ETV Bharat / state

ହାତୀ ଆକ୍ରମଣରେ ମହିଳା ମୃତ

author img

By

Published : Aug 21, 2021, 1:56 PM IST

ହାତୀ ଆକ୍ରମଣରେ ମହିଳା ମୃତ
ହାତୀ ଆକ୍ରମଣରେ ମହିଳା ମୃତ

କିଛି ମାସ ବ୍ୟବଧାନ ପରେ ପୁଣି ଦେଖା ଦେଇଛି ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଅଧିକ ପଢନ୍ତୁ...

ଖୋର୍ଦ୍ଧା: କିଛି ମାସ ବ୍ୟବଧାନ ପରେ ପୁଣି ଦେଖା ଦେଇଛି ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଯାହାକୁ ନେଇ ସ୍ଥାନୀୟବାସିନ୍ଦା ଭୟଭୀତ ହୋଇଯାଇଛନ୍ତି ।

ହାତୀ ଆକ୍ରମଣରେ ମହିଳା ମୃତ

ସୂଚନା ଅନୁସାରେ, ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ଗୋଳବାଇ ଗାଁରେ ଭାରତ ବେହେରାଙ୍କ ପତ୍ନୀ ରଙ୍ଗ ବେହେରା ଭୋରୁ ବାଡ଼ିପଟକୁ ଯାଇଥିଲେ । ଏହି ସମୟରେ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ। ପରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଖୋର୍ଦ୍ଧା ମେଡିକାଲକୁ ଆଣିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.