ETV Bharat / state

ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଯୋଗାଯୋଗ ବିଚ୍ଛିନ୍ନ

author img

By

Published : Jul 19, 2023, 10:18 AM IST

Malkangiri deluged
Malkangiri deluged

ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । MV 37 ବ୍ରିଜ ଉପରେ ୪ ଫୁଟର ପାଣି । ଅଧିକ ପଢନ୍ତୁ

Malkangiri deluged

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ଜିଲ୍ଲାର ଅନେକ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ପୋଟେରୁ ନଦୀ ଜଳସ୍ତର ବୃଦ୍ଧି ପାଇଥିବାରୁ ପୋଟେରୁ ପୋଲ ଉପରେ ୨ ଫୁଟର ପାଣି ଚାଲୁଛି । ଯାହାଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଛି ।

ଏମଭି ୩୭ରେ ପାଣି ସୁଅ କାଟୁଥିବାରୁ ମାଲକାନଗିରିରୁ ବାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ସେହିପରି MV 90 ଓ କାଙ୍କୋରକୁଣ୍ଡାରେ ବି ଜାତୀୟ ରାଜପଥ ଉପରେ ପାଣି ଚାଲୁଛି । ଯାହା ଫଳରେ ମାଲକାନଗିରି ଠାରୁ ମୋଟୁ ପର୍ଯ୍ୟନ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିଭଳି କାଲିମେଳା କନ୍ୟା ଆଶ୍ରମ ନିକଟରେ ଥିବା ବ୍ରିଜ ଉପରେ ୩ ଫୁଟର ପାଣି ଥିବାରୁ କାଲିମେଳା ଠାରୁ ପଡିଆ ବ୍ଲକ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହି ନାଳ ଗୁଡିକରେ ବର୍ଷା ହେବା ଦ୍ବାରା ପାହାଡିଆ ପାଣି ପ୍ରବଳ ମାତ୍ରାରେ ଆସେ । ଯାହା ଦ୍ବାରା ଏଠାରେ ଥିବା ତଳୁଆ ବ୍ରିଜ୍ ବୁଡିଯାଏ । ଫଳରେ ସାଧାରଣ ଲୋକ ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି । ଏହି ନାଳ ଉପରେ ଦୀର୍ଘ ଉଚ୍ଚ ବ୍ରିଜ ନିର୍ମାଣ କରାଯାଉଥିଲେ ମଧ୍ୟ ବର୍ତ୍ତମାନ ସୁଧା ଏହାର କାମ ସମ୍ପୂର୍ଣ୍ଣ ହୋଇ ନାହିଁ । ଏଣୁ ଏହି ବ୍ରିଜ ଯଥାଶୀଘ୍ର ସାରିବା ପାଇଁ ସାଧାରଣ ଲୋକ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଲଗାଣ ବର୍ଷା ଯୋଗୁ ରାଜଧାନୀରେ କୃତ୍ରିମ ବନ୍ୟା, 20 ଯାଏଁ ପ୍ରବଳ ଛେଚିବ

ମାଲକାନଗିରି ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ ସୂଚନା ଅନୁସାରେ ଗତକାଲି ମାଲକାନଗିରି ଜିଲ୍ଲାରେ 943.2 ମିମି ବର୍ଷା ରେକର୍ଡ ହୋଇଛି । ମାଲକାନଗିରି ବ୍ଲକରେ 183.2 ମିମି, ମାଥିଲି ବ୍ଲକରେ 79. 0 ମିମି, ଖଇରପୁଟ ବ୍ଲକରେ 88.0 ମିମି, ସର୍ବାଧିକ ଚିତ୍ରକୋଣ୍ଡା ବ୍ଲକରେ 199.0 ମିମି, କୋରୁକୋଣ୍ଡା ବ୍ଲକ ରେ 185.0 ମିମି ବର୍ଷା, କାଲିମେଳା ବ୍ଲକରେ 114.0 ମିମି, ପଡ଼ିଆ ବ୍ଲକରେ 95.0 ମିମି ବର୍ଷା ରେକର୍ଡ ହୋଇଛି । ତେବେ ଜିଲ୍ଲାରେ ଆଜି ହାରାହାରି 134.74 ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରୀ । ବର୍ତ୍ତମାନ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ଯଦି ଏଭଳି ବର୍ଷା ଲାଗି ରୁହେ ତେବେ ପାଙ୍ଗାମ ନଦୀରେ ପାଣି ଆସିଲେ ମାଲକାନଗିରି ଓ ଜୟପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସମ୍ଭାବନା ରହିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.