ETV Bharat / state

ସାଳନ୍ଦୀ ନଦୀରେ ଭାସି ଯାଇଥିଲେ ମହିଳା, ମିଳିଲା ମୃତଦେହ

author img

By ETV Bharat Odisha Team

Published : Sep 2, 2023, 2:27 PM IST

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଥାନା ଅନ୍ତର୍ଗତ ଡଙ୍ଗାଡ଼ିହା ଗ୍ରାମ ଦେଇ ଯାଇଥିବା ସାଳନ୍ଦୀ ନଦୀରେ ଭାସି ଯାଇଥିବା ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

woman died
woman died

missing woman body rescued

ରାଇରଙ୍ଗପୁର: ସାଳନ୍ଦୀ ନଦୀରେ ଭାସି ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର । ସାପ୍ତାହିକ ହାଟରୁ ଫେରୁଥିବା ବେଳେ ନଦୀର ପ୍ରଖର ପାଣିରେ ଭାସି ଯାଇଥିଲେ ମହିଳା । ଏଭଳି ଅଘଟଣ ଘିଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଥାନା ଅନ୍ତର୍ଗତ ଡଙ୍ଗାଡ଼ିହା ଗ୍ରାମ ଦେଇ ଯାଇଥିବା ସାଳନ୍ଦୀ ନଦୀରେ । ମୃତ ମହିଳା ଜଣଙ୍କ ଡ଼ଙ୍ଗାଡ଼ିହା ଗ୍ରାମର ଘୁଟୁସାହିର ସିନୁ ପିଙ୍ଗୁଆଙ୍କ ସ୍ତ୍ରୀ ଗୁରୁବାରି ପିଙ୍ଗୁଆ ।

ସୂଚନା ଅନୁଯାୟୀ, ଗତକାଲି ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା ଯୋଗୁଁ ସାଳନ୍ଦୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିଲା। ଡଙ୍ଗାଡ଼ିହା ଗ୍ରାମ ଦେଇ ଯାଇଥିବା ସାଳନ୍ଦୀ ନଦୀରେ ଦୁଇ ଜଣ ମହିଳା ସାପ୍ତାହିକ ହାଟରୁ ଫେରୁଥିବା ବେଳେ ନଦୀରେ ପ୍ରଖର ପାଣି ଆସି ଯିବାରୁ ଭାସି ଯାଇଥିଲେ । ଜଣେ ମହିଳା ପହଁରି ପହଁରି ବହୁ କଷ୍ଟରେ କୂଳରେ ଲାଗିଥିଲେ । ହେଲେ ଅନ୍ୟ ଜଣେ ମହିଳା ନଦୀର ପ୍ରଖର ଜଳରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ ।

ଗତକାଲି ସନ୍ଧ୍ୟାରେ ଭାସି ଯାଇ ନିଖୋଜ ହୋଇଥିବା ମହିଳା ଜଣଙ୍କର ମୃତଦେହ ଆଜି ସକାଳେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ଵାରା ଉଦ୍ଧାର କରାଯାଇଛି । ମହିଳାଙ୍କ ମୃତଦେହ ଉଦ୍ଧାର ସମ୍ପର୍କରେ ଚମ୍ପାଝର ସରପଞ୍ଚ ବିକ୍ରମ ପିଙ୍ଗୁଆ ମହୁଲଡ଼ିହା ଥାନାକୁ ଫୋନ ମାଧ୍ୟମରେ ସୂଚନା ଦେଇଥିଲେ । କିନ୍ତୁ ଏତଲା ଦେବା ପରେ ପୋଲିସ ଘଟଣାସ୍ଥଳକୁ ଯିବ ବୋଲି ମହୁଲଡିହା ଥାନା ଅଧିକାରୀ ସରପଞ୍ଚଙ୍କୁ କହିଥିଲେ । ଏନେଇ ସରପଞ୍ଚ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏବା ମଧ୍ୟ ପଢନ୍ତୁ- ଗାଧୋଇବା ବେଳେ ନଦୀରେ ଭାସିଗଲେ ଯୁବତୀ, ମିଳୁନି ପତ୍ତା

ପ୍ରକାଶ ଥାଉକି, କିଛି ଦିନ ପୂର୍ବେ ଶୌଚ ହେବାକୁ ଯାଇ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ବୃଦ୍ଧ । ସାଳନ୍ଦୀ ନଦୀରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଗାଁ ପାଖ ଦେଇ ବୋହି ଯାଇଥିବା ସାଳନ୍ଦୀ ନଈକୁ ଯୁଧିଷ୍ଠିର ଶୌଚ ହେବାକୁ ଯାଇଥିଲେ । ହେଲେ ସେଠାରେ ନଦୀର ପ୍ରଖର ସ୍ରୋତରେ ବୃଦ୍ଧ ଭାସି ଯାଇଥିଲେ । ମୃତକ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ । ପ୍ରାୟ ଦୁଇ ଘଣ୍ଟା ପରେ ଗାଁ ଠାରୁ ମାତ୍ର ପାଞ୍ଚ ଶହ ମିଟର ଦୂର ଥିବା ଏକ ପୋଲ ନିକଟରେ ଯୁଧିଷ୍ଠିରଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା ।ଏନେଇ ଅଗ୍ନିଶମ ବାହିନୀକୁ ଗ୍ରାମବାସୀ ଖବର ଦେଇଥିବା ବେଳେ ଖବର ପାଇ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ଏହା ପରେ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଅଗ୍ନିଶମବାହିନୀ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.