ETV Bharat / state

ଲାଞ୍ଚ ନେଇ ଧରା ପଡ଼ିଥିଲେ, ରାୟ ଶୁଣାଇଲେ କୋର୍ଟ

author img

By

Published : Feb 1, 2023, 4:16 PM IST

Police SI arrest
ପୋଲିସ ଅଧିକାରୀଙ୍କୁ ଜେଲ

ଖୁଣ୍ଟା ଥାନାର ପୋଲିସ ଏସଆଇଙ୍କ ଲାଞ୍ଚ ନେବା ମାମଲାର ରାୟ ପ୍ରକାଶ ପାଇଛି । ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷର ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି କୋର୍ଟ । ଅଧିକ ପଢନ୍ତୁ

ପୋଲିସ ଅଧିକାରୀଙ୍କୁ ଜେଲ

ବାରିପଦା : ମୟୂରଭଞ୍ଜ ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ପକ୍ଷରୁ ମଙ୍ଗଳବାର ଜଣେ ପୋଲିସ ଏସଆଇ ଲାଞ୍ଚ ନେବା ମାମଲାର ରାୟ ପ୍ରକାଶ ପାଇଛି । ସ୍ୱତନ୍ତ୍ର ବିଚାରପତି ଡ଼ଃ ପ୍ରସନ୍ନ କୁମାର ପଣ୍ଡା ଏହାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷର ସଶ୍ରମ କାରା ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏହା ସହିତ ୪୦ହଜାର ଟଙ୍କା ଜରିମାନା କରିଛନ୍ତି । ତେବେ ଜରିମାନା ଅନାଦେୟ ହେଲେ ଅଧିକ ୧ବର୍ଷ ୨ମାସ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି ବିଚାରପତି ।

ଅଭିଯୁକ୍ତ ଜଣକ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନାର ତତ୍କାଳୀନ ସବଇନିସ୍ପେକ୍ଟର ହୃଷିକେଶ ପଶ୍ଚିମକବାଟ । ଖୁଣ୍ଟା ଥାନାରେ ଏକ ଯୌତୁକ ନିର୍ଯାତନା ମାମଲାରେ ଅଭିଯୁକ୍ତମାନଙ୍କ ସପକ୍ଷରେ ଯିବାକୁ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ ବାବୁ । ଖୁଣ୍ଟା ଥାନା ଅନ୍ତର୍ଗତ ସାନବେଳାକୁଟି ଗ୍ରାମର ସଞ୍ଜିବ ପୁଥାଳଙ୍କ ସମେତ ପରିବାରର ୭ ଜଣଙ୍କ ବିରୋଧରେ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ ନକରିବା ପାଇଁ ଏସଆଇ ହୃଷିକେଶ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ତେବେ ୫ହଜାର ଟଙ୍କା ନେଇଥିବା ବେଳେ ବଳକା ଟଙ୍କା ଶୀଘ୍ର ଦେବାକୁ କହିଥିଲେ । ଏହାକୁ ନେଇ ସଞ୍ଜୀବଙ୍କ ଭାଇ ବିବେକାନନ୍ଦ ପୁଥାଳ ବାରିପଦା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ମୁତାବକ ବାଲେଶ୍ଵର ଭିଜିଲାନ୍ସ ବିଭାଗରେ ଏକ ମାମଲା ରୁଜୁ ହୋଇଥିଲା । ପୂର୍ବ ଯୋଜନା ମୁତାବକ ୨୦୧୫ ଅପ୍ରେଲ ୧୩ତାରିଖରେ ଆଉ ୭ ହଜାର ଟଙ୍କା ଲାଞ୍ଚ ଥାନା ପରିସରରେ ନେଉଥିବା ସମୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ତାଙ୍କଠାରୁ ୭ ହଜାର ଟଙ୍କା ଭିଜିଲାନ୍ସ ଟିମ୍‌ ଜବତ କରିଥିଲା । ଏହାକୁ ନେଇ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ଏସଆଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।

ଏହାମଧ୍ଯ ପଢ଼ନ୍ତୁ. ଲାଞ୍ଚ ନେବା ପଡିଲା ମହଙ୍ଗା, ASIକୁ ୨ ବର୍ଷ ଜେଲଦଣ୍ଡ ଶୁଣାଇଲେ କୋର୍ଟ

8 ଜଣ ସାକ୍ଷୀ, ବୟାନ ଓ ପ୍ରମାଣ ରିପୋର୍ଟକୁ ଭିତ୍ତି କରି ଜଜ୍ ଉପରୋକ୍ତ ଶୁଣାଣି କରିଛନ୍ତି । ତେବେ ଏସଆଇ ହୃଷିକେଶ ବର୍ତ୍ତମାନ ସମୟରେ ବାଲେଶ୍ଵର ଟ୍ରାଫିକ ଥାନାରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ରହିଛନ୍ତି । ରାୟ ପ୍ରକାଶ ପରେ ହୃଷିକେଶଙ୍କୁ ଗିରଫ କରାଯାଇ ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି । ଉକ୍ତ ମାମଲାକୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ସରକାରୀ ଆଇନଜୀବୀ ଶାନ୍ତନୁ ଦାସ ପରିଚାଳନା କରୁଥିଲେ । ଭିଜିଲାନ୍ସ ବିଭାଗ ପକ୍ଷରୁ ହୃଷିକେଶଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ପୁଲିସ ବିଭାଗକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.