ETV Bharat / state

ମାଲକାନଗିରି ଗସ୍ତରେ ଗୁଇନ୍ଦା ନିର୍ଦ୍ଦେଶକ

author img

By

Published : Nov 28, 2020, 4:46 PM IST

ମାଲକାନଗିରି ଗସ୍ତରେ ଗୁଇନ୍ଦା ନିର୍ଦ୍ଦେଶକ
ମାଲକାନଗିରି ଗସ୍ତରେ ଗୁଇନ୍ଦା ନିର୍ଦ୍ଦେଶକ

ଏସଓଜି ଯବାନଙ୍କ ମନୋବଳ ଦୃଢ କରିବା ଓ ସେମାନଙ୍କୁ ସମ୍ମାନିତ କରିବା ନେଇ ମାଲକାନଗିରି ଗସ୍ତରେ ଗୁଇନ୍ଦା ନିର୍ଦ୍ଦେଶକ ଆର.କେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ମାଲକାନଗିରି: ଆଜି ମାଲକାନଗିରି ଗସ୍ତରେ ଗୁଇନ୍ଦା ନିର୍ଦ୍ଦେଶକ ଆର.କେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ଏସ ଆଇ ଡବ୍ଲୁ ଡ଼ିଆଇଜି ଅନିରୁଦ୍ଧ ସିଂ ମାଲକାନଗିରି ଗସ୍ତରେ ଆସି ମାଓ ଦମନ ନେଇ ଏକ ରୁଦ୍ଧ ଦ୍ବାର ବୈଠକରେ ଯୋଗ ଦେଇଥିଲେ।

ମାଲକାନଗିରି ଗସ୍ତରେ ଗୁଇନ୍ଦା ନିର୍ଦ୍ଦେଶକ

ଗତ 2 ଦିନ ତଳେ ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତର ତୋଟାଗୁଡା ଗ୍ରାମ ଜଙ୍ଗଲରେ ପୋଲିସ ନକ୍ସଲ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ଏସଓଜି ଯବାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ଏହି ଗୁଳିବିନିମୟରେ ଜଣେ ହାର୍ଡକୋର ନକ୍ସଲ କିଶୋରର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ନକ୍ସଲ ଗିରଫ ହୋଇଥିଲା। ତେବେ ଏହି ଗୁଳିବିନିମୟରେ ଅଂଶଗ୍ରହଣ କରିଥିବା ଏସଓଜି ଯବାନଙ୍କ ମନୋବଳ ଦୃଢ କରିବା ଓ ସେମାନଙ୍କୁ ସମ୍ମାନିତ କରିବା ନେଇ ଏହି ପଦାଧିକାରୀମାନେ ଗସ୍ତ କରିଥିବା ସୂଚନା ମିଳିଛି।

ମାଲକାନଗିରି ଜିଲ୍ଲାରେ ଗୁଇନ୍ଦା ବିଭାଗ ବେଶ ସଫଳତା ପାଇ ପାରିଛି। ନକ୍ସଲଙ୍କ ପ୍ରତ୍ୟେକ ଗତିବିଧିକୁ ଗୁଇନ୍ଦା ବିଭାଗ ପୋଲିସ ନିକଟରେ ସୂଚନା ପହଞ୍ଚାଇ ପାରିଛି। ମାଲକାନଗିରି ଏସପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ଜିଲ୍ଲାରେ ମାଓ ଦମାନରେ ବେଶ ସଫଳତା ମିଳିଥିବାରୁ ଗୁଇନ୍ଦା ବିଭାଗର ଅଧିକାରୀମାନେ ପ୍ରଶଂସା କରିଥିଲେ। ଆଗାମୀ ରଣନୀତି ନେଇ ବୈଠକରେ ବିସ୍ତୃତ ଆଲୋଚନା କରିଥିବା ଜଣା ପଡିଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.