ETV Bharat / state

Winter Session of Assembly: ଚାଷୀ ପ୍ରସଙ୍ଗରେ ବିଜେପି-କଂଗ୍ରେସ ମୁହାଁମୁହିଁ, ଜବାବ ରଖିଲେ ମନ୍ତ୍ରୀ

author img

By

Published : Nov 26, 2022, 5:38 PM IST

Etv Bharat
Etv Bharat

ଆଜି ବିଧାନସଭାରେ (Winter Session of Odisha Assembly) ପୁଣି ଥରେ ଜୋର ଧରିଥିଲା ଚାଷୀ ପ୍ରସଙ୍ଗ । ଏମଏସପି ଓ ଫସଲ ବୀମାକୁ ନେଇ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ କହିଛନ୍ତି, ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକନ୍ତୁ, ଆଲୋଚନା କରାଯାଉ ଆଇନ ଅଣାଯାଉ, ଚାଷୀଙ୍କ ଦାବି ମାନିଲେ ସମସ୍ୟାର ସମାଧାନ ହୋଇଯିବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଜି ବିଧାନସଭାରେ (Winter Session of Odisha Assembly) ପୁଣି ଥରେ ଜୋର ଧରିଥିଲା ଚାଷୀ ପ୍ରସଙ୍ଗ । ଏମଏସପି ଓ ଫସଲ ବୀମାକୁ ନେଇ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ କହିଛନ୍ତି, ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକନ୍ତୁ, ଆଲୋଚନା କରାଯାଉ ଆଇନ ଅଣାଯାଉ, ଚାଷୀଙ୍କ ଦାବି ମାନିଲେ ସମସ୍ୟାର ସମାଧାନ ହୋଇଯିବ ।

ଚାଷୀ ପ୍ରସଙ୍ଗରେ ବିଜେପି କଂଗ୍ରେସ ମୁହାଁମୁହିଁ, ଜବାବ ରଖିଲେ ମନ୍ତ୍ରୀ

ବିଜେପିକୁ ଟାର୍ଗେଟ କରି ନରସିଂହ କହିଛନ୍ତି ସେମାନଙ୍କର ଅସଲ ମୁଖା ଖୋଲିଯାଇଛି । ଲଗାତାର ଚାଷୀ ପାଇଁ ହୋ ହାଲ୍ଲା କରୁଥିଲେ । କିନ୍ତୁ ମୁଲତବୀ ଦେଉଛନ୍ତି ଆତ୍ମହତ୍ୟା ଘଟଣା ଉପରେ । ଆଜି ଚାଷୀଙ୍କ ପ୍ରସଙ୍ଗ ନେଇ ଆମର ମୁଲତବୀ ପ୍ରସ୍ତାବ ଥିଲା । ଏଥିରେ ଆଲୋଚନା ନ କରି ମନ୍ତ୍ରୀ ନଥିବା ଆଳ ଦେଖାଇ ବିଜେପି ବିଧାୟକ ଧାରଣା ଦେଲେ । ସବୁ ସ୍ଥାନରେ ଫସଲ ବୀମାର ଆବଶ୍ୟକତା ଅଛି । କିନ୍ତୁ କେନ୍ଦ୍ରମନ୍ତ୍ରୀ ତିନୋଟି ବ୍ଲକ କଥା ଲେଖିଲେ । ଯାହା କେବଳ ପଦ୍ମପୁର ଉପନିର୍ବାଚନ ପାଇଁ ଉଦିଷ୍ଟ । ନିୟମ ଅଛି ଯେ ଚାଷୀ ଯଦି ଠିକ ମୂଲ୍ୟରେ ଧାନ ବିକି ପାରୁନି, ତେବେ FCI କିଣିବ । ହେଲେ ରାଜ୍ୟ ସରକାର FCIର ଏଜେଣ୍ଟ ପାଲଟିଛନ୍ତି । ବିଜେପି-ବିଜେଡି ଭିତିରି ସମ୍ପର୍କ ଅଛି ବୋଲି ଅଭିଯୋଗ ଆଣିଛନ୍ତି ନରସିଂହ ।

ଏହାବି ପଢନ୍ତୁ- Jagannath Express: ଫୋକସରେ ଜଗନ୍ନାଥ ସଂସ୍କୃତି ପ୍ରଚାର, ରଥଯାତ୍ରା ପୂର୍ବରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ

ସେପଟେ ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, "ସମବାୟ ବିଭାଗ ମନ୍ତ୍ରୀ ଉତ୍ତର ଦେବା କଥା କିନ୍ତୁ ଉତ୍ତର ରଖିଲେ ଜଙ୍ଗଲ ମନ୍ତ୍ରୀ । ଆଜି 21 ମନ୍ତ୍ରୀରୁ 17 ରୁ 18 ମନ୍ତ୍ରୀ ଗୃହରେ ଅନୁପସ୍ଥିତ ଅଛନ୍ତି । ବାଚସ୍ପତି ଏହାର ମଧ୍ୟ ଯଥାର୍ଥ ଉତ୍ତର ଦେଇପାରିଲେନାହିଁ । ଏହା ଏକ ନିର୍ଲଜ ସରକାର ।" ରାଜ୍ୟ ସରକାର ପାଇଁ ବିଧାନସଭା ବଡ଼ ନା ପଦ୍ମପୁର ଉପ ନିର୍ବାଚନ ବଡ଼ ବୋଲି ପ୍ରଶ୍ନ କରିଛନ୍ତି ମୋହନ । ସେ କହିଛନ୍ତି, ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ।

ଏହାବି ପଢନ୍ତୁ- Odisha Assembly: ଗୃହରେ ଦେଓମାଳି ତାତି, କାହିଁକି ମିଳିନାହିଁ ପର୍ଯ୍ୟଟନ ମାନ୍ୟତା

ଅନ୍ୟପକ୍ଷରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, "ଧାନ ସଂଗ୍ରହରେ ସ୍ୱଚ୍ଛତା ପାଇଁ ଟୋକନ ବ୍ୟବସ୍ଥା କରାଯାଇଛି । ଅନ ଲାଇନରେ ଟଙ୍କା ଦିଆଯାଉଛି । ଚାଷ ଜମିରେ ଫସଲର ବାସ୍ତବତା ଜାଣିବା ପାଇଁ ସାଟେଲାଇଟର ସହାୟତା ନିଆଯାଇଛି । ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଇନପୁଟ ସବସିଡି ବ୍ୟବସ୍ଥା କରାଯାଇଛି । Crop cutting experimentକୁ ନେଇ ବୀମା କମ୍ପାନୀ ମାନେ ଆପତ୍ତି ଉଠାଇଥିବାରୁ ଫସଲବୀମା ଯୋଜନାରେ ସହାୟତା ଦେବାରେ ବିଳମ୍ବ ହେଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ 15 ଥର ଚିଠି ଲେଖାଯାଇଛି । ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ ଚିଠି ଲେଖାଯାଇଛି । ହେଲେ କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି ।" ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 2930 ଟଙ୍କା କଲେନାହିଁ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହାବି ପଢନ୍ତୁ- ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଡିସେମ୍ବର 1ରୁ କୋରାପୁଟରେ ଇକୋ ରିଟ୍ରିର ଶୁଭାରମ୍ଭ

ଅନ୍ୟପଟେ ଆସନ୍ତାକାଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାର ଓଡିଶା ଗସ୍ତରେ ଆସୁଛନ୍ତି । ଓଡିଶାରୁ ଫେରିବା ପୂର୍ବରୁ ଧାନ ସହାୟକ ମୁଲ୍ୟ 3300 ଟଙ୍କା କରିବାକୁ ଘୋଷଣା କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ଭବାନୀ ଶଙ୍କର ଦାସ ଓ ଲାଲମୋହନ ପଣ୍ଡା, ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.