ETV Bharat / state

କୋରାପୁଟ କଫିର ମହକରେ ମହକିବ ଅନ୍ତର୍ଜାତୀୟ କଫି ସମ୍ମିଳନୀ

author img

By ETV Bharat Odisha Team

Published : Sep 24, 2023, 5:57 PM IST

Updated : Sep 24, 2023, 6:13 PM IST

ବଢୁଛି କୋରାପୁଟ କଫିର ଚାହିଦା । ବିଶ୍ବସ୍ତରୀୟ ବଜାରରେ ଚମକିବ କୋରପୁଟର କଫି । ପଞ୍ଚମ ଅନ୍ତର୍ଜାତୀୟ କଫି ସମ୍ମିଳନୀରେ ଭାଗ ନେବେ କୋରାପୁଟର କଫି ବ୍ୟବସାୟୀ । ଅଧିକ ପଢ଼ନ୍ତୁ

ଅନ୍ତର୍ଜାତୀୟ କଫି ସମ୍ମିଳନୀରେ ଭାଗ ନେବେ କୋରାପୁଟର କଫି ବ୍ଯବସାୟୀ
ଅନ୍ତର୍ଜାତୀୟ କଫି ସମ୍ମିଳନୀରେ ଭାଗ ନେବେ କୋରାପୁଟର କଫି ବ୍ଯବସାୟୀ

ପଞ୍ଚମ ଅନ୍ତର୍ଜାତୀୟ କଫି ସମ୍ମିଳନୀରେ ଭାଗ ନେବେ କୋରାପୁଟର କଫି ବ୍ଯବସାୟୀ

କୋରାପୁଟ: କଫି ଚାଷକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚମକିବ କୋରାପୁଟ । ବେଙ୍ଗାଲୁରୁରେ ଆୟୋଜିତ ପଞ୍ଚମ ଅନ୍ତର୍ଜାତୀୟ କଫି ସମ୍ମିଳନୀରେ ଭାଗ ନେବେ କୋରାପୁଟର କଫି ବ୍ୟବସାୟୀ । ଆସନ୍ତାକାଲି ଅର୍ଥାତ ସୋମବାର ଠାରୁ ଏହି ଅନ୍ତର୍ଜାତୀୟ କଫି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଇଣ୍ଟର୍ନାସନାଲ କଫି ଅର୍ଗାନାଇଜେସନ, କଫି ବୋର୍ଡ ଅଫ ଇଣ୍ଡିଆ ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି ଉଚ୍ଚସ୍ତରୀୟ ସମ୍ମିଳନୀ । ଏହି ସମ୍ମିଳନୀରେ 80ଟି ଦେଶର 2400ରୁ ଉର୍ଦ୍ଧ୍ବ କଫି ଉଦ୍ୟୋଗୀ, 208 ଜଣ ପ୍ରଦର୍ଶକ ଯୋଗଦେବେ । ଏହି ସମ୍ମିଳନୀ 25 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମ୍ମିଳନୀ ଓ ପ୍ରଦର୍ଶନୀରେ 10 ହଜାରରୁ ଊର୍ଦ୍ଧ୍ବ ଅନ୍ତର୍ଜାତୀୟ ଓ ଭାରତୀୟ ପର୍ଯ୍ୟଟକ ଭାଗନେବାର କାର୍ଯ୍ୟକ୍ରମ ରହିଛି ।

ଭାରତ ବର୍ଷରେ ଗତ 200 ବର୍ଷ ଧରି କଫି ଚାଷ ତଥା ବଜାର ସୃଷ୍ଟି ହୋଇଛି । ମାତ୍ର ଏବେ ଏହି ବଜାରକୁ ଅନ୍ତର୍ଜାତୀୟ ସ୍ତରରେ ଅଗ୍ରୀମ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଚେଷ୍ଟା ଆରମ୍ଭ ହୋଇଛି । ଓଡ଼ିଶା ମାଟିରେ ବିଶେଷ କରି କୋରାପୁଟ ଜିଲ୍ଲାରେ ଗତ 35 ବର୍ଷ ଧରି କଫି ବ୍ୟବସାୟୀକରଣ କରାଯାଉଛି । କୋରାପୁଟର କଫି ବଜାରରେ ଏକ ନୂତନ ପରିଚୟ ସୃଷ୍ଟି ହୋଇପାରିଛି । କଫି ବଗିଚାରୁ ବାହାରୁଥିବା କଫିକୁ ବିକ୍ରି ନକରି କୋରାପୁଟ କଫି ଉଦ୍ୟୋଗୀ କଫି ଦାନାରୁ କଫି ଗୁଣ୍ଡ ପ୍ରସ୍ତୁତ କରି ଜାତୀୟ ତଥା ଆନ୍ତର୍ଜାତିୟ ବଜାରରେ ଖ୍ୟାତି ଅର୍ଜନ କରିପାରିଛନ୍ତି । କୋରାପୁଟ ମାଟିର ଉର୍ବରତା, ଅନୁକୂଳ ପାଣିପାଗର ପ୍ରଭାବ ଯୋଗୁଁ କୋରାପୁଟର କଫି ବିଶ୍ବ ଦରବାରରେ ଆଦୃତ ହୋଇପାରିଛି ।

ଏହା ମଧ୍ୟ ପଢନ୍ତୁ...ବଦଳୁଛି କଫିର ରଙ୍ଗ ଓ ଆକୃତି, ବିଶ୍ବ ଚାଖିବ କୋରାପୁଟିଆ ୟେଲୋ ବ୍ରାଜିଲିଆନ ବର୍‌ବର୍ନ

କଫି ଉଦ୍ୟୋଗୀ ସୁଶାନ୍ତ ପଣ୍ଡା କହିଛନ୍ତି,‘‘ ବେଙ୍ଗାଲୁରୁରେ ପଞ୍ଚମ ଆନ୍ତର୍ଜାତୀୟ କଫି ସମ୍ମିଳନୀ ଆୟୋଜିତ ହେଉଛି । ଏହି ସମ୍ମିଳନୀରେ କୋରାପୁଟର କଫି ମହକିବ । ସପ୍ତଗିରି କଫି ଇଦ୍ୟାନ ଦ୍ବାରା ପ୍ରସ୍ତୁତ ‘ଡ୍ରିମ ହୀଲ କଫି’କୁ ଏହି ସମ୍ମିଳନୀରେ କରାଯିବ । ଏହସହ କୋରାପୁଟ ଜିଲ୍ଲାରେ 15-16 ଜଣ କଫି ଉଦ୍ୟୋଗୀଙ୍କ ସମେତ ଟିଡିସିସି ଓ କଫି ବୋର୍ଡ ସହଯୋଗରେ କିଛି ଆଦିବାସୀ କଫି ଚାଷୀ ନିଜ ନିଜ ଅନୁଭୂତିକୁ ବାଣ୍ଟିବା ପାଇଁ ଏହି ସମ୍ମିଳନୀରେ ଯୋଗଦେବେ । ସରକାରଙ୍କ ତରଫରୁ ‘କୋରାପୁଟ କଫି’ବ୍ରାଣ୍ଡକୁ ପ୍ରସାର କରାଯାଉଛି । ଏହାସହ ସପ୍ତଗିରି କଫି ଉଦ୍ୟାନର ‘ଡ୍ରିମ ହୀଲ କଫି’, ମଧୁ ଆଗ୍ରୋ ଉଦ୍ୟାନର ‘କେଲାର କଫି’ ଓ ଛୋଟାଗୁଡା ସ୍ଥିତ ‘ବ୍ରାଉନ ଭେଲି’ କଫି ଉଦ୍ୟାନର ନିଜସ୍ବ ବ୍ରାଣ୍ଡ ଭଳି ଛଅଟି କଫି ବ୍ରାଣ୍ଡକୁ ଅନ୍ତର୍ଜାତୀୟ କଫି ଉଦ୍ୟୋଗୀଙ୍କ ସମ୍ମୁଖରେ ପ୍ରଦର୍ଶିତ କରାଯିବ ।’’

ଇଟିଭି ଭାରତ, କୋରାପୁଟ

Last Updated : Sep 24, 2023, 6:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.