ETV Bharat / state

ଶୋଇଥିବାବେଳେ ଦଳିଦେଲା ହାତୀ, ଦୃଷ୍ଟିହୀନ ବୃଦ୍ଧଙ୍କ ମୃତ୍ୟୁ

author img

By

Published : Jul 26, 2022, 11:53 AM IST

Updated : Jul 26, 2022, 12:58 PM IST

elephant killed old man in rairangpur
ଶୋଇଥିବାବେଳେ ଦଳିଦେଲା ହାତୀ, ଦୃଷ୍ଟିହୀନ ବୃଦ୍ଧଙ୍କ ମୃତ୍ୟୁ

ଶୋଇଥିବା ସମୟରେ ଦୃଷ୍ଟିହୀନ ବୃଦ୍ଧଙ୍କୁ ଦଳିଦେଲା ହାତୀ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ ଅନ୍ତର୍ଗତ ବାଙ୍କି ଗ୍ରାମରେ ଏଭଳି ଅଭାବନୀୟ ଘଟଣା । ଅଧିକ ପଢ଼ନ୍ତୁ

ରାଇରଙ୍ଗପୁର: ଶୋଇଥିବା ସମୟରେ ଦୃଷ୍ଟିହୀନ ବୃଦ୍ଧଙ୍କୁ ଦଳିଦେଲା ହାତୀ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ ଅନ୍ତର୍ଗତ ବାଙ୍କି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ଜଣକ ଅଙ୍ଗଦ ଦେହୁରୀ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ରେଞ୍ଜ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁଯାୟୀ ସୋମବାର ରାତି ପ୍ରାୟ ୯ଟା ସମୟରେ ଅଙ୍ଗଦ ଘର ବାହାରେ ଶୋଇଥିବାବେଳେ ହଠାତ ଏକ ହାତୀ ଆସି ପହଞ୍ଚିଥିଲା । ଅଙ୍ଗଦ ଦୃଷ୍ଟିହୀନ ଥିବାରୁ କୁଆଡେ ଯାଇ ନପାରି ହାତୀ ଆକ୍ରମଣର ଶିକାର ହୋଇଥିଲେ ।

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ହାତୀଟି ଦଳିଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବରପାଇ ମଣଦା ରେଞ୍ଜ ଅଧିକାରୀ ଧରିତ୍ରୀ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ । ସେପଟେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବାରୁ ପ୍ରଥମ ପର୍ଯ୍ୟାୟରେ କ୍ଷତିପୂରଣ ରାଶି ୪୦୦୦୦ ଟଙ୍କା ଓ ଦ୍ବିତୀୟ ପର୍ଯ୍ୟାୟରେ ୩,୬୦,୦୦୦ ଟଙ୍କା କ୍ଷତିପୂରଣ ରାଶି ପରିବାର ଲୋକଙ୍କୁ ପ୍ରଦାନ କରାଯିବ ବୋଲି ମଣଦା ରେଞ୍ଜ ଅଧିକାରୀ ଧରିତ୍ରୀ ମୁର୍ମୁ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated :Jul 26, 2022, 12:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.