ETV Bharat / state

ମାଲକାନଗିରିରେ ସେଞ୍ଚୁରି ପାର କଲା ପେଟ୍ରୋଲ ଦର

author img

By

Published : May 31, 2021, 2:06 PM IST

ମାଲକାନଗିରିରେ ସେଞ୍ଚୁରି ପାର କଲା ପେଟ୍ରୋଲ ଦର
ମାଲକାନଗିରିରେ ସେଞ୍ଚୁରି ପାର କଲା ପେଟ୍ରୋଲ ଦର

ମାଲକାନଗିରିରେ ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଦର । ଅଧିକ ପଢନ୍ତୁ...

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଓଡ଼ିଶାର ସର୍ବୋଚ୍ଚ ପେଟ୍ରୋଲ ଦର ରହିଛି । ଜିଲ୍ଲାରେ ସେଞ୍ଚୁରି ପାର କରିଛି ପେଟ୍ରୋଲ ଦର । ରବିବାର ଜିଲ୍ଲାର କାଲିମେଳାରେ ପେଟ୍ରୋଲ ଦର 100 ପାର କରିଥିବା ବେଳେ ଆଜି ମାଲକାନଗିରି ଜିଲ୍ଲାରେ 100 ଟଙ୍କା 8 ପଇସା ଛୁଇଁଛି ପେଟ୍ରୋଲ ଦର । ସେହିପରି ଡିଜେଲ ଦରରେ ମଧ୍ୟ ବୃଦ୍ଧି ଘଟିଛି । ବର୍ତ୍ତମାନ ପେଟ୍ରୋଲ ଦର ଏକ୍ସଟ୍ରା ପ୍ରିମିୟମ ୧୦୩ ଟଙ୍କା ରହିଛି। ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢୁଥିବାରୁ ଗ୍ରାହକ ମାନଙ୍କ ମଧ୍ୟରେ ଏବେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ମାଲକାନଗିରିରେ ସେଞ୍ଚୁରି ପାର କଲା ପେଟ୍ରୋଲ ଦର

ଯେଉଁମାନେ 4 ରୁ 5 ଲିଟର ପେଟ୍ରୋଲ ପକଉଥିଲେ ସେମାନେ ଏବେ ଏକ ଲିଟର ପକେଇବା ଆରମ୍ଭ କଲେଣି । ପେଟ୍ରୋଲ ଓ ଡିଜେଲ ଦର ବଢୁଥିବାରୁ ଦୈନ ଦିନ ସାମଗ୍ରୀ ଉପରେ ଏହାର ପ୍ରଭାବ ପଡିଛି । ଅତ୍ୟାବଶ୍ୟକ ଜିନିଷର ଦରଦାମ ମଧ୍ୟ ହୁ ହୁ ହୋଇ ବଢ଼ିଚାଲିଛି । ତେବେ ଏତେ ଟଙ୍କାରେ ଗାଡି ଚଳାଇବା କଷ୍ଟକର ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି । କିନ୍ତୁ ସରକାରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନାହଁ। ତେବେ ତୁରନ୍ତ ତେଲ ଦର କମାଇବାକୁ ସାଧାରଣରେ ଦାବି ହୋଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.