ETV Bharat / state

ଆନ୍ଧ୍ର ସୀମାରେ ପ୍ରବାସୀଙ୍କ ଶ୍ରମିକଙ୍କ ମୃତ୍ୟୁ, ମହାନତା ଦେଖାଇଲା ମାଲକାନଗିରି ଜିଲ୍ଲା ପ୍ରଶାସନ

author img

By

Published : May 11, 2021, 10:16 AM IST

ପ୍ରବାସୀଙ୍କ ଶ୍ରମିକଙ୍କ ଆନ୍ଧ୍ରରେ ମୃତ୍ୟୁ, ଅନ୍ତିମ ସଂସ୍କାରରେ ଜିଲ୍ଲା ପ୍ରଶାସନର ସହଯୋଗ
ପ୍ରବାସୀଙ୍କ ଶ୍ରମିକଙ୍କ ଆନ୍ଧ୍ରରେ ମୃତ୍ୟୁ, ଅନ୍ତିମ ସଂସ୍କାରରେ ଜିଲ୍ଲା ପ୍ରଶାସନର ସହଯୋଗ

ପ୍ରବାସୀଙ୍କ ଅନ୍ତିମ ସଂସ୍କାର କରିବାରେ ସହାୟତା ଯୋଗାଇ ମାଲକାନଗିରି ଜିଲ୍ଲା ପ୍ରଶାସନ ମହାନତା ଦେଖାଇଛି । ଅଧିକ ପଢନ୍ତୁ...

ମାଲକାନଗିରି: ବାଲେଶ୍ବର ଜଣେ ପ୍ରବାସୀ ଶ୍ରମିକଙ୍କ ଘର ଫେରନ୍ତା ସମୟରେ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ମୃତ୍ୟୁ ଘଟିଛି । ତେବେ ତାଙ୍କ ଅନ୍ତିମ ସଂସ୍କାରରେ ଜିଲ୍ଲା ପ୍ରଶାସନ ସହାୟତା କରିଛି । ଆନ୍ଧ୍ର ସରକାରଙ୍କ ସହ କଥାବାର୍ତ୍ତା କରି ପ୍ରବାସୀଙ୍କ ଅନ୍ତିମ ସଂସ୍କାର କରାଇବାରେ ପ୍ରଶାସନ ସାହାଯ୍ୟ କରିଥିବା ଜଣାପଡିଛି ।

ପ୍ରବାସୀଙ୍କ ଶ୍ରମିକଙ୍କ ଆନ୍ଧ୍ରରେ ମୃତ୍ୟୁ, ଅନ୍ତିମ ସଂସ୍କାରରେ ଜିଲ୍ଲା ପ୍ରଶାସନର ସହଯୋଗ

ମିଳିଥିବା ସୂଚନା ଅନୁସାରେ ମୋଟୁ ସୀମାନ୍ତ ନିକଟସ୍ଥ ଆନ୍ଧ୍ରପ୍ରଦେଶର ସିଲେରୁ ପୋଲ ନିକଟରେ ଓଡ଼ିଶା ଆସୁଥିବା ପ୍ରବାସୀ ସୁଧୀର ରଞ୍ଜନ ବିଶ୍ବାଳଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ଗ୍ରାମ କୁମ୍ଭୀ ଜିଲ୍ଲା ବାଲେଶ୍ବର ବ୍ଲକ ସୋରଠାରେ ବୋଲି ଜଣାପଡିଛି । ତେଲେଙ୍ଗାନା ସିଙ୍ଗରାଣୀ କୂଳମାଇଁସଠାରେ ସେ କାମ କରୁଥିଲେ । ବସରେ ରାଜ୍ୟକୁ ଫେରିବା ସମୟରେ ତାଙ୍କର ହଠାତ ଦେହ ଖରାପ ହେବା ସହିତ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ପ୍ରଶାସନ ତୁରନ୍ତ ମୋଟୁ ତହସିଲଦାର ଶଶାଙ୍କ କୁମାର ମିଶ୍ର, ଥାନା ଅଧିକାରୀ ଏବଂ SDPO ଅଂଶୁମାନ ଦ୍ବିବେଦୀ ସେଠାରେ ପହଞ୍ଚି ଅନ୍ତିମ ସଂସ୍କାର ସମ୍ପର୍କରେ ଆନ୍ଧ୍ର ପୋଲିସ ସହିତ ଯୋଗାଯୋଗ କରିଥିଲେ । ଏହାପରେ ତହସିଲଦାର ଶଶାଙ୍କ, ପୋଲିସ ,ଡାକ୍ତର ,ବ୍ଲକ ଯନ୍ତ୍ରୀ ଏବଂ ଆନ୍ଧ୍ର ପ୍ରଶାସନ ଉପସ୍ଥିତିରେ ଆନ୍ଧ୍ରର ସିଲେରୁ ବ୍ରିଜ ନିକଟରେ ଥିବା ଜଙ୍ଗଲରେ ସୁଧୀରଙ୍କୁ ଅନ୍ତିମ ସଂସ୍କାର କରାଯାଇଥିଲା ।

ମୃତ ପ୍ରବାସୀଙ୍କ ବଡ଼ଭାଇ ଧୀରେନ୍ଦ୍ର ବିଶ୍ବାଳ ପିପିଇ କିଟ ପିନ୍ଧି ତାଙ୍କର ଅନ୍ତିମ ସଂସ୍କାରର ସମସ୍ତ କାର୍ଯ୍ୟ କରିଥିଲେ । ଅନ୍ତିମ ସଂସ୍କାର ଲାଗି ଜିଲ୍ଲା ପ୍ରଶାସନ ବହୁ ସାହାଯ୍ୟ କରିଥିବାରୁ ତାଙ୍କୁ ପରିବାର ଲୋକେ ଧନ୍ୟବାଦ ଜଣାଇଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.