ETV Bharat / state

ପ୍ରଚାରରେ ଜମିଲା ପ୍ରବଳ ଭିଡ, ଶାସକ ଓ ବିରୋଧୀଙ୍କ ମଧ୍ୟରେ ବାକଯୁଦ୍ଧ

author img

By

Published : Feb 6, 2022, 12:41 PM IST

ପ୍ରଚାରରେ ଜମିଲା ପ୍ରବଳ ଭିଡ
ପ୍ରଚାରରେ ଜମିଲା ପ୍ରବଳ ଭିଡ

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କୁମ୍ଭାରୀପୁଟ ଗାଁରେ ବିଜେଡି ଓ କଂଗ୍ରେସ ଦଳ ତରଫରୁ ସେମାନଙ୍କ ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ଜୋରଦାର ପ୍ରଚାର କରଯାଇଛି । ଶାସକ ବିଜେଡି ଦଳ ତରଫରୁ ଷ୍ଟାର ପ୍ରଚାରକ ଭାବେ ଓଲିଉଡର ସିନେ ତାରକା ଅରିନ୍ଦମ ପ୍ରଚାର ମଙ୍ଗ ଧରିଥିଲେ । ନିଜେ ମାସ୍କ ତ ପିନ୍ଧି ନଥିଲେ ତା ସହ ଉଭୟ ଦଳରେ କେହି ବି କୋଭିଡ ନିୟମ ମାନୁ ନଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

କୋରାପୁଟ: ବାୟା କରିଛି ନିର୍ବାଚନ । ପ୍ରାର୍ଥୀ ପଞ୍ଚାୟତ ପରୀକ୍ଷା ଯେତିକି ପାଖଉଛି ସେତିକି ରାଜନୈତିକ ଉଷ୍ଣତା ବଢୁଛି । ଜୀବନକୁ ପଛ କରି ପ୍ରଚାରରେ ମାତିଛନ୍ତି ସଭିଏଁ । ନା ମାନୁଛନ୍ତି କଟକଣା ନା ପିନ୍ଧୁଛନ୍ତି ମାସ୍କ । କୋରୋନା କଟକଣାକୁ ଏକଦନ ଫୁ କରିଛନ୍ତି ବିଭିନ୍ନ ଦଳ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କୁମ୍ଭାରୀପୁଟ ଗାଁରେ ବିଜେଡି ଓ କଂଗ୍ରେସ ଦଳ ତରଫରୁ ସେମାନଙ୍କ ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ଜୋରଦାର ପ୍ରଚାର କରଯାଇଛି । ଶାସକ ବିଜେଡି ଦଳ ତରଫରୁ ଷ୍ଟାର ପ୍ରଚାରକ ଭାବେ ଓଲିଉଡର ସିନେ ତାରକା ଅରିନ୍ଦମ ପ୍ରଚାର ମଙ୍ଗ ଧରିଥିଲେ । ନିଜେ ମାସ୍କ ତ ପିନ୍ଧି ନଥିଲେ ତା ସହ ଉଭୟ ଦଳରେ କେହି ବି କୋଭିଡ ନିୟମ ମାନୁ ନଥିବା ଦେଖିବାକୁ ମିଳିଛି ।

ପ୍ରଚାରରେ ଜମିଲା ପ୍ରବଳ ଭିଡ

ଅରିନ୍ଦମ ପ୍ରଚାର ମଙ୍ଗ ଧରିଥିବା ଯୋଗୁଁ କୋଭିଡର ଭୟକୁ ମନରୁ ଦୂରେଇ ଦେଇ ଗାଁ ଗହଳିରୁ ଲୋକେ ପ୍ରଚାର ଗାଡି ପାଖକୁ ଧାଇଁ ଆସୁଥିବା ଦେଖାଯାଇଛି । ମାଇକ୍ରୋଫୋନକୁ ହାତରେ ଧରି ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ହୋଇଥିବା ଜନହିତ କାର୍ଯ୍ୟର ତାଲିକା ଉପସ୍ଥାପନ କରୁଥିବା ବେଳେ ହାଟର ଅପର ପଟୁ ମାଡି ଆସୁଥିଲା ସ୍ଥାନୀୟ କଂଗ୍ରେସ ନେତାଙ୍କ ପ୍ରଚାର ଗାଡି । ଏହି ସମୟରେ ଉଭୟ ଦଳ ମୁହାମୁହିଁ ହୋଇଥିଲେ । ଆରମ୍ଭ ହୋଇଥିଲା ଦଳ ମଧ୍ୟରେ ବାକ ଯୁଦ୍ଧ । ସିନେ ତାରକାଙ୍କ ବକ୍ତବ୍ୟକୁ ଖଣ୍ତନ କରି ଚିତ୍କାର କରିଥିଲା କଂଗ୍ରେସ ଦଳ । ପରସ୍ପରର ସଫଳତାର ଜୟ ଜୟକାର କରିଥିଲେ ଦୁଇ ଦଳ ।

ତେବେ ପ୍ରଚାର ପ୍ରବଳ ଗହଳି ହୋଇଥିଲା । କୋଭିଡକୁ ଦୂରରେ ରହି ପ୍ରଚାର କରିବାକୁ କୁହାଯାଉଥିବା ବେଳେ ଏଠାରେ ତାର ଓଲଟା ହୋଇଥିଲା । ପ୍ରଚାର କ୍ଷେତ୍ରରେ ରାଜନୈତିକ ନେତାଙ୍କ ଦ୍ବାରା ଏପରି ଗହଳି ସୃଷ୍ଟି କରିବାକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.