ETV Bharat / state

ନୀଳକଣ୍ଠ ମିଶ୍ର ହେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ - Dr Nilakantha Mishra

author img

By ETV Bharat Odisha Team

Published : May 18, 2024, 3:27 PM IST

Updated : May 18, 2024, 4:11 PM IST

Dr Nilakantha Mishra: ସରିଲା ନିରଞ୍ଜନ ମିଶ୍ରଙ୍କ କାର୍ଯ୍ୟକାଳ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ନୀଳକଣ୍ଠ ମିଶ୍ର । ଅଧିକ ପଢନ୍ତୁ

Dr Nilakantha Mishra
Dr Nilakantha Mishra (ETV Bharat Odisha)

Dr Nilakantha Mishra (ETV Bharat Odisha)

ଭୁବନେଶ୍ବର: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭାବରେ ନୀଳକଣ୍ଠ ମିଶ୍ର ଦାୟିତ୍ବ ନେଇଛନ୍ତି । ବିଧିବଦ୍ଧ ଭାବେ ସେ ଆଜି ଦାୟିତ୍ବ ନେଇଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଜନସ୍ୱାସ୍ଥ୍ୟକୁ ଆଗକୁ ବଢାଇବା ସହ ଲୋକଙ୍କର ପ୍ରତିଟି ମୁହୂର୍ତ୍ତରେ ରୋଗ ପ୍ରତି ସତର୍କ ରହିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।


ତେବେ ଦାୟିତ୍ବ ନେବା ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, "ପୂର୍ବରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୃଢ଼ ଭାବରେ ଅନେକ ରୋଗ ଉପରେ ମୁକାବିଲା କରାଯାଇଛି । ଭାରତ ସରକାରଙ୍କର ପାଖାପାଖି ୨୮ଟି କାର୍ଯ୍ୟକ୍ରମ ରହିଛି । ଯାହା ସମସ୍ତ କାର୍ଯ୍ୟକ୍ରମକୁ କିଭଳି ଭାବରେ ସୁରୁଖୁରୁରେ ମୁକାବିଲା କରାଯିବ ସେନେଇ ମଧ୍ୟ ଧ୍ୟାନ ଦିଆଯାଉଛି । ସବୁ କ୍ଷେତ୍ରରେ ରାଜ୍ୟ ଭଲ ପ୍ରଦର୍ଶନ କରିଛି । ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଆଗେଇ ନେବା ସହ ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ବ ଦେବା । ଜନସାଧାରଣଙ୍କ ପକ୍ଷେ ରୋଗ ଯେଭଳି ଭାବରେ ନବ୍ୟାପେ ସେନେଇ ମଧ୍ୟ ନଜର ରଖାଯିବ । ଯାହା ଫଳରେ ପ୍ରତିଟି ମୁହୂର୍ତ୍ତରେ ସଫଳ ମୁକାବିଲା କରାଯାଇପାରିବ ।"

ସେ ଆହୁରି ମଧ୍ୟ କହିଛନ୍ତି, "ବର୍ତ୍ତମାନ ସମୟରେ ଖରା ବଢୁଛି ଅଂଶୁଘାତ ଭଳି ଅନେକ ରୋଗ ମଧ୍ୟ ବଢିବାର ସମ୍ଭାବନା ରହିଛି । ଯାହାକୁ ମଧ୍ୟ ମୁକାବିଲା କରିବା ପାଇଁ ଯଥାସମ୍ଭବ କାର୍ଯ୍ୟକ୍ରମ ହାତକୁ ନେବୁ । ଏହା ସହ ଆଗକୁ ବର୍ଷ ଋତୁ ପୂର୍ବରୁ ଡେଙ୍ଗୁ ଓ ମାଲେରିଆ ଚିନ୍ତା ରହିଛି । ତାହାକୁ ମଧ୍ୟ ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହା ସହ ଲୋକମାନଙ୍କର ଯେଭଳି ଭାବରେ ଡେଙ୍ଗୁରେ ମୃତ୍ୟୁ ନହୁଏ ଅଧିକରୁ ଅଧିକା ସଚେତନତା ବୃଦ୍ଧି ପାରିବ ସେନେଇ ଲୋକମାନଙ୍କୁ ନେଇ ସଚେତନତା କରାଯିବ । ଲୋକମାନଙ୍କର ଉପଯୁକ୍ତ ଚିକିତ୍ସା ହେବ ସେନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି । ଏହା ସହ ଜନସ୍ୱାସ୍ଥ୍ୟ ଆଗେଇ ନେବା ସଫଳ ମୁକାବିଲା କରିବା ପାଇଁ ପ୍ରୟାସ କରାଯିବ ।"

ଏହା ମଧ୍ୟ ପଢନ୍ତୁ: ବର୍ଷା ଲାଗି ରହିଛି, ଡେଙ୍ଗୁ କେତେଦିନ ରହିବ ଆକଳନ କଷ୍ଟକର: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ସୂଚନା ଅନୁଯାୟୀ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭାବରେ ଗତକାଲି(ଶୁକ୍ରବାର) ନିଯୁକ୍ତି ହୋଇଛନ୍ତି ନୀଳକଣ୍ଠ ମିଶ୍ର । ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗର ରକ୍ତ ନିରାପତ୍ତା ବିଭାଗର ନିର୍ଦ୍ଦେଶକ ରହିଥିଲେ । ରାଜ୍ୟରେ ରକ୍ତ ସଙ୍କଟ ଦୂର କରିବା ପ୍ରତିଟି ହସ୍ପିଟାଲରେ ରକ୍ତର ଅଭାବକୁ ପୂର୍ଣ୍ଣ କରିବା ସମେତ ସିକଲ ସେଲ ରାଜ୍ୟରେ କିଭଳି ଭାବରେ ଅଧିକରୁ ଅଧିକ ଟେଷ୍ଟ କରାଯିବ ରୋଗୀ ଚିହ୍ନଟ ହେବେ । ସେନେଇ ମଧ୍ୟ ସଫଳତାର ସହିତ ମୁକାବିଲା କରିଛନ୍ତି । ଦୀର୍ଘ ବର୍ଷ ଧରି ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟକାରୀ ଆସୁଥିଲେ ମଧ୍ୟ ଜନସ୍ୱାସ୍ଥ୍ୟ ବିଭାଗରେ ନିର୍ଦ୍ଦେଶକ ଭାବରେ ଏକ ବଡ଼ ଚାଲେଞ୍ଜ ସୃଷ୍ଟି କରିବ ବୋଲି କହିଛନ୍ତି । ତେବେ ପୂର୍ବରୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭାବରେ ନିରଞ୍ଜନ ମିଶ୍ର ରହିଥିବା ବେଳେ ରାଜ୍ୟରେ ଅନେକ ଚାଲେଞ୍ଜ ରହିଥିଲା ।


ଇଟିଭି ଭାରତ, ଭୁବନେଶ୍ବର

Last Updated : May 18, 2024, 4:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.