଏସଟିର ଛାନଭିନ

ସୂଚନା ଥାଉକି ରାଜ୍ୟରେ ୧୫ଟି ସ୍ଥାନରେ ୨୦ଟି ଟିମ୍ ବୁଲି ବୁଲି ଵିଭିନ୍ନ ସୁନା ଦୋକାନରେ କରୁଛନ୍ତି ରେଡ଼ । ଭୁବନେଶ୍ବର, କଟକ, ବ୍ରହ୍ମପୁର, ପୁରୀ, ସମ୍ବଲପୁର, ରାଉରକେଲା, ଅନୁଗୋଳ, ଯାଜପୁର, ଝାରସୁଗୁଡ଼ା ଆଦି ସହରରେ ଚାଲିଛି ରେଡ । GST ଫାଙ୍କୁ ଥିବା ଏପରିକି ଆଗକୁ ଧନତେରସ ଥିବାରୁ ଷ୍ଟକ ରିପୋର୍ଟ, ସେଲ୍ସ ରିପୋର୍ଟ, ଜିଏସଟି ରେକର୍ଡ ଆଦି ଯାଞ୍ଚ କରୁଛନ୍ତି । ଭୁବନେଶ୍ବରରେ ବିଷମ ଦୟାଲ, କଟକ ଜୁଏଲାରୀ ସମେତ ପୁରୀର ଗଣେଶ ଜୁଏଲାରୀ ଆଦି ସ୍ଥାନରେ ଚାଲିଛି ଚଢାଉ । ସୁନା କିଣାବିକାରେ GST ଫାଙ୍କିଥିବା ସନ୍ଦେହ କରି ଏହି ବ୍ୟବସାୟୀଙ୍କ ଦୋକାନରେ ଚଢାଉ କରାଯାଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ସମ୍ବଲପୁର ଗୋଲବଜାର ନିକଟସ୍ଥ ଥିବା ଏକ ପ୍ରତିଷ୍ଠିତ ସୁନା ଗହଣା ଦୋକାନ ଉପରେ ମଧ୍ୟ ରେଡ଼ ହୋଇଛି । ଏହି ସମୟରେ ଲକ୍ଷ ଲକ୍ଷ ଟଙ୍କାର ସୁନା ରୂପା କାରବାର ଏହି ବ୍ୟବସାୟୀ କରିଥାନ୍ତି । ତେଣୁ ସୁନା ରୂପା କିଣାବିକାର ପ୍ରତ୍ୟେକଟି ବିଲ ତନଖି ଦେଖିବା ସହ ଦୋକାନରେ ଗଚ୍ଛିତ ସୁନା ରୂପାର ସଠିକ ଆକଳନ ପରେ କେତେ ଟଙ୍କାର GST ଠକେଇ ହୋଇଛି ଅଥବା ହୋଇନାହିଁ ତାହା ସ୍ପଷ୍ଟ ହୋଇପାରିବ ବୋଲି ବିଭାଗୀୟ ଅଧିକାରୀଙ୍କ ସୁତ୍ରରୁ ପ୍ରକାଶ ପାଇଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.