ETV Bharat / state

ମହକୁଛି କୋରାପୁଟ କଫି, ତିନୋଟି ବଗିଚାର କଫିକୁ ମିଳିଲା ଉତ୍ତମ ଫ୍ଲେବର ସମ୍ମାନ

author img

By ETV Bharat Odisha Team

Published : Oct 4, 2023, 2:04 PM IST

ବାଙ୍ଗାଲୋରରେ ଆୟୋଜିତ ପଞ୍ଚମ ଆନ୍ତର୍ଜାତିକ କଫି ସମ୍ମିଳନୀରେ କୋରାପୁଟ ଜିଲ୍ଲାର ତିନୋଟି ବଗିଚାର କଫି ସମ୍ମାନିତ ହୋଇଛି । ଅଧିକ ପଢନ୍ତୁ..

ଆସାମର ରିକ୍ସା ଚାଳକ ଇକବାଲ ହୁସେନକୁ ରିମାଣ୍ଡରେ ନେଇଛି ଓଡ଼ିଶା କ୍ରାଇମବ୍ରାଚ ଏସଟିଏଫ
ଆସାମର ରିକ୍ସା ଚାଳକ ଇକବାଲ ହୁସେନକୁ ରିମାଣ୍ଡରେ ନେଇଛି ଓଡ଼ିଶା କ୍ରାଇମବ୍ରାଚ ଏସଟିଏଫ

ଆସାମର ରିକ୍ସା ଚାଳକ ଇକବାଲ ହୁସେନକୁ ରିମାଣ୍ଡରେ ନେଇଛି ଓଡ଼ିଶା କ୍ରାଇମବ୍ରାଚ ଏସଟିଏଫ

କୋରାପୁଟ: ଅନ୍ତର୍ଜାତୀୟ ସ୍ତରରେ ମହକିଲା କୋରାପୁଟ କଫି । ବାଙ୍ଗାଲୋରରେ ଆୟୋଜିତ ପଞ୍ଚମ ଆନ୍ତର୍ଜାତିକ କଫି ସମ୍ମିଳନୀରେ କୋରାପୁଟ ଜିଲ୍ଲାର ତିନୋଟି ବଗିଚାର କଫି ଜାତୀୟ ସ୍ତରରେ ସମ୍ମାନିତ ହୋଇ ହୋଇଛି । ଏହି ବିଶ୍ବ ସ୍ତରୀୟ କଫି ସମାବେଶରେ ସପ୍ତଗିରି କଫି ଉଦ୍ୟାନର କଫି, କିନ୍ଦିରିଗୁଡ଼ାରେ କୃତି କଫିର ପ୍ରୋତ୍ସାହନରେ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ କଫି ଓ ପଞ୍ଚଡାସ୍ଥିତ ଦାସ କଫି ବଗିଚାର କଫିକୁ ଚଳିତ ବର୍ଷ ପାଇଁ ସମ୍ମାନଜନକ 'ଫ୍ଲେବର ଅଫ୍‌ ଇଣ୍ଡିଆ, ଦି ଫାଇନ କପ ' ପୁରସ୍କାରରେ ସମ୍ମାନିତ କରାଯାଇଛି । ତେବେ ଏନେଇ ସପ୍ତଗିରି କଫି ଉଦ୍ୟାନର ଉଦ୍ୟୋଗୀ ସୁଶାନ୍ତ କୁମାର ପଣ୍ଡା ଜଣାଇଛନ୍ତି ।

ଓଡିଶାର କଫିକୁ ଆନ୍ତର୍ଜାତିକ ସ୍ତରରେ ମିଳିଲା ସମ୍ମାନ । ବାଙ୍ଗାଲୋରରେ ଆୟୋଜିତ ପଞ୍ଚମ ଆନ୍ତର୍ଜାତିକ କଫି ସମ୍ମିଳନୀରେ କୋରାପୁଟ ଜିଲ୍ଲାର ତିନୋଟି ବଗିଚାର କଫି ଜାତୀୟ ସ୍ତରରେ ସମ୍ମାନିତ ହୋଇ ହୋଇଛି । ରାଜୁପୁଟ ସ୍ଥିତ ସପ୍ତଗିରି କଫି ଉଦ୍ୟାନର କଫି, କିନ୍ଦିରିଗୁଡାରେ କୃତି କଫିର ପ୍ରୋତ୍ସାହନରେ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ କଫି ଓ ପଞ୍ଚଡାସ୍ଥିତ ଦାସ କଫି ବଗିଚାର କଫିକୁ ଚଳିତ ବର୍ଷ ପାଇଁ ସମ୍ମାନଜନକ 'ଫ୍ଲେବର ଅଫ ଇଣ୍ଡିଆ ,ଦି ଫାଇନ କପ ' ପୁରସ୍କାରରେ ସମ୍ମାନିତ କରାଯାଇଛି । ତେବେ ଏନେଇ ସପ୍ତଗିରି କଫି ଉଦ୍ୟାନର ଉଦ୍ୟୋଗୀ ସୁଶାନ୍ତ କୁମାର ପଣ୍ଡା ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. କୋରାପୁଟ କଫିର ମହକରେ ମହକିବ ଅନ୍ତର୍ଜାତୀୟ କଫି ସମ୍ମିଳନୀ

ସେ ନିଜେ ସପ୍ତଗିରି କଫି ଉଦ୍ୟାନ ଦ୍ବାରା ପ୍ରସ୍ତୁତ କରାଯାଉଥିବା ‘ଡ୍ରିମ ହିଲ୍‌ କଫି’କୁ ଏହି ସମ୍ମିଳନୀ ରେ ଉପସ୍ଥାପନ କରିଥିବା ବେଳେ କୋରାପୁଟ ଜିଲ୍ଲାରେ 15ରୁ 16 ଜଣ କଫି ଉଦ୍ୟୋଗୀଙ୍କ ସମେତ ଟିଡିସିସି ଓ କଫି ବୋର୍ଡର ବରିଷ୍ଠ ଅଧିକାରୀଙ୍କ ସମେତ କୋରାପୁଟର ଜିଲ୍ଳାପାଳ ସଧ୍ୟ ଏହି ବିଶ୍ବ କଫି ସମ୍ମିଳନୀକୁ ଯିବା ଦ୍ୱାରା କୋରପୁଟ ଅଞ୍ଚଳର କଫି ଉତ୍ପାଦନର ସ୍ଥିତି ଓ ଅମାପ ସମ୍ଭାବନାକୁ ବିଶ୍ବ ଦରବାରରେ ଉପସ୍ଥାପନା କରାଯାଇ ପାରିଛି ବୋଲି ସେ କହିଛନ୍ତି ।

ସରକାରଙ୍କ ତରଫରୁ ‘କୋରାପୁଟ କଫି’କୁ ପ୍ରସାର କରାଯାଉଥିବା ବେଳେ କୋରାପୁଟ ଜିଲ୍ଲାରେ ସପ୍ତଗିରି କଫି ଉଦ୍ୟାନର ‘ଡ୍ରିମ୍‌ ହିଲ୍‌ କଫି’, ମଧୁ ଆଗ୍ରୋ ଉଦ୍ୟାନ ର ‘କେଲାର କଫି’ ଓ ଛୋଟାଗୁଡ଼ା ସ୍ଥିତ ‘ବ୍ରାଉନ୍‌ ଭେଲି’ କଫି ଉଦ୍ୟାନର ନିଜସ୍ବ ବ୍ରାଣ୍ଡ୍‌ ଭଳି ଛଅଟି କଫି ବ୍ରାଣ୍ଡକୁ କଫି ଉଦ୍ୟୋଗୀ ଅନ୍ତର୍ଜାତୀୟ କଫି ଉଦ୍ୟୋଗୀଙ୍କ ସମ୍ମୁଖରେ ପ୍ରଦର୍ଶିତ କରିଥିଲା ବୋଲି ଜଣାପଡିଛି । ଇଣ୍ଟରନାସନାଲ କଫି ଅର୍ଗାନାଇଜେସନ (ଆଇସିଓ ), କଫି ବୋର୍ଡ ଅଫ ଇଣ୍ଡିଆ ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି ଉଚ୍ଚସ୍ତରୀୟ ସମ୍ମିଳନୀରେ 80ଟି ଦେଶର 2400ରୁ ଉର୍ଦ୍ଧ୍ବ କଫି ଉଦ୍ୟୋଗୀ, 208 ଜଣ ପ୍ରଦର୍ଶକ ଯୋଗ ଦେଇଥିଲେ ।

ତେବେ 4 ଦିନ ଧରି ଆୟୋଜିତ ହୋଇଥିବା ଏହି ସମ୍ମିଳନୀ ଓ ପ୍ରଦର୍ଶନୀରେ 10 ହଜାରରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ଆନ୍ତର୍ଜାତିକ ସ୍ତରରେ କଫିର ସ୍ଥିତିକୁ ଦେଖିବା ଓ ଜାଣିବା ପାଇଁ ଆସିଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.