ETV Bharat / state

ମହୁଲ ପୋଚ ଖାଇ 7 ମେଣ୍ଢା ମୃତ, 28 ଗୁରୁତର

author img

By

Published : Jun 28, 2021, 8:05 AM IST

ମହୁଲ ପୋଚ ଖାଇ 7 ମେଣ୍ଡା ମୃତ, 28 ଗୁରୁତର
ମହୁଲ ପୋଚ ଖାଇ 7 ମେଣ୍ଡା ମୃତ, 28 ଗୁରୁତର

ନବରଙ୍ଗପୁରରେ ଅଭାବନୀୟ ଘଟଣା । ମହୁଲ ପୋଚ ପିଇ 7 ମେଣ୍ଢା ମୃତ, 28 ଗୁରୁତର । ଅଧିକ ପଢନ୍ତୁ...

ନବରଙ୍ଗପୁର: ନବରଙ୍ଗପୁରରେ ଅଭାବନୀୟ ଘଟଣା । ମହୁଲ ପୋଚ ଖାଇ 7 ମେଣ୍ଢା ମୃତ, 28 ଗୁରୁତର । ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁ ଗ୍ରାମରେ ଦେଖୁବାକୁ ମିଳିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ । ଗାଁ ଗାଁରେ ବେଆଇନ ମହୁଲି ମଦ କାରବାର ଚାଲିଥିବା ବେଳେ ଏଣେ ତେଣେ ଫୋପଡା ଯାଉଛି । ଫଳରେ ଏହାକୁ ଖାଇ 7ଟି ମେଣ୍ଢା ମୃତ୍ୟୁ ବରଣ କରିଥୁବା ବେଳେ ୨୮ ରୁ ଅଧିକ ଅସୁସ୍ଥ ଥୁବା ଜଣାପଡିଛି । ଖବର ପାଇ ତେନ୍ତୁଳିଖୁଣ୍ଟି ପ୍ରାଣୀ ଚିକିତ୍ସା କେନ୍ଦ୍ରର କର୍ମଚାରୀ କଣ୍ଟାଗାଁରେ ପହଞ୍ଚି ଅସୁସ୍ଥ ମେଣ୍ଢାମାନଙ୍କୁ ଚିକିତ୍ସା କରିବା ପରେ ସେମାନେ ସୁସ୍ଥ ହୋଇଥିବା ଜଣାପଡିଛି ।

ମହୁଲ ପୋଚ ଖାଇ 7 ମେଣ୍ଡା ମୃତ, 28 ଗୁରୁତର

ସୂଚନା ଅନୁଯାୟୀ କଣ୍ଟାଗାଁ ଗ୍ରାମର କେଶବ ଶବରଙ୍କ ପୁଅ ଦେସନ ଶବର ତାଙ୍କ ପ୍ରାୟ ୩୫ ଟି ଛେଳି ମେଣ୍ଢାକୁ ନେଇଁ ନିକଟସ୍ଥ କାଜୁ ବାଡ଼ିକୁ ଚରାଇବାକୁ ନେଇଥିଲେ । ନିକଟରେ ମଦ ବ୍ୟବସାୟ କରିବା ପାଇଁ ମହୁଲ ପୋଚ ତିଆରି ହେଉଥିବା ବେଳେ ମଦ ପ୍ରସ୍ତୁତ ପରେ ଉକ୍ତ ମହୁଲ ପୋଚକୁ କାଜୁ ବଗିଚାରେ କେହି ଫିଙ୍ଗି ଦେଇ ଚାଲିଯାଇଥିଲେ । ମେଣ୍ଢା ମାନେ ଚରିବା ସମୟରେ ଉକ୍ତ ମହୁଲ ପୋଚକୁ ଖାଇଦେଇଥିଲେ । ଏହା ଖାଇବା ପରେ ସମସ୍ତ ମେଣ୍ଢା ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ । ସେଥିରୁ ସାତୋଟି ମେଣ୍ଢା କାଜୁ ବଗିଚାରେ ହିଁ ମୃତ୍ୟୁ ବରଣ କରିଥିବା କେଶବ ପ୍ରକାଶ କରିଛନ୍ତି ।

ମଦ ବ୍ୟବସାୟୀ ମାନେ ମଦକୁ ଅଧିକ ନିଶାଯୁକ୍ତ କରିବା ସକାଶେ ମହୁଲ ପୋଚରେ ବେଟେରି ଗୁଣ୍ଡ ସମେତ ବିଭିନ୍ନ ରାସାୟନିକ ସାର ପ୍ରୟୋଗ କରୁଛନ୍ତି । ମେଣ୍ଢା ଚାଷ କରି ଜୀବିକା ନିର୍ବାହ କରୁଥିବା କେଶବଙ୍କ ସାତୋଟି ମେଣ୍ଢା ଏକ ସାଙ୍ଗରେ ମରିଯିବାପରେ ସେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.