ETV Bharat / state

ଆକ୍ସନ ମୋଡରେ ପ୍ରଶାସନ, ଦୀର୍ଘ ଦିନ ଅନୁପସ୍ଥିତ ରହିବାରୁ 10 ଶିକ୍ଷକ ବହିଷ୍କୃତ

author img

By

Published : Jan 2, 2023, 1:47 PM IST

10 junior teachers expelled
ଶିକ୍ଷକ ବହିଷ୍କାର

ଆକ୍ସନ ମୋଡ଼ରେ ମାଲକାନଗିରି ଜିଲ୍ଲା ପ୍ରଶାସନ । ଦୀର୍ଘ ଦିନ ଧରି ଅନୁପସ୍ଥିତ ଥିବା 10 ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ବହିଷ୍କାର । ଅଧିକ ପଢ଼ନ୍ତୁ

ବହିଷ୍କୃତ ହେଲେ ମାଲକାନଗିରି ଜିଲ୍ଲାର ୧୦ କନିଷ୍ଠ ଶିକ୍ଷକ

ମାଲକାନଗିରି: ବହିଷ୍କୃତ ହେଲେ ମାଲକାନଗିରି ଜିଲ୍ଲାର ୧୦ଜଣ କନିଷ୍ଠ ଶିକ୍ଷକ । ଦୀର୍ଘ ଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମାଲକାନଗିରି ଡିଇଓ ବହିଷ୍କାର କରିଛନ୍ତି । ସେମାନଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଶିକ୍ଷକଙ୍କ ପକ୍ଷରୁ କୌଣସି ଉତ୍ତର ନମିଳିବାରୁ ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Russian Tourists Death: ରହସ୍ୟରେ ମୃତ୍ୟୁ, ପରଦା ହଟାଇବାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି

ମାଲକାନଗିରି ଜିଲ୍ଲାର ସଦର ବ୍ଲକର ଏମଭି-୧ ନୂତନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିଳୀମା ଜେନା, ଭୀମାରାଙ୍ଗିନି ପିୟୁପିଏସର ରମେଶ ଚନ୍ଦ୍ର ନାୟକ, ବିଜାପଦର ୟୁପିଏସର ଅରୁଣା ରାଣୀ ବେଉରିଆ, ରାଉଲିଗୁଡା ପିୟୁପିଏସର ସନ୍ତୋଷ କୁମାର ସ୍ବାଇଁ, ବିଜାପଦର ୟୁପିଏସର ଜସମିନ ଦାସ, ଏମଭି-୮୪ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଦେବଶ୍ରୀ ବେହେରା କାଲିମେଳା ବ୍ଲକର ଏମଭି-୯୦ ୟୁପିଏସର ଶିକ୍ଷୟତ୍ରୀ ସାବିତ୍ରୀ ପାତ୍ର, ନାଲାଗୁଣ୍ଠି ପିୟୁପିଏସର ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ସୁତାର, ଜନ୍ତୁରାଇ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରଞ୍ଜନ କୁମାର ବେହେରା ଏବଂ ମାଥିଲି ବ୍ଲକର ମେଣ୍ଡକୁଲି ୟୁପିଏସର ଶିକ୍ଷୟତ୍ରୀ ସସ୍ମିତା ସାହୁ ଦୀର୍ଘ ଦିନ ଧରି ନିଜ ସ୍କୁଲରେ କୌଣସି କାରଣ ନଦର୍ଶାଇ ଅନୁପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: Russian Tourists Death Case: 4 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ NHRCର ନିର୍ଦ୍ଦେଶ

ସେମାନଙ୍କୁ ଏହି ଅନୁପସ୍ଥିତ ରହିବା ନେଇ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା । ଗଣମାଧ୍ୟମରେ ଏନେଇ ମଧ୍ୟ ବିଜ୍ଞାପନ ଦିଆଯାଇଥିଲା । ପରେ ଏହି ୧୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂହ କାର୍ଯ୍ୟରୁ ବହିଷ୍କୃତ କରିଥିବା ନେଇ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ମାନସ ଜେନା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.